Abhishek Sharma bat check / ଲୁହାରେ ତିଆରି ହୋଇନି ତ ବ୍ୟାଟ୍ ! ମ୍ୟାଚ୍ ପରେ ଅଭିଷେକଙ୍କ ବ୍ୟାଟ୍ ଯାଞ୍ଚ କଲେ ନ୍ୟୁଜିଲାଣ୍ଡ ଖେଳାଳି
·7 months ago·2 min read

Key Points
ଅଭିଷେକ ଶର୍ମାଙ୍କ ଧମାକା
୧୪ ବଲ୍ରେ ୫୦
ମ୍ୟାଚ୍ ପରେ ଅଭିଷେକଙ୍କ ବ୍ୟାଟ୍ ଯାଞ୍ଚ
୧୪ ବଲ୍ରେ ୫୦
ମ୍ୟାଚ୍ ପରେ ଅଭିଷେକଙ୍କ ବ୍ୟାଟ୍ ଯାଞ୍ଚ
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଏକ ରୋମାଞ୍ଚକର ଥିଲା । ଗୌହାଟୀର ବରସାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅଭିଷେକ ଶର୍ମା ଧୁଆଁଧାର ବ୍ୟାଟିଂ କରିଥିଲେ ।
ଭାରତୀୟ ଦଳ ମ୍ୟାଚ୍କୁ ୮ ୱିକେଟରେ ଜିତି ସିରିଜକୁ କବ୍ଜା କରିଛି । ଭାରତ ମାତ୍ର ୧୦ ଓଭରରେ ୧୫୪ ରନର ଲକ୍ଷ୍ୟ ହାସଲ କରି ପ୍ରଶଂସକ ଏବଂ ନ୍ୟୁଜିଲାଣ୍ଡ ଖେଳାଳି ଉଭୟଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି କିୱିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ବିଜୟ ପରେ ତାଙ୍କ ବ୍ୟାଟ୍ ଯାଞ୍ଚ କରିବାକୁ ଲାଗିଲେ ।
ଅଭିଷେକ ଶର୍ମା ଏକ ହଇଚଇ ସୃଷ୍ଟି କରିଥିଲେ
ଯୁବ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଏହି ବିଜୟର ସବୁଠାରୁ ବଡ଼ ନାୟକ ଥିଲେ । ସେ ତୃତୀୟ ଟି-୨୦ରେ ମାତ୍ର ୨୦ ବଲ୍ରେ ୬୮ ରନ୍ କରିଥିଲେ । ଯେଉଁଥିରେ ୭ ଚୌକା ଏବଂ ୫ ଛକା ସାମିଲ ଥିଲା । କେବଳ ଏତିକି ନୁହେଁ ସେ ମାତ୍ର ୧୪ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଯାହା ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା ।
ମ୍ୟାଚ୍ ପରେ ଅଭିଷେକଙ୍କ ବ୍ୟାଟ୍ କାହିଁକି ଯାଞ୍ଚ କରାଯାଇଥିଲା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚ୍ ଶେଷ ହେବା ମାତ୍ରେ, ନ୍ୟୁଜିଲାଣ୍ଡର ଡେଭନ୍ କନୱେ ଏବଂ ଜାକବ୍ ଡଫି ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଯାଞ୍ଚ କରିବାକୁ ଯାଇଥିଲେ । ଏହି ମୁହୂର୍ତ୍ତଟି କ୍ୟାମେରାରେ କଏଦ ହୋଇଥିଲା । ଆଉ ପରେ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହୋଇଥିଲା ।
ମ୍ୟାଚ୍ ଏପରି ଥିଲା
ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ସେମାନଙ୍କ ସପକ୍ଷରେ କାମ କରିଥିଲା। ନ୍ୟୁଜିଲାଣ୍ଡର ବ୍ୟାଟିଂ ପ୍ରଦର୍ଶନ ଖରାପ ଥିଲା । ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୪ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । କିୱି ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୪୮ ରନ କରିଥିଲେ । ଭାରତ ପକ୍ଷରୁ ଜସପ୍ରିତ ବୁମରାହ ଚମତ୍କାର ବୋଲିଂ କରି ୩ ୱିକେଟ୍ ନେଇଥିବାବେଳେ ରବି ବିଷ୍ଣୋଇ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
୧୫୪ ରନର ଲକ୍ଷ୍ୟ ପିଛା କରିବା ସମୟରେ ଭାରତୀୟ ଦଳ ଖରାପ ଆରମ୍ଭ କରିଥିଲା । ପ୍ରଥମ ବଲ୍ରେ ସଞ୍ଜୁ ସାମସନଙ୍କୁ ହରାଇଥିଲା । ତଥାପି ଅଭିଷେକ ଶର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍କୁ ସମ୍ପୂର୍ଣ୍ଣ ଭାବରେ ଭାରତ ସପକ୍ଷରେ ବଦଳାଇ ଦେଇଥିଲେ । ସୂର୍ଯ୍ୟକୁମାର ଯାଦବ ଅପରାଜିତ ୫୭ ରନ କରିଥିବାବେଳେ ଇଶାନ କିଷାନ ୨୮ ରନ କରି ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନରୀ ଏବଂ ଇସ୍ ସୋଢି ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Related Topics
Explore more stories