Abhishek Sharma / 'ସେମାନେ ଆମକୁ ବିନା କାରଣରେ ସ୍ଲେଜିଂ କଲେ, ଆମେ ବ୍ୟାଟ୍ ମାଧ୍ୟମରେ ଜବାବ ଦେଲୁ'

Key Points
ଏସିଆ କପରେ ଭାରତର ବଡ଼ ବିଜୟ । ପଡ଼ିଆରେ କାହିଁକି ପାକିସ୍ତାନୀ ବୋଲରଙ୍କ ସହ ହୋଇଥିଲା ଯୁକ୍ତିତର୍କ । ମ୍ୟାଚ୍ ପରେ ଖୋଲି କହିଦେଲେ ଅଭିଷେକ ଶର୍ମା।
ରବିବାର ଏସିଆ କପ୍-୨୦୨୫ରେ ଖେଳାଯାଇଥିଲା ମହାମୁକାବିଲା । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ତେବେ ଏହି ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିଥିଲା ଭାରତ । ମାତ୍ର ୧୮.୫ ଓଭରରେ ୧୭୨ ରନର ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ ।
ପାକିସ୍ତାନ ବିପକ୍ଷରେ ଏହି ବଡ଼ ବିଜୟର ପ୍ରମୁଖ କାରଣ ଥିଲେ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ । ଯାହାଙ୍କ ଯୋଡ଼ି ମାତ୍ର ୪୯ ବଲରେ ପ୍ରଥମ ୱିକେଟ୍ ପାଇଁ ୧୦୫ ରନ୍ କରିଥିଲେ । ଏହି ପାର୍ଟନରସିପ୍ ପୂରା ମ୍ୟାଚକୁ ଏକପାଖିଆ କରିଥିଲା । ଅଭିଷେକ ତାଙ୍କ ଧୁଆଁଧାର ଇନିଂସରେ ପାଞ୍ଚଟି ଛକା ଏବଂ ଛଅଟି ଚୌକା ମାରିଥିଲେ ।
📱 Get Argus News App
✨ସୂଚନା ଅନୁସାରେ ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବା ପରେ ଦମଦାର ଆରମ୍ଭ କରିଥିଲେ ଦୁଇ ଭାରତୀୟ ଓପନର । ଅଭିଷେକ ଓ ଶୁବମନଙ୍କ ଆକ୍ରମଣତ୍ମକ ବ୍ୟାଟିଂ ପରେ ପାକିସ୍ତାନୀ ବୋଲରରେ ଶେଷରେ ସ୍ଲେଜିଂ କରିବା ଆରମ୍ଭ କରିଥିଲେ । ପ୍ରଥମେ ଶାହିନ୍ ଆଫ୍ରିଦ୍ ପରେ ହାରିଶ ରୈଫ ଗିଲ୍ ଓ ଅଭିଷେକ ଶର୍ମାଙ୍କୁ ସ୍ଲେଜିଂ କରିଥିଲା । ଆଉ ଅଭିଷେକ ମଧ୍ୟ ଏହାର ଜବାବ ଦେଇଥିଲେ ଏବଂ ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଥିଲା । ସେପଟେ ପାକିସ୍ତାନୀ ବୋଲର ପଡ଼ିଆ ଭିତରେ ଯେତିକି ଆଗ୍ରେସିଭ୍ ହେଉଥିଲେ ଗିଲ୍ ଓ ଅଭିଷେକ ସେତିକି ସ୍ପିଡରେ ରନ୍ ସଂଗ୍ରହ କରିଥିଲେ ।
ତେବେ ପଡ଼ିଆ ମଧ୍ୟରେ ପାକିସ୍ତାନୀ ବୋଲରଙ୍କ ସହ ହୋଇଥିବା ଯୁକ୍ତିତର୍କ ନେଇ ମ୍ୟାଚ୍ ପରେ ପ୍ରତିକ୍ରିୟା ରଖିଥିଲେ ଅଭିଷେକ ଶର୍ମା । ସେ ମ୍ୟାଚ୍ ପରେ ପ୍ରେଜେଣ୍ଟେସନ୍ ସମାରୋହ ସମୟରେ କହିଥିଲେ,"ଆଜି ସବୁକିଛି ବହୁତ ସହଜ ଥିଲା । ସେମାନେ ବିନା କାରଣରେ ଆମକୁ ଉସକାଉଥିଲେ, ଯାହା ମୋତେ ପସନ୍ଦ ଆସିନଥିଲା । ସେଥିପାଇଁ ମୁଁ ସେମାନଙ୍କ ବିରୋଧରେ ଆକ୍ରମଣାତ୍ମକ ଖେଳିଥିଲି । ମୋର ଲକ୍ଷ୍ୟ ଥିଲା ଦଳ ପାଇଁ ଭଲ ପ୍ରଦର୍ଶନ କରିବା । ଆମେ (ଗିଲ୍ ଏବଂ ଅଭିଷେକ) ସ୍କୁଲ ସମୟରୁ ଏକାଠି ଖେଳୁଛୁ ଏବଂ ପରସ୍ପରର ସାଥୀ ଉପଭୋଗ କରୁଛୁ। ଆଜି ଆମେ ଦୃଢ଼ ସଂକଳ୍ପବଦ୍ଧ ଥିଲୁ ଏବଂ ଆମେ ଏହା କରିଥିଲୁ । ଗିଲ୍ ଯେଉଁଭଳି ଭାବେ ଜବାବ ଦେଉଥିଲେ ତାହା ମୋତେ ପ୍ରକୃତରେ ପସନ୍ଦ ଆସିଥିଲା ବୋଲି ଅଭିଷେକ ଶର୍ମା କହିଛନ୍ତି ।
ସେପଟେ ଏହି ବିଜୟ ସହିତ, ସୂର୍ଯ୍ୟକୁମାର ଯାଦବଙ୍କ ଦଳ ସୁପର-୪ ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି । ଭାରତ ଏବେ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ ।
Related Topics
Explore more stories