Videos
|
Sports

ଚେନ୍ନାଇର ଦମ୍‌ଦାର ପ୍ରର୍ଦଶନ, ଗୁଜରାଟ୍‌କୁ ୬୩ ରନ୍‌ରେ କଲା ପରାସ୍ତ

Jitendra Dash
Browse all articles by Jitendra Dash
·2 years ago·1 min read
ଚେନ୍ନାଇର ଦମ୍‌ଦାର ପ୍ରର୍ଦଶନ, ଗୁଜରାଟ୍‌କୁ ୬୩ ରନ୍‌ରେ କଲା ପରାସ୍ତ

ଅର୍ଗସ ବ୍ୟୁରୋ : ଚାଲିଚି ଆଇପିଏଲ୍‌ର ସପ୍ତଦଶ ସଂସ୍କରଣର ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ୍‌ସ ଜାରି ରଖିଛି ଦମ୍‌ଦାର ପର୍ଦଶନ । ଗତ କାଲି ଖେଳା ଯାଇଥିବା ମ୍ୟାଚରେ ବିଜୟ ହାସଲ କଗିଛି ଚେନ୍ନାଇ ସୁପର କିଙ୍ଗ୍‌ସ । ଦମ୍‌ଦାର ବ୍ୟାଟିଂ ସାଙ୍ଗକୁ ଦମଦାର୍ ବୋଲିଂ ମଧ୍ୟ କରିଛି । ଯାହାଫଳରେ ଗୁଜରାଟ୍‌ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୬୩ ରନ୍‌ରେ ପରାସ୍ତ କରିଛି । ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୪୩ ରନ୍‌ରେ ଅଟକିଛି ।

ଗୁଜରାଟ୍‌ ପାଇଁ ସାଇ ସୁଦର୍ଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୩ଟି ଚୌକା ସହାୟତରେ ୩୭ ରନ୍‌ ଯୋଡ଼ିଥିଲେ । ପ୍ରାରମ୍ଭିକ ବ୍ୟାଟର ଋଦ୍ଧିମାନ ଶାହ ଓ ଡେଭିଲ ମିଲରଙ୍କ ବ୍ୟାଟ୍‌ରୁ ୨୧ ରନ୍‌ ଲେଖାଏଁ କରିଥିଲେ । ଅନ୍ୟ ବ୍ୟାଟରମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚାହର, ମୁସ୍ତାଫିଜୁର ରହମାନ ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । 

ଅଧିକ ପଢନ୍ତୁ ଖେଳ ଖବର

ପ୍ରଥମେ ଗୁଜରାଟ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଋତୁରାଜ ଗାଏକ୍ବାର୍ଡ ଓ ରଚିନ୍‌ ରବୀନ୍ଦ୍ର ଚେନ୍ନାଇର ପାଳି ଆରମ୍ଭ କରିଥିଲେ । ଉଭୟ ଋତୁରାଜ ଓ ରଚିନ୍‌ ପ୍ରଥମ ୱିକେଟ୍‌ ପାଇଁ ୬୨ ରନ୍‌ର ଭାଗିଦାରୀ କରିଥିଲେ। ଗୁଜରାଟ୍‌ ତରଫରୁ ରସିଦ୍‌ ଖାନ୍‌ ବିସ୍ଫୋରକ ବ୍ୟାଟର ରଚିନ୍‌ଙ୍କୁ ପ୍ରଥମେ ଆଉଟ୍‌ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

All-round Chennai Super Kings crush Gujarat Titans by 63 runs | Argus News