Rahane on Samson / BCCI ନିଷ୍ପତ୍ତିକୁ ନେଇ ରାହାଣେଙ୍କ ଅସନ୍ତୋଷ! ସଞ୍ଜୁ ସାମସନଙ୍କ ପ୍ରସଙ୍ଗରେ ବଡ଼ ବୟାନ
·1 hour ago·2 min read

Key Points
ଜିମ୍ବାୱେ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆରେ ବିବାଦ !
ସଞ୍ଜୁ ସାମସନଙ୍କ ସମର୍ଥନରେ ଆସିଲେ ରାହାଣେ
BCCIକୁ ଘେରିଲେ ଅଜିଙ୍କ୍ୟ ରାହାଣେ
ସଞ୍ଜୁ ସାମସନଙ୍କ ସମର୍ଥନରେ ଆସିଲେ ରାହାଣେ
BCCIକୁ ଘେରିଲେ ଅଜିଙ୍କ୍ୟ ରାହାଣେ
ଜିମ୍ବାୱେ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଦଳରୁ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ବାଦ୍ ପଡ଼ିଛନ୍ତି । ଟିମ୍ ଇଣ୍ଡିଆରୁ ସଞ୍ଜୁ ସାମସନଙ୍କ ବାଦ ପଡ଼ିବା ପ୍ରସଙ୍ଗ ଏବେ ଜୋର ଧରିଛି । ବିସିସିଆଇ ସ୍ପଷ୍ଟ କରିଛି ଯେ ସାମସନଙ୍କୁ ବିଶ୍ରାମ ଦିଆଯାଇଛି, କିନ୍ତୁ ଅଭିଜ୍ଞ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଏବେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଅଜିଙ୍କ୍ୟ ରାହାଣେ, ସଞ୍ଜୁ ସାମସନଙ୍କ ପ୍ରତି ସମର୍ଥନ ପ୍ରକାଶ କରି ଲେଖିଛନ୍ତି ଯେ ଟି-୨୦ ବିଶ୍ୱକପ୍ ବିଜୟୀ ହିରୋଙ୍କୁ ଦଳରେ ସାମିଲ ନକରିବାରୁ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ନିଷ୍ପତ୍ତି ସାମସନଙ୍କ ସହ ସଠିକ୍ ଭାବରେ ଆଲୋଚନା ହୋଇଥିବା ନେଇ ମଧ୍ୟ ରାହେଣ ସନ୍ଦେହ ପ୍ରକାଶ କରିଛନ୍ତି ।
ସଞ୍ଜୁ ସାମସନଙ୍କୁ ଟ୍ୟାଗ୍ କରି ଅଜିଙ୍କ୍ୟ ରାହାଣେ ଚୟନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଏବଂ ଖେଳାଳିଙ୍କ ସହ ଯୋଗାଯୋଗ ସମସ୍ୟା ଉପରେ ମଧ୍ୟ ଇଙ୍ଗିତ କରିଥିଲେ । ରାହାଣେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "ଆଶା କରୁଛି, ସଞ୍ଜୁ ସାମସନଙ୍କ ସହ ଏ ବିଷୟରେ ଆଲୋଚନା ହୋଇଥିବା । ମୁଁ ଏହା ଅଜବ ଅନୁଭବ କରୁଛି ଯେ ସଞ୍ଜୁ ସଦ୍ୟତମ ଟି-୨୦ ବିଶ୍ୱକପ୍ ବିଜୟରେ ହିରୋ ଥିଲେ । କିନ୍ତୁ ଜିମ୍ବାୱେ ବିପକ୍ଷରେ ତାଙ୍କୁ ଟି-୨୦ ଦଳରୁ ବାଦ ଦିଆଯାଇଛି । ଆଶା କରୁଛି, ସେ ଖୁବ୍ ଶୀଘ୍ର ଦଳକୁ ଫେରିବେ ।"
ଅଧିକ ପଢ଼ନ୍ତୁ: ଗମ୍ଭୀର OUT ! ଜିମ୍ବାୱେ ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ହେବେ VVS ଲକ୍ଷ୍ମଣ
ଅଜିଙ୍କ୍ୟ ରାହାଣେଙ୍କ ଏହି ବୟାନ ସାମସନଙ୍କ ଚୟନକୁ ନେଇ ବିତର୍କକୁ ଆହୁରି ତୀବ୍ର କରିବାର ସମ୍ଭାବନା ଅଛି । ଉଲ୍ଲେଖଯୋଗ୍ୟ, ରାହାଣେ କେବଳ ସାମସନଙ୍କୁ ଦଳରୁ ବାଦ ଦେବାରେ ଆଶ୍ଚର୍ଯ୍ୟ ପ୍ରକାଶ କରିନଥିଲେ, ବରଂ ଖେଳାଳିଙ୍କୁ ନିଷ୍ପତ୍ତି ବିଷୟରେ ସଠିକ୍ ଭାବରେ ଅବଗତ କରାଯାଇଥିଲା କି ନାହିଁ ତାହା ମଧ୍ୟ ପ୍ରଶ୍ନ କରିଥିଲେ ।
ସଞ୍ଜୁ ସାମସନ ଗତ କିଛି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିନାହାଁନ୍ତି । ସେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍ରେ ୦ ଏବଂ ୫ ରନ୍ କରିଥିଲେ । ତା’ପରେ ସେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ରେ ମାତ୍ର ୧ ରନ୍ କରିଥିଲେ । ଲଗାତାର ତିନୋଟି ଇନିଂସରେ ବିଫଳ ହେବା ପରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ସାମସନଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଥିଲା ।
ସଞ୍ଜୁ ସାମସନ ଭାରତର ୨୦୨୬ ଟି-୨୦ ବିଶ୍ୱକପ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ବିବେଚିତ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories