Abhishek Sharma Record / ଅଭିଷେକ ଭାଙ୍ଗିଲେ ସୂର୍ଯ୍ୟକୁମାରଙ୍କ ବଡ଼ ରେକର୍ଡ, ମାତ୍ର ୧୦୨୪ ବଲ୍ରେ କଲେ ୨୦୦୦ ରନ୍
·1 hour ago·2 min read

Key Points
ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ
ଭାଙ୍ଗିଲା ସୂର୍ଯ୍ୟକୁମାରଙ୍କ ବଡ଼ ରେକର୍ଡ
ମାତ୍ର ୧୦୨୪ ବଲ୍ରେ ୨୦୦୦ ରନ୍
ଭାଙ୍ଗିଲା ସୂର୍ଯ୍ୟକୁମାରଙ୍କ ବଡ଼ ରେକର୍ଡ
ମାତ୍ର ୧୦୨୪ ବଲ୍ରେ ୨୦୦୦ ରନ୍
କ୍ରିକେଟ୍ ମୈଦାନରେ ପୁଣି ଗର୍ଜିଲା ଅଭିଷେକ ଶର୍ମାଙ୍କ ବ୍ୟାଟ୍ । ଚୌକା ଓ ଛକାର ବର୍ଷା କରି ଇନ୍ଦୋରରେ ଧମାଲ୍ ମଚାଇଲେ ଏହି ଷ୍ଟାର୍ ଓପନର । ମାତ୍ର ୧୮ଟି ବଲ୍ରେ ଅର୍ଦ୍ଧଶତକ ଏବଂ ମାତ୍ର ୧,୦୨୪ଟି ବଲ୍ରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨,୦୦୦ ରନ୍ର ମାଇଲଖୁଣ୍ଟ । ଏହି ବିସ୍ଫୋରକ ପ୍ରଦର୍ଶନ ସହ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛନ୍ତି ଅଭିଷେକ ।
ଭାରତୀୟ କ୍ରିକେଟ୍ର ବିସ୍ଫୋରକ ଓପନର ଅଭିଷେକ ଶର୍ମା ନିଜର ଧମାକାଦାର ବ୍ୟାଟିଂ ଦ୍ୱାରା ପୁଣିଥରେ କ୍ରିକେଟ୍ପ୍ରେମୀଙ୍କ ମନ ଜିଣିଛନ୍ତି । ଇନ୍ଦୋରର ହୋଲକର ଷ୍ଟାଡିୟମ୍ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବା ସହ ଅଭିଷେକ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି ।
2⃣0⃣0⃣0⃣ T20I runs ✅ A major milestone for Abhishek Sharma 👌👌 Updates ▶️ https://t.co/0ve4uDWSIn #TeamIndia | #INDvWI | @mflone_ | @OfficialAbhi04 https://t.co/mdBTBjCmHH
— BCCI (@BCCI) October 11, 2026
ଅଭିଷେକ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ସବୁଠାରୁ କମ୍ ବଲ୍ରେ ୨,୦୦୦ ରନ୍ ପୂରଣ କରିବାର ରେକର୍ଡ ହାସଲ କରିଛନ୍ତି । ଏହି କ୍ରମରେ ସେ ଭାରତୀୟ ଦଳର ପୂର୍ବତନ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।
The Abhishek Sharma Show in Indore! 🤩 He brings up a scintillating 18-ball 5️⃣0️⃣ 🔥 #TeamIndia 87/1 after just 6 overs. Updates ▶️ https://t.co/0ve4uDWSIn #INDvWI | @mflone_ | @OfficialAbhi04 https://t.co/Uu4QRXiYrF
— BCCI (@BCCI) October 11, 2026
୨୬ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଷେକ ମାତ୍ର ୧,୦୨୪ଟି ବଲ୍ର ସମ୍ମୁଖୀନ କରି ୨,୦୦୦ ଟି-୨୦ ଅନ୍ତର୍ଜାତୀୟ ରନ୍ ପୂରଣ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଥିଲା । ସୂର୍ଯ୍ୟକୁମାର ୨୦୨୩ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧,୧୬୪ଟି ବଲ୍ରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ ।
ରେକର୍ଡ ସୃଷ୍ଟି କରିବା ସହ ଅଭିଷେକ ନିଜର ବ୍ୟାଟିଂର ଯାଦୁ ମଧ୍ୟ ଦେଖାଇଥିଲେ। ସେ ମାତ୍ର ୧୮ଟି ବଲ୍ରେ ଧମାକାଦାର ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବ ମ୍ୟାଚ୍ର ନିରାଶାଜନକ ପ୍ରଦର୍ଶନକୁ ପଛରେ ପକାଇ ସେ ଇନ୍ଦୋର ମୈଦାନରେ ଚୌକା ଓ ଛକାର ବର୍ଷା କରିଥିଲେ । ଅଭିଷେକ ମାତ୍ର ୩୦ଟି ବଲ୍ରେ ୬ଟି ଚୌକା ଓ ୫ଟି ଛକା ସହ ୬୯ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories