Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Abhishek Sharma / ଭାଙ୍ଗିବ କି ଯୁବରାଜଙ୍କ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ? ଜାଣନ୍ତୁ କ'ଣ କହିଲେ ଅଭିଷେକ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଭାଙ୍ଗିବ କି ଯୁବରାଜଙ୍କ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ? ଜାଣନ୍ତୁ କ'ଣ କହିଲେ ଅଭିଷେକ
Abhishek Sharma

Key Points

ଗୌହାଟୀରେ ଅଭିଷେକ ଝଡ଼
ଯୁବରାଜଙ୍କ ପରେ ଅଭିଷେକ !
ଭାରତର ଲଗାତାର ୯ମ ଟି-୨୦ ସିରିଜ୍‌ ବିଜୟ
ଗୌହାଟୀରେ ଅଭିଷେକ ଝଡ଼ । ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-୨୦ରେ ୧୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍‌ ଅଭିଷେକ ଶର୍ମା । ଯୁବରାଜ ସିଂହଙ୍କ ପରେ ଟି-୨୦ରେ ଜଣେ ଭାରତୀୟଙ୍କ ଦ୍ୱାରା ଏହା ହେଉଛି ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ । ୨୦୦୭ ଟି-୨୦ ବିଶ୍ୱକପରେ ଯୁବରାଜ ସିଂହ ଇଂଲଣ୍ଡ ବିପକ୍ଷରେ ୧୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଉ ଏବେ ତାଙ୍କ ଶିଷ୍ୟ ତଥା ଟିମ୍‌ ଇଣ୍ଡିଆର ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ୍‌ ଅଭିଷେକ ୧୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ମ୍ୟାଚ୍ ପରେ ଅଭିଷେକ କହିଥିଲେ ଯେ ଯୁବରାଜଙ୍କ ରେକର୍ଡ ଭାଙ୍ଗିବା ସମସ୍ତଙ୍କ ପାଇଁ ପ୍ରାୟ ଅସମ୍ଭବ ।



ଅଭିଷେକ ଶର୍ମା ୨୦ ବଲ୍‌ରେ ୫ଟି ଛକା ଏବଂ ୭ଟି ଚୌକା ମାରି ୬୭ ରନର ଅପରାଜିତ ଇନିଂସ ଖେଳିଥିଲେ । ମ୍ୟାଚ୍ ପରେ ଅଭିଷେକ କହିଥିଲେ, "ମୋ ଦଳ ମୋଠାରୁ ଏହା ଆଶା କରେ ଏବଂ ମୁଁ ପ୍ରତ୍ୟେକ ଥର ଏହା କରିବାକୁ ଚାହୁଁଛି । ସ୍ପଷ୍ଟ ଭାବରେ, ଏହା ପ୍ରତ୍ୟେକ ଥର ସହଜ ନୁହେଁ । କିନ୍ତୁ ମୁଁ ଭାବୁଛି ଏହା ସବୁକିଛି ମାନସିକ ଉପରେ ନିର୍ଭର କରେ ଏବଂ ଆପଣଙ୍କ ଡ୍ରେସିଂ ରୁମ୍ ଚାରିପାଖର ପରିବେଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।"
ଯୁବରାଜ ସିଂହଙ୍କ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ବିଷୟରେ ଅଭିଷେକ କହିଛନ୍ତି, "କେହି ବି ତାଙ୍କ ଦ୍ରୁତତମ ଟି-୨୦ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ, କିନ୍ତୁ ତଥାପି, କେହି ଜାଣନ୍ତି ନାହିଁ । ଯେକୌଣସି ବ୍ୟାଟସମ୍ୟାନ୍ ଏହା କରିପାରିବେ କାରଣ ମୁଁ ଭାବୁଛି ଯେ ଏହି ସିରିଜରେ ସମସ୍ତେ ବହୁତ ଭଲ ଖେଳୁଛନ୍ତି ଏବଂ ଏହା ଆଗକୁ ବଢ଼ିବା ମଜାଦାର ହେବ ।"

ଭାରତ ଲଗାତାର ୯ମ ଟି-୨୦ ସିରିଜ ଜିତିଲା

ଗୌହାଟୀରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜସପ୍ରିତ ବୁମରାହ ଏବଂ ରବି ବିଷ୍ଣୋଇଙ୍କ ଚମତ୍କାର ବୋଲିଂ ପାଇଁ ଭାରତ ଭ୍ରମଣକାରୀ ଦଳକୁ ୧୫୩ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଥିଲା । ଲକ୍ଷ୍ୟ ପିଛା କରି ଭାରତର ଆରମ୍ଭ ଭଲ ନଥିଲା । ସଞ୍ଜୁ ସାମସନ ଇନିଂସର ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ତା'ପରେ ଇଶାନ କିଶାନ ୨୮ ରନର ଦ୍ରୁତ ଇନିଂସ ଖେଳିଥିଲେ । ୧୩ ବଲ୍ ବିଶିଷ୍ଟ ଏହି ଇନିଂସରେ ଇଶାନ ୨ଟି ଛକା ଏବଂ ୩ ଚୌକା ମାରିଥିଲେ ।

ଏହା ପରେ ଅଭିଷେକ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଭାରତକୁ ବିଜୟୀ କରାଇଥିଲେ । ୧୪ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଅଭିଷେକ ୨୦ ବଲ୍‌ରେ ଅପରାଜିତ ୬୮ ରନ୍ କରିଥିଲେ । ଏହି ଇନିଂସରେ ଅଭିଷେକ ୫ଟି ଛକା ଏବଂ ୭ଟି ଚୌକା ମାରିଥିଲେ । ସୂର୍ଯ୍ୟକୁମାର ଯାଦବ ୨୬ ବଲ୍‌ରେ ଅପରାଜିତ ୫୭ ରନ୍ କରିଥିଲେ, ଯେଉଁଥିରେ ତିନୋଟି ଛକା ଏବଂ ୬ଟି ଚୌକା ସାମିଲ ଥିଲା ।

ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୦ରେ ଆଗୁଆ ରହି ସିରିଜ୍‌କୁ କବ୍ଜା କରିଛି । ଏହା ସେମାନଙ୍କର ଲଗାତାର ନବମ ଟି-୨୦ ସିରିଜ୍‌ ବିଜୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Can Abhishek Sharma Break Yuvraj Singh’s Fastest T20 Fifty Record? | Argus News