No Handshake Policy / ଭାରତ-ପାକିସ୍ତାନ ମ୍ୟାଚ୍ରେ ପୁଣି ‘ନୋ ହ୍ୟାଣ୍ଡଶେକ୍’ ? ଜାଣନ୍ତୁ କ'ଣ କହିଲେ ଟିମ୍ ଇଣ୍ଡିଅଆର ହେଡ୍ କୋଚ୍
·1 hour ago·2 min read

Key Points
ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ବଡ଼ ପ୍ରଶ୍ନ
ହାତ ମିଳାଇବେ ଭାରତୀୟ ଖେଳାଳି?
‘ନୋ ହ୍ୟାଣ୍ଡଶେକ୍’ ଉପରେ ଅମୋଲ ମଜୁମଦାରଙ୍କ ଜବାବ
ହାତ ମିଳାଇବେ ଭାରତୀୟ ଖେଳାଳି?
‘ନୋ ହ୍ୟାଣ୍ଡଶେକ୍’ ଉପରେ ଅମୋଲ ମଜୁମଦାରଙ୍କ ଜବାବ
ଆଜିଠୁ ଏସିଆ କପ୍ରେ ନିଜ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ରବିବାର ଥାଇଲାଣ୍ଡ ବିପକ୍ଷରେ ଏସିଆ କପ୍ରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । କିନ୍ତୁ ଏହି ମ୍ୟାଚ୍ଠାରୁ ଅଧିକ ଚର୍ଚ୍ଚାରେ ଏବେ ସେପ୍ଟେମ୍ବର ୫ର ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲାକୁ ନେଇ ରହିଛି । କାରଣ ମ୍ୟାଚ୍ ପୂର୍ବରୁ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ—ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ କି ଭାରତୀୟ ମହିଳା କ୍ରିକେଟର୍ ? ‘ନୋ ହ୍ୟାଣ୍ଡଶେକ୍’ ନୀତି ଜାରି ରହିବ କି ? ଏହି ପ୍ରଶ୍ନରେ ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଅମୋଲ ମଜୁମଦାର ।
ହ୍ୟାଣ୍ଡଶେକ୍କୁ ନେଇ କ’ଣ କହିଲେ ଅମୋଲ ?
ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ହୋଇଥିବା ପ୍ରେସ୍ କନଫରେନ୍ସରେ ଅମୋଲ ମଜୁମଦାରଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ହ୍ୟାଣ୍ଡଶେକ୍ ହେବ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ତେବେ ସେ ଏହାର କୌଣସି ସିଧାସଳଖ ଉତ୍ତର ଦେଇନାହାନ୍ତି । ମଜୁମଦାର ସ୍ପଷ୍ଟ କରିଛନ୍ତି ଯେ ଏବେ ଦଳର ସମ୍ପୂର୍ଣ୍ଣ ଫୋକସ୍ ପ୍ରଥମ ମ୍ୟାଚ୍ ଉପରେ ରହିଛି । ମଇଦାନ ବାହାରର ଘଟଣାକୁ ନେଇ ଖେଳାଳିମାନେ ଚିନ୍ତା କରୁନାହାନ୍ତି ।
ସେ କହିଛନ୍ତି, “ଆମେ ମଇଦାନ ବାହାରର କଥା ଉପରେ ଧ୍ୟାନ ଦେଉନାହୁଁ । ଯେତେବେଳେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବୁ, ସେତେବେଳେ ଏ ବିଷୟରେ କଥା ହେବ । ଏବେ ଆମେ ଆଗାମୀ ମ୍ୟାଚ୍ ଉପରେ ଧ୍ୟାନ ଦେଉଛୁ। ଗୋଟିଏ ସମୟରେ ଗୋଟିଏ ମ୍ୟାଚ୍ ଉପରେ ଫୋକସ୍ କରୁଛୁ ।”
ହରମନପ୍ରୀତଙ୍କ ଉତ୍ତର ବି ଅସ୍ପଷ୍ଟ
କେବଳ ଅମୋଲ ମଜୁମଦାର ନୁହନ୍ତି, ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ହ୍ୟାଣ୍ଡଶେକ୍ ହେବ କି ନାହିଁ, ଏହାର ସ୍ପଷ୍ଟ ଉତ୍ତର ଦେଇନାହାନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬ ଜୁନ୍ରେ ବର୍ମିଂହାମ୍ରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲେ। ଏହା ପୂର୍ବରୁ ୨୦୨୫ ଅକ୍ଟୋବରରେ କଲମ୍ବୋରେ ଖେଳାଯାଇଥିବା ମହିଳା ଦିନିକିଆ ବିଶ୍ୱକପ୍ରେ ମଧ୍ୟ ସମାନ ନୀତି ଦେଖିବାକୁ ମିଳିଥିଲା ।
୨୦୨୫ରୁ ଜାରି ରହିଛି ‘ନୋ ହ୍ୟାଣ୍ଡଶେକ୍’ ନୀତି
ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ନୋ ହ୍ୟାଣ୍ଡଶେକ ନୀତି ୨୦୨୫ ସେପ୍ଟେମ୍ବରରେ ପୁରୁଷ ଏସିଆ କପ୍ ସମୟରେ ଆରମ୍ଭ ହୋଇଥିଲା । ଏହା ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ନିଆଯାଇଥିବା ନିଷ୍ପତ୍ତି ସହ ଜଡ଼ିତ ଥିଲା । ସେହି ଏସିଆ କପ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଖେଳିଥିବା ତିନୋଟି ମ୍ୟାଚ୍ରେ ମଧ୍ୟ ହ୍ୟାଣ୍ଡଶେକ୍ କରିନଥିଲା । ଏଥିରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ସାମିଲ ଥିଲା ।
ଏହା ପରଠାରୁ ସିନିୟର, ମହିଳା ଏବଂ ଏଜ୍-ଗ୍ରୁପ୍ର ବିଭିନ୍ନ ପ୍ରତିଯୋଗିତାରେ ଭାରତୀୟ ଦଳ ପକ୍ଷରୁ ଏହି ପ୍ରୋଟୋକଲ୍ ଜାରି ରହିଛି । ଏବେ ମହିଳା ଏସିଆ କପ୍ରେ ମଧ୍ୟ ଏହି ନୀତି ଜାରି ରହିବ କି ନାହିଁ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Related Topics
Explore more stories