Om Namah Shivaya Celebration / ଦ୍ରୁତ ଶତକ ପରେ ହାତ ଯୋଡ଼ିଲେ ଅଭିଷେକ, ଆଉ ପଡ଼ିଆ ମଝିରେ ଜପିଲେ ‘ଓମ୍ ନମଃ ଶିବାୟ’
·51 mins ago·2 min read

Key Points
ଅଭିଷେକ ଶର୍ମାଙ୍କ ଦ୍ରୁତ ଶତକ
ଶତକ ପରେ ‘ଓମ୍ ନମଃ ଶିବାୟ’ ସେଲିବ୍ରେସନ୍
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଶତକ ପରେ ‘ଓମ୍ ନମଃ ଶିବାୟ’ ସେଲିବ୍ରେସନ୍
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ପ୍ରଥମେ ୩୦ ବଲ୍ରେ ହାସଲ କଲେ ଶତକ । ଆଉ ଶତକ ପରେ ହାତ ଯୋଡ଼ି ‘ଓମ୍ ନମଃ ଶିବାୟ’। ଦିଲ୍ଲୀ ମଇଦାନରେ ଅଭିଷେକ ଶର୍ମା ଯେଉଁ ଅନ୍ଦାଜରେ ଶତକ ପାଳନ କଲେ, ତାହା ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ରେକର୍ଡ ଭାଙ୍ଗିଥିବା ଅଭିଷେକ, ଶତକ ପରେ ଦେଖାଇଲେ ଏକଦମ୍ ଶାନ୍ତ ଓ ଆଧ୍ୟାତ୍ମିକ ରୂପ ।
ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଅଭିଷେକ ଶର୍ମାଙ୍କ ତାଣ୍ଡବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଅଭିଷେକ ମାତ୍ର ୩୦ ବଲ୍ରେ ଶତକ ପୂରଣ କରି ଭାରତୀୟ ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଦ୍ରୁତତମ ଶତକ ହାସଲ କରିଥିଲେ । ଏହା ସହ ସେ ଗୋଟିଏ ଇନିଂସରେ ଏକାଧିକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ।
ଏହି ଶତକ ସହ ଅଭିଷେକ ରୋହିତ ଶର୍ମାଙ୍କ ୩୫ ବଲ୍ରେ ଶତକର ରେକର୍ଡକୁ ପଛରେ ପକାଇଥିଲେ । ମ୍ୟାଚ୍ରେ ତାଙ୍କ ବ୍ୟାଟିଂ ଏତେ ଆକ୍ରମଣାତ୍ମକ ଥିଲା ଯେ, ଦର୍ଶକମାନେ ତାଙ୍କ ପ୍ରତ୍ୟେକ ସଟ୍କୁ ଉପଭୋଗ କରିଥିଲେ ।
ଶତକ ପରେ ବଦଳିଗଲା ଅନ୍ଦାଜ
ତେବେ ଅଭିଷେକଙ୍କ ଶତକ ଯେତିକି ଚର୍ଚ୍ଚାରେ ରହିଛି, ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛି ତାଙ୍କ ସେଲିବ୍ରେସନ୍ । ଶତକ ପୂରଣ କରିବା ପରେ ଅଭିଷେକ ପଡ଼ିଆ ମଝିରେ ବସି ହାତ ଯୋଡ଼ି ଧ୍ୟାନ ଓ ପ୍ରାର୍ଥନା ଭଳି ମୁଦ୍ରାରେ ଦେଖାଯାଇଥିଲେ ।
ତାଙ୍କ ଏହି ଶାନ୍ତ ଅନ୍ଦାଜକୁ ‘ଓମ୍ ନମଃ ଶିବାୟ’ ଜପ ସହ ଯୋଡ଼ାଯାଉଛି । ମଇଦାନରେ ତାଙ୍କ ଏହି ଭକ୍ତିମୟ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା । ପରେ ବିସିସିଆଇ ମଧ୍ୟ ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସେୟାର କରିଥିଲା । ଏହା ପରେ ଅଭିଷେକଙ୍କ ଏହି ସେଲିବ୍ରେସନ୍ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
୩୪ ବଲ୍ରେ ୧୦୮ ରନ୍ର ବିସ୍ଫୋରକ ଇନିଂସ
ଅଭିଷେକ ଏହି ମ୍ୟାଚ୍ରେ ମୋଟ ୩୪ଟି ବଲ୍ରେ ୧୦୮ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ୯ ଚୌକା ଓ ୧୧ଟି ଛକା ସାମିଲ ଥିଲା । ସେ ମାତ୍ର ୧୬ଟି ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ଆଉ ୧୪ଟି ବଲ୍ରେ ଶତକ ପୂରଣ କରି ନୂଆ ରେକର୍ଡ ନିଜ ନାଁରେ କରିଥିଲେ ।

A MAGNIFICENT MILESTONE! 💯
— BCCI (@BCCI) September 17, 2026
Relive the moment Abhishek Sharma brought up a record-breaking hundred 🎥👏#TeamIndia | #AFGvINDpic.twitter.com/SMbmXrtziL
ଏହି ଶତକ ସହ ଅଭିଷେକ ରୋହିତ ଶର୍ମାଙ୍କ ୩୫ ବଲ୍ରେ ଶତକର ରେକର୍ଡକୁ ପଛରେ ପକାଇଥିଲେ । ମ୍ୟାଚ୍ରେ ତାଙ୍କ ବ୍ୟାଟିଂ ଏତେ ଆକ୍ରମଣାତ୍ମକ ଥିଲା ଯେ, ଦର୍ଶକମାନେ ତାଙ୍କ ପ୍ରତ୍ୟେକ ସଟ୍କୁ ଉପଭୋଗ କରିଥିଲେ ।
ଶତକ ପରେ ବଦଳିଗଲା ଅନ୍ଦାଜ
ତେବେ ଅଭିଷେକଙ୍କ ଶତକ ଯେତିକି ଚର୍ଚ୍ଚାରେ ରହିଛି, ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛି ତାଙ୍କ ସେଲିବ୍ରେସନ୍ । ଶତକ ପୂରଣ କରିବା ପରେ ଅଭିଷେକ ପଡ଼ିଆ ମଝିରେ ବସି ହାତ ଯୋଡ଼ି ଧ୍ୟାନ ଓ ପ୍ରାର୍ଥନା ଭଳି ମୁଦ୍ରାରେ ଦେଖାଯାଇଥିଲେ ।
ତାଙ୍କ ଏହି ଶାନ୍ତ ଅନ୍ଦାଜକୁ ‘ଓମ୍ ନମଃ ଶିବାୟ’ ଜପ ସହ ଯୋଡ଼ାଯାଉଛି । ମଇଦାନରେ ତାଙ୍କ ଏହି ଭକ୍ତିମୟ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା । ପରେ ବିସିସିଆଇ ମଧ୍ୟ ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସେୟାର କରିଥିଲା । ଏହା ପରେ ଅଭିଷେକଙ୍କ ଏହି ସେଲିବ୍ରେସନ୍ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
୩୪ ବଲ୍ରେ ୧୦୮ ରନ୍ର ବିସ୍ଫୋରକ ଇନିଂସ
ଅଭିଷେକ ଏହି ମ୍ୟାଚ୍ରେ ମୋଟ ୩୪ଟି ବଲ୍ରେ ୧୦୮ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ୯ ଚୌକା ଓ ୧୧ଟି ଛକା ସାମିଲ ଥିଲା । ସେ ମାତ୍ର ୧୬ଟି ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ଆଉ ୧୪ଟି ବଲ୍ରେ ଶତକ ପୂରଣ କରି ନୂଆ ରେକର୍ଡ ନିଜ ନାଁରେ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories