Abhishek Sharma Century / ଦିଲ୍ଲୀରେ ଅଭିଷେକଙ୍କ ତାଣ୍ଡବ, ୩୦ ବଲ୍ରେ ଶତକ...ଭାଙ୍ଗିଲେ ରୋହିତଙ୍କ ରେକର୍ଡ
·1 hour ago·2 min read

Key Points
ରୋହିତଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ
ମାତ୍ର ୩୦ ବଲ୍ରେ ଶତକ
ଦିଲ୍ଲୀରେ ଦେଖିବାକୁ ମିଳିଲା ଚୌକା-ଛକାର ବର୍ଷା
ମାତ୍ର ୩୦ ବଲ୍ରେ ଶତକ
ଦିଲ୍ଲୀରେ ଦେଖିବାକୁ ମିଳିଲା ଚୌକା-ଛକାର ବର୍ଷା
ଦିଲ୍ଲୀରେ ଅଭିଷେକଙ୍କ ତାଣ୍ଡବ । ମାତ୍ର ୩୦ ବଲ୍ରେ ହାସଲ କଲେ ଶତକ । ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ରେ ଅଭିଷେକଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଲା ଚୌକା-ଛକାର ବର୍ଷା । ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଇତିହାସ ରଚିଛନ୍ତି ଅଭିଷେକ ଶର୍ମା । ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି । ଏହା ସହ ସେ ଭାରତ ପାଇଁ ଟି-୨୦ ଇଣ୍ଟର ନ୍ୟାସନାଲରେ ସବୁଠାରୁ ଦ୍ରୁତ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହି ଶତକ ସହ ସେ ରୋହିତ ଶର୍ମାଙ୍କ ପୂର୍ବ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି । ରୋହିତ ଟି-୨୦ ଇଣ୍ଟର ନ୍ୟାସନାଲରେ ୩୫ଟି ବଲରେ ଶତକ ପୂରଣ କରିଥିଲେ ।
ଦ୍ରୁତତମ ଶତକ ତାଲିକାରେ ତୃତୀୟ
ଯଦି ପୂରା ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟ୍କୁ ଦେଖିବା ତାହାଲେ, ଅଭିଷେକଙ୍କ ଶତକ ତୃତୀୟ ଦ୍ରୁତତମ । ଏହି ତାଲିକାରେ ଏଷ୍ଟୋନିଆର ସାହିଲ ଚୌହାନ ସବୁଠାରୁ ଉପରେ ଅଛନ୍ତି । ସେ ୨୦୨୪ରେ ସାଇପ୍ରସ ବିପକ୍ଷରେ ମାତ୍ର ୨୭ଟି ବଲରେ ଶତକ ପୂରଣ କରିଥିଲେ ।
ଦ୍ୱିତୀୟ ସ୍ଥାନରେ ତୁର୍କୀର ମହମ୍ମଦ ଫହାଦ ମୌଦୁଦ୍ ଅଛନ୍ତି । ସେ ୨୯ଟି ବଲରେ ଶତକ ହାସଲ କରିଥିଲେ। ଅଭିଷେକ ଶର୍ମା ୩୦ଟି ବଲରେ ଶତକ କରି ଏହି ତାଲିକାରେ ତୃତୀୟ ସ୍ଥାନକୁ ଆସିଛନ୍ତି ।
ତେବେ ଏଠାରେ ଏକ ବିଶେଷ କଥା ହେଉଛି, ଫୁଲ୍ ମେମ୍ବର ଦଳ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠାରୁ ଦ୍ରୁତ ଶତକ ହାସଲ କରିବାର ରେକର୍ଡ ଏବେ ଅଭିଷେକ ଶର୍ମାଙ୍କ ନାମରେ ରହିଛି ।
୩୪ ବଲରେ ୧୦୮ ରନ୍
ଶତକ ପୂରଣ କରିବା ପରେ ମଧ୍ୟ ଅଭିଷେକଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରହିଥିଲା। ଶେଷରେ ସେ ୩୪ଟି ବଲରେ ୯ଟି ଚୌକା ଓ ୧୧ଟି ଛକା ସହ ୧୦୮ ରନ୍ର ବିସ୍ଫୋରକ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ । ଅଭିଷେକଙ୍କ ଏହି ପାଳି ଭାରତୀୟ ଟି-୨୦ କ୍ରିକେଟ୍ରେ ଏକ ନୂଆ ରେକର୍ଡ ଯୋଡ଼ିଛି ।

1⃣0⃣8⃣ runs
— BCCI (@BCCI) September 17, 2026
3⃣4⃣ balls
3⃣1⃣7⃣.6⃣5⃣ strike rate
9⃣ fours & 1⃣1⃣ sixes
Abhishek Sharma walks back after a fabulous knock 💥💥
Updates ▶️ https://t.co/Zixki4RhPt#TeamIndia | #AFGvIND pic.twitter.com/tMPK8itRXT
ଦ୍ୱିତୀୟ ସ୍ଥାନରେ ତୁର୍କୀର ମହମ୍ମଦ ଫହାଦ ମୌଦୁଦ୍ ଅଛନ୍ତି । ସେ ୨୯ଟି ବଲରେ ଶତକ ହାସଲ କରିଥିଲେ। ଅଭିଷେକ ଶର୍ମା ୩୦ଟି ବଲରେ ଶତକ କରି ଏହି ତାଲିକାରେ ତୃତୀୟ ସ୍ଥାନକୁ ଆସିଛନ୍ତି ।
ତେବେ ଏଠାରେ ଏକ ବିଶେଷ କଥା ହେଉଛି, ଫୁଲ୍ ମେମ୍ବର ଦଳ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠାରୁ ଦ୍ରୁତ ଶତକ ହାସଲ କରିବାର ରେକର୍ଡ ଏବେ ଅଭିଷେକ ଶର୍ମାଙ୍କ ନାମରେ ରହିଛି ।
୩୪ ବଲରେ ୧୦୮ ରନ୍
ଶତକ ପୂରଣ କରିବା ପରେ ମଧ୍ୟ ଅଭିଷେକଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରହିଥିଲା। ଶେଷରେ ସେ ୩୪ଟି ବଲରେ ୯ଟି ଚୌକା ଓ ୧୧ଟି ଛକା ସହ ୧୦୮ ରନ୍ର ବିସ୍ଫୋରକ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ । ଅଭିଷେକଙ୍କ ଏହି ପାଳି ଭାରତୀୟ ଟି-୨୦ କ୍ରିକେଟ୍ରେ ଏକ ନୂଆ ରେକର୍ଡ ଯୋଡ଼ିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories