Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Yuvraj Calls Abhishek Sir / ଅଭିଷେକଙ୍କୁ ‘SIR’ କହିଲେ ଯୁବରାଜ, କେବେ କହିଥିଲେ ଚପଲରେ ମାରିବେ ବୋଲି...!

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଅଭିଷେକଙ୍କୁ ‘SIR’ କହିଲେ ଯୁବରାଜ, କେବେ କହିଥିଲେ ଚପଲରେ ମାରିବେ ବୋଲି...!
Abhishek Sharma

Key Points

ଚପଲ’ କଥାରୁ ‘SIR’ ପର୍ଯ୍ୟନ୍ତ...
ଅଭିଷେକଙ୍କୁ ଯୁବରାଜଙ୍କ ବଡ଼ ସମ୍ମାନ
୪୭ ବଲ୍‌ରେ ଶତକ କରିଲେ ଅଭିଷେକ
ମଙ୍ଗଳବାର ଆଇପିଏଲ ୩୧ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍‌ରେ ଅଭିଷେକ ଶର୍ମା ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହି ଇନିଂସ ପରେ ଅଭିଷେକଙ୍କ ଗୁରୁ ତଥା ମେଣ୍ଟର ଯୁବରାଜ ସିଂ ତାଙ୍କୁ `ସାର୍‌' ବୋଲି କହି ପ୍ରଶଂସା କରିଥିଲେ । ପ୍ରାୟ ଦୁଇ ବର୍ଷ ପୂର୍ବେ ଯୁବରାଜ ସିଂହ ମଜାରେ ତାଙ୍କୁ ଚପଲରେ ମାରିବାକୁ କହିଥିଲେ ।



ବାସ୍ତବରେ ୨୮ ମାର୍ଚ୍ଚ ୨୦୨୪ ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୩ ରନରେ ବ୍ୟାଟିଂ କରୁଥିଲେ ଏବଂ ଏକ ଏରିଆଲ୍ ସଟ୍ ଚେଷ୍ଟା କରିବା ସମୟରେ ଆଉଟ୍ ହୋଇଥିଲେ । ଆଉ ଏହା ପରେ ଯୁବରାଜ ସେତେବେଳେ ଏଭଳି ଅଭିଷେକଙ୍କୁ ଏଭଳି କହିଥିଲେ । ଏବେ ଅଭିଷେକ ଶର୍ମାଙ୍କର ଶତକ ଦେଖି ଯୁବରାଜ ତାଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ, ଅକ୍ଷର ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଡ୍ ୩୭ ରନରେ ଆଉଟ୍ ହେବା ପୂର୍ବରୁ ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ପ୍ରଥମ ୱିକେଟ ପାଇଁ ୯୭ ରନର ପାର୍ଟନରସିପ୍‌ କରିଥିଲେ । ତା’ପରେ ଇଶାନ କିଶାନ ୨୫ ଏବଂ ହେନରିଚ୍ କ୍ଲାସେନ୍ ଅପରାଜିତ ୩ ରନ୍ କରିଥିଲେ । ଅଭିଷେକ ୬୮ ବଲରେ ୧୦ ଛକା ଏବଂ ୧୦ ଚୌକା ମାରି ୧୩୫ ରନ କରିଥିଲେ ।

ଯୁବରାଜ ସିଂହ କ’ଣ କହିଲେ

ଯୁବରାଜ ସିଂହ ଅଭିଷେକ ଶର୍ମାଙ୍କ ଶତକକୁ ପ୍ରଶଂସା କରି ଏକ ପୋଷ୍ଟ ସେୟାର କରିଥିଲେ। ସେ ଲେଖିଛନ୍ତି, "ବ୍ୟାଟ୍‌କୁ ତା'ର କାମ କରିବାକୁ ଦିଅ ! ତୁମେ ପ୍ରତିଦିନ ଭଲ ହେଉଛ । ସାର୍ ଅଭିଷେକ ଶର୍ମା ତୁମେ ବହୁତ ଭଲ ଖେଳିଛ । ଏଭଳି ଆଗକୁ ବଢ଼ିଚାଲ ।''



ଅଭିଷେକ ଶର୍ମାଙ୍କ ଖେଳକୁ ଉନ୍ନତ କରିବାର ଶ୍ରେୟ ଯୁବରାଜଙ୍କୁ ଦିଆଯାଏ । ଅଭିଷେକ ଯୁବରାଜଙ୍କୁ ଜଣେ ମେଣ୍ଟର ବୋଲି ମାନିଥାନ୍ତି । ପୂର୍ବତନ କ୍ରିକେଟର ଅଭିଷେକଙ୍କ ବ୍ୟତୀତ ଶୁବମନ ଗିଲଙ୍କୁ ମଧ୍ୟ ଯୁବରାଜ ତାଲିମ ଦେଇଛନ୍ତି ।

୪୭ ବଲ୍‌ରେ ଶତକ

ଅଭିଷେକ ଶର୍ମା ୪୭ ବଲ୍‌ରେ ତାଙ୍କର ଶତକ ପୂରଣ କରିଥିଲେ, ଯାହା ତାଙ୍କର ନବମ ଟି-୨୦ ଶତକ। ସେ ଏହି ଫର୍ମାଟରେ ଭାରତ ପାଇଁ ମିଳିତ ସର୍ବାଧିକ ଶତକ ହାସଲକାରୀ ହୋଇଥିଲେ। ବିରାଟ କୋହଲିଙ୍କ ମଧ୍ୟ ୯ଟି ଟି-୨୦ ଶତକ ଅଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୪୨ ରନ୍ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ କେବଳ ୧୯୫ ରନ୍ କରିପାରିଥିଲା ​​ଏବଂ ୪୭ ରନ୍‌ରେ ମ୍ୟାଚ୍ ହାରିଥିଲା । ଅଭିଷେକ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଅଭିଷେକ ୧୩୫ ରନ୍ କରିଥିଲେ, ଯାହା ତାଙ୍କର ଦ୍ୱିତୀୟ ଆଇପିଏଲ୍ ଶତକ। ୨୦୧୮ ମସିହାରୁ ଆଇପିଏଲ୍‌ରେ ଖେଳୁଥିବା ଅଭିଷେକ ଗତ ବର୍ଷ ତାଙ୍କର ପ୍ରଥମ ଆଇପିଏଲ୍ ଶତକ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Yuvraj Calls Abhishek Sharma ‘Sir’ After Stunning 135 in IPL | Argus News