Videos
|
Sports

Cricket News / ଜାଲ ବିଛାଇଥିଲା ୱେଷ୍ଟଇଣ୍ଡିଜ୍‌; କେମିତି ବାଜି ପଲଟେଇଲେ ଅଭିଷେକ...ନିଜେ କହିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଜାଲ ବିଛାଇଥିଲା ୱେଷ୍ଟଇଣ୍ଡିଜ୍‌; କେମିତି ବାଜି ପଲଟେଇଲେ ଅଭିଷେକ...ନିଜେ କହିଲେ
Abhishek Sharma

Key Points

ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ୟ ଟି୨୦ ମ୍ୟାଚ୍
ଜିତିବା ପରେ ଅଭିଷେକ ଶର୍ମାଙ୍କ ପ୍ରେସ କନଫରେନ୍ସ
"ମୋତେ ଆଉଟ୍ କରିବା ପାଇଁ ଜାଲ ବିଛାଇଥିଲା ୱେଷ୍ଟଇଣ୍ଡିଜ୍‌"
ଇନ୍ଦୋର: ମଧ୍ୟପ୍ରଦେର ହୋଲକର ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟି-୨୦କୁ ଭାରତ ୧୪ ରନ୍‌ରେ ବିଜୟୀ ହୋଇଛି । ଆୟୋଜକ ଦଳ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ଭାରତର ବିଜୟରେ ଅଭିଷେକ ଶର୍ମାଙ୍କ ବ୍ୟାଟିଂ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ସର୍ବାଧିକ ୬୯ ରନ୍ କରିଥିଲେ, ଯାହା ଭାରତୀୟ ଦଳକୁ ୨୨୩ ରନ୍‌ରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା । ତେବେ ମ୍ୟାଚ୍ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ସମୟରେ ଅଭିଷେକ ବିପକ୍ଷ ଦଳର ଷ୍ଟ୍ରାଟେଜି ବିଷୟରେ ଆଲୋଚନା କରିଥିଲେ । ସେ କିପରି ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ପ୍ରତିଟି ରଣନୀତିକୁ ବିଫଳ କରିଥିଲେ ତାହା କହିଥିଲେ ।

ଯେତେବେଳେ ଅଭିଷେକଙ୍କୁ ପଚରାଗଲା ଯେ କଭର ଏବଂ ପଏଣ୍ଟ ଅଞ୍ଚଳରେ ସଟ୍ ଖେଳିବା ଏକ ଜାଣିଶୁଣି ରଣନୀତି ଥିଲା କି ? ଏହାର ଜବାବରେ ଅଭିଷେକ କହିଥିଲେ, "ମୁଁ କହିବି ନାହିଁ ଯେ ଏହା ଜାଣିଶୁଣି କରାଯାଇଥିଲା, କିନ୍ତୁ ଏହା ନିଶ୍ଚିତ ଭାବରେ ମୋ ମନରେ ଥିଲା ଯେ ସେମାନେ ମୋ ବିରୁଦ୍ଧରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।"

  • "ମୋତେ ଆଉଟ୍ କରିବା ପାଇଁ ଜାଲ ବିଛାଇଥିଲେ"
ଅଭିଷେକ କହିଛନ୍ତି, "ପ୍ରଥମ ଓଭରଟି ଜଣେ ଅଫ୍-ସ୍ପିନର ପକାଇଥିଲେ । ତେଣୁ ଏହା କେବଳ ମୋର ଏବଂ ତାଙ୍କ ମଧ୍ୟରେ ଏକ ଯୁଦ୍ଧ ଥିଲା । ମୁଁ ତାଙ୍କୁ ପ୍ରଥମ ଓଭରରେ ସମ୍ମାନ ଦେଇଥିଲି, କାରଣ ମୁଁ ଭାବୁଛି ସେ ଏହି ସିରିଜରେ ପ୍ରକୃତରେ ଭଲ ବୋଲିଂ କରିଥିଲେ । ତେଣୁ ଏହା ମୋ ପାଇଁ ଭଲ କାମ କଲା କାରଣ ମୁଁ କେବଳ ପାୱାରପ୍ଲେରେ କିଛି ରନ୍ କରିବାକୁ ଚେଷ୍ଟା କରୁଥିଲି । ସେମାନଙ୍କ ପାଖରେ ମୋ ପାଇଁ ଏକ ଯୋଜନା ଥିଲା ଏବଂ ମୋତେ ତାକୁ ବିଫଳ କରିବାକୁ ପଡ଼ିଥିଲା ।"

  • ଟସ୍ ହାରି ବ୍ୟାଟିଂ କରିଥିଲା ଭାରତ
ଗତକାଲିର ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା ଭାରତ ଇନିଂସର ଶେଷ ବଲ୍‌ରେ ୨୨୩ ରନ୍‌ରେ ଅଲଆଉଟ୍ ହୋଇଗଲା । ପ୍ରଥମେ ସଞ୍ଜୁ ସାମସନ୍ ୭ ରନ୍‌ରେ ଆଉଟ୍ ହୋଇଥିଲେ । ଏହାପରେ ଇଶାନ୍ କିଶାନ୍, ଅଭିଷେକ ଶର୍ମାଙ୍କ ସହିତ ମିଶି ୪୦ ବଲ୍‌ରେ ଦ୍ୱିତୀୟ ୱିକେଟ୍ ପାଇଁ ୧୦୮ ରନ୍‌ର ପାର୍ଟନରସିପ୍ କରି ଦଳକୁ ୧୧୫ ରନ୍‌ରେ ପହଞ୍ଚାଇଥିଲେ । ଇଶାନ୍ ୧୮ ବଲ୍‌ରେ ୭ ଚୌକା ମାରି ୩୭ ରନ୍‌ କରି ଆଉଟ୍ ହୋଇଥିଲେ । ସେପଟେ ଅଭିଷେକ ଶର୍ମା ୩୦ ବଲ୍‌ରେ ୫ ଛକା ଏବଂ ୬ ଚୌକା ସହାୟତାରେ ୬୯ ରନ୍‌ କରି ଆଉଟ୍ ହୋଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଇନ୍ଦୋରରେ ରାଞ୍ଚିର ବଦଲା ନେଲା ଭାରତ; ଜିତିଲା ତୃତୀୟ ଟି୨୦ ମ୍ୟାଚ୍

  • କମାଲ୍ କଲେ ଅର୍ଶଦୀପ ସିଂହ
ଜବାବରେ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୨୦୯ ରନ୍ କରିଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୪୪ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିବାବେଳେ ନମନ ଧୀର ୨ଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ଅକ୍ଷର ପଟେଲ ଏବଂ ନୀତିଶ ରେଡ୍ଡୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ଭାରତ ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ସିରିଜ୍ ୨-୧ରେ ଆଗୁଆ ରହିଛି । ଏହା ପରେ ସେମାନେ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ୮ ୱିକେଟ୍ରେ ଜିତିଥିଲେ, କିନ୍ତୁ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ମ୍ୟାଚ୍ ୬ ୱିକେଟ୍ରେ ଜିତିଥିଲା। ସିରିଜ୍ ର ଶେଷ ଦୁଇଟି ମ୍ୟାଚ୍ ଯଥାକ୍ରମେ ୧୪ ଏବଂ ୧୭ ଅକ୍ଟୋବରରେ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଖେଳାଯିବ।