Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Abhishek Sharma Three Ducks / ଟି-୨୦ ବିଶ୍ବକପ୍‌ରେ ଅଭିଷେକଙ୍କ ଫ୍ଲପ୍‌ ସୋ', ଲଗାତର ୩ଟି ମ୍ୟାଚ୍‌ରେ '୦'ରେ ଆଉଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଟି-୨୦ ବିଶ୍ବକପ୍‌ରେ ଅଭିଷେକଙ୍କ ଫ୍ଲପ୍‌ ସୋ', ଲଗାତର ୩ଟି ମ୍ୟାଚ୍‌ରେ '୦'ରେ ଆଉଟ୍‌
Abhishek Sharma

Key Points

ଭାରତ ସୁପର-8ରେ
କିନ୍ତୁ ଅଭିଷେକଙ୍କ ଫର୍ମ ଚିନ୍ତାଜନକ
ଲଗାତର ୩ ମ୍ୟାଚ୍‌ରେ ଜିରୋରେ ଆଉଟ୍‌
ଟି-୨୦ ବିଶ୍ବକପ୍‌ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍‌ ଇଣ୍ଡିଆ । ଲଗାତର ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରି ସୁପର-୮ରେ ନିଜ ସ୍ଥାନ ପକ୍କା କରିଛି ଭାରତ । କିନ୍ତୁ ସୁପର-୮କୁ ଯିବା ପୂର୍ବରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଛନ୍ତି ଅଭିଷେକ ଶର୍ମା । ଲଗାତର ୩ଟି ମ୍ୟାଚ୍‌ରେ ଶୂନରେ ଆଉଟ ହୋଇଛନ୍ତି ଅଭିଷେକ ଶର୍ମା । ଅର୍ଥାତ ଚଳିତ ଟି-୨୦ ବିଶ୍ବକପ୍‌ରେ ଏ ପର୍ଯ୍ୟନ୍ତ ଖାତା ଖୋଲିପାରିନାହାନ୍ତି ଅଭିଷେକ ।

୨୦୨୬ ଟି-୨୦ ବିଶ୍ବକପ୍‌ରେ ଫେବ୍ରୁଆରୀ ୭ରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଭାରତ ଭେଟିଥିଲା ଆମେରିକାକୁ । ଏହି ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ୮୪ ରନ୍‌ ଫଳରେ ଭାରତ ଏହି ମ୍ୟାଚ୍‌କୁ ୨୯ ରନ୍‌ରେ ବିଜୟଲାଭ କରିଥିଲା । କିନ୍ତୁ ଏହି ମ୍ୟାଚ୍‌ରେ ଅଭିଷେକ ପ୍ରଥମ ବଲ୍‌ରେ ବଡ଼ ସଟ୍‌ ଖେଳିବା ଲକ୍ଷ୍ୟରେ ଜିରୋରେ ଆଉଟ୍‌ ହୋଇଥିଲେ ।

ଏହା ପରେ ଦ୍ବିତୀୟ ମ୍ୟାଚ୍‌ରେ ଭାରତ ନାମିବ୍ୟାକୁ ଭେଟିଥିଲା । କିନ୍ତୁ ଅସୁସ୍ଥତା କାରଣରୁ ଅଭିଷେକ ଏହି ମ୍ୟାଚ୍‌ ଖେଳିପାରିନଥିଲେ । ତୃତୀୟ ତଥା ଟି-୨୦ ବିଶ୍ବକପ୍‌ର ସବୁଠୁ ବଡ଼ ମ୍ୟାଚ୍‌ ଖେଳାଯାଇଥିଲା ଫେବ୍ରୁଆରୀ ୧୫ରେ ପାକିସ୍ତାନ ବିପକ୍ଷରେ । ଆଉ ଏହି ମ୍ୟାଚ୍‌ରେ ଅଭିଷେକ ଶର୍ମା ଖେଳିଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷରେ ମଧ୍ୟ ଖାତା ଖୋଲିପାରିନଥିଲେ ସେ । ଅଭିଷେକ ପାକିସ୍ତାନ ବିପକ୍ଷରେ ୪ଟି ବଲ୍‌ ଖେଳି ଶୂନ୍ୟରେ ଆଉଟ୍ ହୋଇଥିଲେ ।

ସେହିପରି ବୁଧବାର ଭାରତ ତା'ର ଶେଷ ଲିଗ୍‌ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳୁଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଅଭିଷେକ ଶର୍ମା ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ମ୍ୟାଚ୍‌ରେ ମଧ୍ୟ ଅଭିଷେକ ଖାତା ଖୋଲି ନପାରି ପ୍ୟାଭିଲିୟନ ଫେରିଯାଇଛନ୍ତି । ଯଦିଓ ଭାରତର ସମସ୍ତ ଲିଗ୍ ମ୍ୟାଚ୍‌ରେ ବିଜୟଲାଭ କରୁଛି କିନ୍ତୁ ଅଭିଷେକଙ୍କ ଖରାପ ଫର୍ମ ଟିମ୍‌ ଇଣ୍ଡିଆର ଚିନ୍ତାର କାରଣ ପାଲଟିଛି ।

ତେବେ ଆଗକୁ ସୁପର-୮ର ଲଢ଼େଇ ଆରମ୍ଭ ହେଉଥିବା ବେଳେ ଟିମ୍‌ ଇଣ୍ଡିଆର ସମସ୍ତ କ୍ରିକେଟ୍‌ ପ୍ରେମୀ ଅଭିଷେକଙ୍କ ଦମଦାର କମ୍‌ବ୍ୟାକ୍‌ ଅପେକ୍ଷା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Abhishek Sharma Out for Duck in 3 Straight T20 World Cup Matches | Argus News