ଅଶ୍ବିନୀଙ୍କ ପରେ ଅମିତ ମିଶ୍ରା, ୪୨ ବର୍ଷରେ କ୍ରିକେଟକୁ କହିଲେ ଅଲବିଦା

Key Points
ଅବସର ନେଲେ ଆଉ ଜଣେ ସ୍ପିନର । ଅଶ୍ବିନୀଙ୍କ ପରେ କ୍ରିକେଟକୁ ଅଲବିଦା କହିଲେ ଅମିତ ମିଶ୍ରା । ଆଇପିଏଲରେ ନେଇଛନ୍ତି ୩ଟି ହ୍ୟାଟ୍ରିକ୍ ।
ପୁଣି ଅବସର ନେଲେ ଟିମ୍ ଇଣ୍ଡିଆର ଆଉ ଜଣେ ଷ୍ଟାର ସ୍ପିନର । ଭାରତୀୟ କ୍ରିକେଟର ଅମିତ ମିଶ୍ରା ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହି କିମ୍ବଦନ୍ତୀ ଲେଗ୍ ସ୍ପିନର ୨୦୦୩ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ସେ ୨୦୨୪ ପର୍ଯ୍ୟନ୍ତ ଆଇପିଏଲରେ ତାଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା ।
ତେବେ ଗୁରୁବାର ଅବସର ଘୋଷଣା କରି ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, "ଆଜି, ୨୫ ବର୍ଷ ପରେ, ମୁଁ କ୍ରିକେଟରୁ ଅବସର ଘୋଷଣା କରୁଛି। ଏକ ଖେଳ ଯାହା ମୋର ପ୍ରଥମ ପ୍ରେମ, ମୋର ଶିକ୍ଷକ ଏବଂ ମୋର ଖୁସିର ସବୁଠାରୁ ବଡ଼ ଉତ୍ସ ଥିଲା। ଏହି ଯାତ୍ରା ଅଗଣିତ ଭାବନାରେ ପରିପୂର୍ଣ୍ଣ ହୋଇଛି । ମୁଁ ବିସିସିଆଇ, ହରିୟାଣା କ୍ରିକେଟ ଆସୋସିଏସନ, ମୋର ପ୍ରଶିକ୍ଷକ, ସହାୟକ କର୍ମଚାରୀ, ସହକର୍ମୀ ଏବଂ ପ୍ରଂଶସକମାନଙ୍କ ପ୍ରତି ବହୁତ କୃତଜ୍ଞ । ଯାହାଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ପ୍ରତ୍ୟେକ ପଦକ୍ଷେପରେ ଶକ୍ତି ଦେଇଥିଲା।"
Today, after 25 years, I announce my retirement from cricket — a game that has been my first love, my teacher, and my greatest source of joy.
This journey has been filled with countless emotions — moments of pride, hardship, learning, and love. I am deeply grateful to the BCCI,… pic.twitter.com/ouEzjU8cnp
📱 Get Argus News App
✨
ଅବସର ପୋଷ୍ଟରେ ଅମିତ ମିଶ୍ରା ଆହୁରି ଲେଖିଛନ୍ତି, "ପ୍ରାରମ୍ଭିକ ଦିନର ସଂଘର୍ଷ ଏବଂ ତ୍ୟାଗଠାରୁ ଆରମ୍ଭ କରି ପଡ଼ିଆରେ ବିତାଇଥିବା ମହାନ ମୁହୂର୍ତ୍ତ ପର୍ଯ୍ୟନ୍ତ, ପ୍ରତ୍ୟେକ ଅଧ୍ୟାୟ ଏକ ଅଭିଜ୍ଞତା ହୋଇଛି । ଯାହା ମୋତେ ଜଣେ କ୍ରିକେଟର ଏବଂ ଜଣେ ମଣିଷ ଭାବରେ ଉନ୍ନତ କରିଛି। ମୋର ଉତ୍ଥାନ-ପତନ ସମୟରେ ମୋ ପରିବାର ମୋ ସହିତ ଦୃଢ଼ ଭାବରେ ଠିଆ ହୋଇଥିଲେ, ଏଥିପାଇଁ ଆପଣଙ୍କୁ ଧନ୍ୟବାଦ। ମୋର ସାଥୀ ଖେଳାଳି ଏବଂ ପରାମର୍ଶଦାତାମାନେ ଏହି ଯାତ୍ରାକୁ ସ୍ୱତନ୍ତ୍ର କରିଥିଲେ, ସେମାନଙ୍କୁ ଧନ୍ୟବାଦ।"
୨୦୦୩ ମସିହାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଅମିତ ମିଶ୍ରା । ସେ ୨୦୦୩ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ଏକ ODI ମ୍ୟାଚ୍ ଥିଲା । ଏହାର ପାଞ୍ଚ ବର୍ଷ ପରେ, ସେ ୨୦୦୮ରେ ଟେଷ୍ଟ ଡେବ୍ୟୁ ଏବଂ ୨୦୧୦ରେ ଟି-୨୦ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ୨୨ ଟେଷ୍ଟ, ୩୬ ଦିନିକିଆ ଏବଂ ୧୦ ଟି-୨୦ ଅନ୍ତର୍ଜାତୀୟ ଖେଳି ମୋଟ ୧୫୬ ୱିକେଟ୍ ନେଇଥିଲେ ।
ଆଇପିଏଲ୍ରେ ଅମିତ ମିଶ୍ରା ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ମିଶ୍ରା ଏକମାତ୍ର ବୋଲର ଯିଏ ତିନୋଟି ହ୍ୟାଟ୍ରିକ୍ ନେଇଛନ୍ତି । ସେ ଆଇପିଏଲରେ ୧୬୨ ମ୍ୟାଚ୍ରେ ୧୭୪ ୱିକେଟ୍ ନେଇଥିଲେ । ନିଜର ଗୁଗଲି ଏବଂ ଫ୍ଲିପର ସାହାଯ୍ୟରେ ବ୍ୟାଟସମ୍ୟାନ୍ଙ୍କୁ ଅଡ଼ୁଆରେ ପକାଉଥିଲେ ଅମିତ ମିଶ୍ରା ।