Videos
|
Sports

Abhishek Sharma / ପାକିସ୍ତାନ ବିପକ୍ଷରେ ଅଭିଷେକଙ୍କ ରୌଦ୍ର ରୂପ, ବର୍ଷିଲା ଛକା-ଚୌକା...ନେଲେ ପୁରୁଣା ବଦଲା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପାକିସ୍ତାନ ବିପକ୍ଷରେ ଅଭିଷେକଙ୍କ ରୌଦ୍ର ରୂପ, ବର୍ଷିଲା ଛକା-ଚୌକା...ନେଲେ ପୁରୁଣା ବଦଲା
Abhishek Sharma

Key Points

ଅଭିଷେକଙ୍କ ଧମାକା
ପାକିସ୍ତାନୀ ବୋଲରଙ୍କ ଉପରେ ବର୍ଷିଲା ଛକା-ଚୌକା
୨୮ ବଲ୍‌ରେ କଲେ ୬୧ ରନ୍
ଶନିବାର ଏସିଆନ୍ ଗେମ୍ସ ୨୦୨୬ର କ୍ରିକେଟ୍ ଫାଇନାଲ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଏହି ଗୋଲ୍ଡ ମେଡାଲ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଭାରତ ପାଇଁ ଓପନର୍ ଅଭିଷେକ ଶର୍ମା ଆରମ୍ଭରୁ ହିଁ ପାକିସ୍ତାନୀ ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ । ସେ ମାତ୍ର ୨୮ଟି ବଲ୍‌ରେ ୬୧ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ ।

ଅଭିଷେକଙ୍କ ଏହି ଇନିଂସରେ ୩ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୨୧୭.୮୬ ଥିଲା । ପାକିସ୍ତାନ ବିପକ୍ଷରେ ଏହି ଧମାକାଦାର ଇନିଂସ ସହ ଅଭିଷେକ ଚଳିତ ବର୍ଷର ଟି-୨୦ ବିଶ୍ବକପ୍‌ର ନିରାଶାର ମଧ୍ୟ ପ୍ରତିଶୋଧ ନେଇଛନ୍ତି ।

ପାକିସ୍ତାନ ବିପକ୍ଷରେ ଜୋରଦାର କମବ୍ୟାକ୍

୧୫ ଫେବ୍ରୁଆରୀ ୨୦୨୬ରେ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଭିଷେକ ଖାତା ଖୋଲିନପାରି ଆଉଟ୍ ହୋଇଥିଲେ । ସଲମାନ ଆଘା ତାଙ୍କୁ ପ୍ରଥମ ଓଭରରେ ହିଁ ଆଉଟ୍ କରି ପ୍ୟାଭିଲିୟନ୍‌ ପଠାଇଥିଲେ । ଏବେ ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ସେ ପାକିସ୍ତାନୀ ବୋଲିଂ ବିପକ୍ଷରେ ଦମଦାର ବ୍ୟାଟିଂ କରିଛନ୍ତି ।



ତେବେ ତାଙ୍କ ଏହି ବିସ୍ଫୋରକ ପାଳିର ଅନ୍ତ ଘଟାଇଥିଲେ ରାଫାତ ମିନହାସ । ମିନହାସଙ୍କ ବଲ୍‌ରେ ଅଭିଷେକ ଆଗକୁ ବଢ଼ି ବଡ଼ ଶଟ୍ ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଡ଼ ଶଟ୍‌ ଖେଳିବାରେ ବିଫଳ ହୋଇଥିଲେ । ଅଭିଷେକ ୨୮ ବଲ୍‌ରେ ୬୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।

୨୦୨୬ରେ ଛକାର ବର୍ଷ

ଅଭିଷେକ ଶର୍ମାଙ୍କ ନାମରେ ୨୦୨୬ରେ ଏପର୍ଯ୍ୟନ୍ତ ଟି-୨୦ କ୍ରିକେଟ୍‌ରେ ୧୦୪ଟି ଛକା ହୋଇଛି । ଏକ କ୍ୟାଲେଣ୍ଡର ବର୍ଷରେ ଭାରତ ପାଇଁ ଟି-୨୦ରେ ସବୁଠାରୁ ଅଧିକ ଛକା ମାରିଥିବା ବ୍ୟାଟରଙ୍କ ତାଲିକାରେ ସେ ଶୀର୍ଷରେ ଅଛନ୍ତି । ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ ୯୦ଟି ଛକା ସହ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଭାରତ-ପାକିସ୍ତାନ ଟି-୨୦ରେ ଗୋଟିଏ ପାଳିରେ ସର୍ବାଧିକ ଛକା

- ୭ ଛକା – ଯୁବରାଜ ସିଂହ, ଅହମ୍ମଦାବାଦ, ୨୦୧୨
- ୭ ଛକା – ଅଭିଷେକ ଶର୍ମା, ନିଶିନ୍, ୨୦୨୬
- ୫ ଛକା – ଅଭିଷେକ ଶର୍ମା, ଦୁବାଇ, ୨୦୨୫

ଏହା ସହିତ ପାକିସ୍ତାନ ବିପକ୍ଷରେ ଗୋଟିଏ ଇନିଂସରେ ୭ଟି ଛକା ମାରିବାରେ ଅଭିଷେକ ଶର୍ମା ଭାରତୀୟ କିମ୍ବଦନ୍ତୀ ଯୁବରାଜ ସିଂହଙ୍କ ସମକକ୍ଷ ହୋଇଛନ୍ତି ।

ଗୋଟିଏ ବର୍ଷରେ ଭାରତ ପାଇଁ ଟି-୨୦ରେ ସର୍ବାଧିକ ଛକା

- ୧୦୮ ଛକା – ଅଭିଷେକ ଶର୍ମା, ୨୦୨୫
- ୧୦୪ ଛକା – ଅଭିଷେକ ଶର୍ମା, ୨୦୨୬
- ୯୦ ଛକା – ବୈଭବ ସୂର୍ଯ୍ୟବଂଶୀ, ୨୦୨୬
- ୮୭ ଛକା – ଅଭିଷେକ ଶର୍ମା, ୨୦୨୪
- ୮୫ ଛକା – ସୂର୍ଯ୍ୟକୁମାର ଯାଦବ, ୨୦୨୨

ଅର୍ଥାତ୍ ଅଭିଷେକ ଶର୍ମା କ୍ରମାଗତ ଦ୍ୱିତୀୟ ବର୍ଷ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ୨୦୨୫ରେ ସେ ୧୦୮ଟି ଛକା ମାରିଥିବା ବେଳେ ୨୦୨୬ରେ ଏପର୍ଯ୍ୟନ୍ତ ୧୦୪ଟି ଛକା ମାରିସାରିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: