Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL News / ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି...ଏହି ଷ୍ଟାର ଖେଳାଳି ହେବେ IPL ୨୦୨୬ର ଗେମ୍‌ ଚେଞ୍ଜର

Santosh Kumar Sahoo
Browse all articles by Santosh Kumar Sahoo
·3 months ago·3 min read
ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି...ଏହି ଷ୍ଟାର ଖେଳାଳି ହେବେ IPL ୨୦୨୬ର ଗେମ୍‌ ଚେଞ୍ଜର
IPL 2026

Key Points

IPL ୨୦୨୬ରେ ନୂଆ ଗେମ୍‌ ଚେଞ୍ଜର
ବୈଭବ ନୁହେଁ, ଅଭିଷେକ ଶର୍ମା ଉପରେ ନଜର
ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ । ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜ୍‌ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ଆଗାମୀ IPL ସିଜିନରେ ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜାଙ୍କ ପରି ବରିଷ୍ଠ ଖେଳାଳିମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବେ । ବରିଷ୍ଠ ଖେଳାଳିଙ୍କ ସହ ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ମଧ୍ୟ ରହିବ । ଯିଏ ୨୭ ମାର୍ଚ୍ଚରେ ୧୫ ବର୍ଷ ବୟସରେ ପାଦ ଦେବେ । ଗତ ସିଜିନରେ, ବୈଭବ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ମାତ୍ର ୩୫ ବଲ୍‌ରେ ଶତକ ହାସଲ କରି ଏକ ନୂଆ ଇତିହାସ ସୃଷ୍ଟି କରିଥିଲେ ।

ଯଦି ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ସ୍ଥିରତା ଦେଖନ୍ତି, ତେବେ ସେ ଆଗାମୀ ସିଜିନରେ ରାଜସ୍ଥାନ ରୟାଲ୍ସ (RR) ପାଇଁ ବହୁତ ରନ୍‌ କରିପାରିବେ । ତେବେ ଏସବୁ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବିଶ୍ୱାସ କରନ୍ତି ଯେ ଏହି ସିଜିନ୍ ସନରାଇଜର୍ସ ହାଇଦ୍ରାବାଦ (SRH) ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ପ୍ରମାଣିତ ହୋଇପାରେ । ସେ ଏଥର ଲିଗରେ ଏକ ବଡ଼ ସଫଳତା ନିଜ ନାମରେ କରିପାରନ୍ତି । ଅଭିଷେକ ବହୁତ ଦିନ ଧରି IPL ଖେଳୁଛନ୍ତି, କିନ୍ତୁ ତାଙ୍କର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ରେକଆଉଟ୍ ସିଜିନ୍ ହୋଇନାହିଁ ।

IPL ୨୦୨୪ରେ ଅଭିଷେକ ଶର୍ମା ତାଙ୍କର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ସେହି ସିଜିନରେ ୪୮୪ ରନ୍‌ କରିଥିଲେ । ସନରାଇଜର୍ସ ହାଇଦ୍ରାବାଦକୁ ଫାଇନାଲରେ ପହଞ୍ଚେଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଅଭିଷେକ । କିନ୍ତୁ ପରବର୍ତ୍ତୀ ସିଜିନରେ ସେ ଏହି ଫର୍ମକୁ ପୁନରାବୃତ୍ତି କରିବାରେ ବିଫଳ ହୋଇଥିଲେ, ଯାହା ତାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଥିଲା ।

IPLରେ ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ ଏବଂ ଋତୁରାଜ ଗାୟକୱାଡଙ୍କ ପରି ଖେଳାଳିମାନେ ନିରନ୍ତର ଅରେଞ୍ଜ କ୍ୟାପ୍ ପାଇଁ ଦୌଡ଼ରେ ଅଛନ୍ତି । ଅଭିଷେକ ଶର୍ମାଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସ୍ଥିରତା ପ୍ରଦର୍ଶନ କରିନାହାଁନ୍ତି ।

ଆକାଶ ଚୋପ୍ରା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅଭିଷେକ ଶର୍ମାଙ୍କ ପାଖରେ ଏବେ କୌଣସି ବାହାନା ନାହିଁ । "ଆମେ ସମସ୍ତେ ଆଶା କରିଥିବା ପରି ତାଙ୍କର 'ପ୍ରକୃତ ବ୍ରେକଆଉଟ୍' ସିଜିନ୍ ହୋଇନାହିଁ । କିନ୍ତୁ ଏହା ସେହି ସିଜିନ୍ ହୋଇପାରେ ।"

ସେ ଏହା ମଧ୍ୟ କହିଛନ୍ତି ଯେ ଅଭିଷେକ ଏବଂ ତିଲକ ବର୍ମାଙ୍କ ପରି ଖେଳାଳିମାନେ ଏବେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି, ତେଣୁ ସେମାନଙ୍କଠାରୁ ଅଧିକ ଆଶା ରଖିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ । ଆପଣ ଚାହାଁନ୍ତି ଯେ ସେମାନେ ନିରନ୍ତର ରନ୍‌ କରନ୍ତୁ ଏବଂ ଭଲ ଷ୍ଟ୍ରାଇକ୍ ରେଟ୍ ସହିତ ଖେଳିବେ । ବର୍ତ୍ତମାନ ଏହି ଖେଳାଳିମାନେ ବିଶ୍ୱ ଚାମ୍ପିଅନ୍ ହୋଇଥିବାରୁ ସେମାନଙ୍କଠାରୁ ଆଶା ଏକ ଭିନ୍ନ ସ୍ତରରେ ରହିବ।"

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରେ ଅଭିଷେକ ଶର୍ମାଙ୍କ ଯାତ୍ରା ଉତଥାନ-ପତନରେ ପରିପୂର୍ଣ୍ଣ ଥିଲା । ଅଭିଷେକ ଆଠ ଇନିଂସରେ ୧୪୧ ରନ କରିଥିଲେ । ତଥାପି ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ରେ ଅର୍ଦ୍ଧଶତକ ସହିତ ତାଙ୍କ ସମାଲୋଚକମାନଙ୍କ ମୁହଁ ଚୁପ୍‌ କରାଇଥିଲେ । ଅଭିଷେକ ଦେଖାଇଥିଲେ ଯେ ସେ ଜଣେ ବଡ଼ ମ୍ୟାଚ୍‌ର ଖେଳାଳି ଏବଂ IPLରେ କେବଳ ସେହି ଗତି ବଜାୟ ରଖିବାକୁ ପଡିବ ।

ସନ୍ ରାଇଜର୍ସ ହାଇଦ୍ରାବାଦ ୨୮ ମାର୍ଚ୍ଚ, ଶନିବାର ଦିନ IPL ୨୦୨୬ର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ । ଯଦି ସନ୍‌ ରାଇଜର୍ସ ଏଥର ଟାଇଟଲ୍ ଜିତିବାକୁ ଚାହାଁନ୍ତି, ତେବେ ଅଭିଷେକ ଶର୍ମାଙ୍କ ପାଇଁ ଭଲ ପ୍ରଦର୍ଶନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ।

ଏଥିସହ ପଢ଼ନ୍ତୁ: ଆଇପିଏଲ୍ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କ ଧୁଆଁଧାର ବ୍ୟାଟିଂ, ୧୪ ବଲରେ କଲେ ଅର୍ଦ୍ଧଶତକ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Not Vaibhav Suryavanshi! Abhishek Sharma Tipped as IPL 2026 Game Changer | Argus News