Abhishek Sharma / ଇତିହାସ ରଚିଲେ ଅଭିଷେକ ଶର୍ମା, ଭାଙ୍ଗିଲେ କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ରେକର୍ଡ
·8 months ago·2 min read

Key Points
ଅଭିଷେକ ଭାଙ୍ଗିଲେ ସୂର୍ଯ୍ୟଙ୍କ ରେକର୍ଡ । ଟି-୨୦ରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ପୂରଣ କଲେ ୧ ହଜାର ରନ୍ । ପଛରେ ପଡ଼ିଲେ ମ୍ୟାକ୍ସଓ୍ବେଲ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ଗାବାରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଅର୍ଥାତ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ତେବେ ଏହି ଅନ୍ତିମ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଷ୍ଟାର ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ୍ ଭାରତୀୟ ଦଳକୁ ଏକ ଧୁଆଁଧାର ଆରମ୍ଭ ଦେଇଥିଲେ । ତେବେ ବର୍ଷା କାରଣରୁ ମ୍ୟାଚ୍ ୪.୫ ଓଭରର ଖେଳାଯାଇଛି ।
ତେବେ ଏହି ମ୍ୟାଚ୍ରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ଟିମ୍ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା । ଅଭିଷେକ ଟି-୨୦ ଅର୍ନ୍ତଜାତୀୟରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ଏକ ହଜାର ରନ୍ ପୂରଣ କରିଛନ୍ତି । ଏହା ସହ ସେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।
ବଲ୍ ଦୃଷ୍ଟିରୁ ଅଭିଷେକ ଶର୍ମା ଟି-୨୦ରେ ୧ ହଜାର ରନ୍ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଅଭିଷେକ ୧ ହଜାର ରନ ପୂରଣ କରିବା ପାଇଁ ୫୨୮ ବଲ୍ ନେଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାଁରେ ଥିଲା । ଯିଏ କି ୧ ହଜାର ରନ ପୂରଣ କରିବା ପାଇଁ ୫୭୩ ବଲ୍ ନେଇଥିଲେ ।
ସୂଚନା ଅନୁସାରେ ଗାବାରେ ଖେଳାଯାଉଥିବା ପଞ୍ଚମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତୀୟ ଦଳ ଗୋଟିଏ ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇଛି । ଟିମ୍ ଇଣ୍ଡିଆ ତିଲକ ବର୍ମାଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ରିଙ୍କୁ ସିଂହଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଛି ।
ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଥିଲା । ତେବେ ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ହେବା ପୂର୍ବରୁ ଭାରତୀୟ ଦଳ ମାତ୍ର ୪.୫ ଓଭରରେ ୫୨ ରନ୍ ସଂଗ୍ରହ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମା ୧୩ ବଲ୍ରେ ୨୩ ରନ୍ କରିଥିବା ବେଳେ ଶୁବମନ ଗିଲ୍ ୧୬ ବଲ୍ରେ ୨୯ ରନ୍ କରିଛନ୍ତି ।
ତେବେ ଏହି ମ୍ୟାଚ୍ରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ଟିମ୍ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା । ଅଭିଷେକ ଟି-୨୦ ଅର୍ନ୍ତଜାତୀୟରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ଏକ ହଜାର ରନ୍ ପୂରଣ କରିଛନ୍ତି । ଏହା ସହ ସେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।
𝘼𝙗𝙝𝙞𝙨𝙝𝙚𝙠 𝘼𝙨𝙘𝙚𝙣𝙙𝙨 🔝
— BCCI (@BCCI) November 8, 2025
1️⃣0️⃣0️⃣0️⃣ T20I runs and counting for the swashbuckling Abhishek Sharma. 👏
He also becomes the second-fastest #TeamIndia batter to achieve this feat 🔥#AUSvIND | @IamAbhiSharma4 pic.twitter.com/60OCsf5rJA
ବଲ୍ ଦୃଷ୍ଟିରୁ ଅଭିଷେକ ଶର୍ମା ଟି-୨୦ରେ ୧ ହଜାର ରନ୍ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଅଭିଷେକ ୧ ହଜାର ରନ ପୂରଣ କରିବା ପାଇଁ ୫୨୮ ବଲ୍ ନେଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାଁରେ ଥିଲା । ଯିଏ କି ୧ ହଜାର ରନ ପୂରଣ କରିବା ପାଇଁ ୫୭୩ ବଲ୍ ନେଇଥିଲେ ।
ଅଧିକ ପଢ଼ନ୍ତୁ: ପୁଣି ଫେରିଲା ନୋ-ହ୍ୟାଣ୍ଡସେକ୍ ବିବାଦ, ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶାଇଲେନି ଭାରତୀୟ ଖେଳାଳି
ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ବିସ୍ଫୋରକ ୱିକେଟକିପର-ବ୍ୟାଟସମ୍ୟାନ୍ ଫିଲ୍ ସଲ୍ଟ । ଯିଏ ୫୯୯ ବଲର ସମ୍ମୁଖୀନ ହୋଇ ଏହି ସଫଳତା ହାସଲ କରିଛନ୍ତି। ସେହିପରି ମ୍ୟାକ୍ସୱେଲ୍ ୬୦୪ ବଲ ଖେଳି ଟି-୨୦ ଆନ୍ତର୍ଜାତୀୟରେ ୧୦୦୦ ରନ ପୂରଣ କରିଛନ୍ତି। କେବଳ ଏତିକି ନୁହେଁ, ଇନିଂସ ଦୃଷ୍ଟିରୁ ଅଭିଷେକ ୧ ହଜାର ଟି-୨୦ ରନ୍ ସ୍କୋର କରିବାରେ ଦ୍ୱିତୀୟ ଦ୍ରୁତତମ ଭାରତୀୟ ।ସୂଚନା ଅନୁସାରେ ଗାବାରେ ଖେଳାଯାଉଥିବା ପଞ୍ଚମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତୀୟ ଦଳ ଗୋଟିଏ ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇଛି । ଟିମ୍ ଇଣ୍ଡିଆ ତିଲକ ବର୍ମାଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ରିଙ୍କୁ ସିଂହଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଛି ।
ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଥିଲା । ତେବେ ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ହେବା ପୂର୍ବରୁ ଭାରତୀୟ ଦଳ ମାତ୍ର ୪.୫ ଓଭରରେ ୫୨ ରନ୍ ସଂଗ୍ରହ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମା ୧୩ ବଲ୍ରେ ୨୩ ରନ୍ କରିଥିବା ବେଳେ ଶୁବମନ ଗିଲ୍ ୧୬ ବଲ୍ରେ ୨୯ ରନ୍ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories