ପାକିସ୍ତାନରେ ବନ୍ଦ ହେବ କି ଚାମ୍ପିଅନ୍ସ ଟ୍ରଫି ? ବଢ଼ିଲାଣି ବିବାଦ

Key Points
ଖୁସଦିଲ୍ ସାହଙ୍କ କ୍ୟାଚ୍ ଧରିବା ବେଳେ ରଚିନ ରବୀନ୍ଦ୍ରଙ୍କ ମୁଣ୍ଡରେ ମାଡ଼ ହୋଇଥିଲା ବଲ୍ । ଯାହାକୁ ନେଇ ପାକିସ୍ତାନ ଗଦ୍ଦାଫି ଷ୍ଟାଡିୟମ୍ର ଫ୍ଲଡ୍ ଲାଇଟ୍ ଉପରେ ପ୍ରଶ୍ନ ଉଠିଛି । ଅନେକଙ୍କ ଅଭିଯୋଗ ଷ୍ଟାଡିୟମ୍ରେ ଲାଗିଥିବା ଫ୍ଲଡ୍ ଲାଇଟ୍ର ମାନ ବେଶ୍ ଖରାପ ।
ଚାମ୍ପିଅନ୍ସ ଟ୍ରଫି ଆରମ୍ଭର ଠିକ୍ ପୂର୍ବରୁ ପାକିସ୍ତାନ ପାଇଁ ନୂଆ ବିବାଦ ଛିଡ଼ା ହୋଇଛି । ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ୍ର ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ କ୍ରିକେଟର ରଚିନ ରବୀନ୍ଦ୍ରଙ୍କ ମୁଣ୍ଡ ଫାଟିବା ପିସିବିକୁ ବଦ୍ନାମ କରିଛି । ଫେବ୍ରୁଆରୀ ୯ରେ ଏକ କ୍ୟାଚ୍ ଧରିବା ବେଳେ ରଚିନଙ୍କ ମୁଣ୍ଡରେ ବାଦିଥିଲା ବଲ୍ ।
ପାକିସ୍ତାନ ବ୍ୟାଟିଂର ୩୮ ଓଭରରେ ଏହି ଅଘଟଣ ଘଟିଥିଲା । ଖୁସଦିଲ୍ ସାହଙ୍କ କ୍ୟାଚ୍ ଧରିବା ବେଳେ ରଚିନ ରବୀନ୍ଦ୍ରଙ୍କ ମୁଣ୍ଡରେ ମାଡ଼ ହୋଇଥିଲା ବଲ୍ । ଯାହାକୁ ନେଇ ପାକିସ୍ତାନ ଗଦ୍ଦାଫି ଷ୍ଟାଡିୟମ୍ର ଫ୍ଲଡ୍ ଲାଇଟ୍ ଉପରେ ପ୍ରଶ୍ନ ଉଠିଛି । ଅନେକଙ୍କ ଅଭିଯୋଗ ଷ୍ଟାଡିୟମ୍ରେ ଲାଗିଥିବା ଫ୍ଲଡ୍ ଲାଇଟ୍ର ମାନ ବେଶ୍ ଖରାପ ।
📱 Get Argus News App
✨ରଚିନ ରବୀନ୍ଦ୍ରଙ୍କ ମୁଣ୍ଡ ଫାଟିବା ପରେ ପାକିସ୍ତାନ ଗଦ୍ଦାଫି ଷ୍ଟାଡିୟମ୍ରେ ଲାଗିଥିବା ଫ୍ଲଡ୍ ଲାଇଟ୍ର ମାନକୁ ପ୍ରଶ୍ନ ଉଠିଛି । କ୍ରୀଡ଼ାପ୍ରେମୀ ସୋସିଆଲ୍ ମିଡିଆରେ ପାକିସ୍ତାନକୁ ଦୋଷ ଦେଉଥିବା ବେଳେ ଖେଳାଳିଙ୍କୁ ଘାରିଛି ସୁରକ୍ଷା ଚିନ୍ତା । ଅନେକ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଷ୍ଟାଡିୟମ୍ରେ ଲାଗିଥିବା ଫ୍ଲଡ୍ ଲାଇଟ୍ର ସ୍ଥିତି ଠିକ୍ କରୁ ପାକିସ୍ତାନ ।
ସୋସିଆଲ୍ ମିଡିଆରେ ନାନା ମତ ଭିତରେ ଜଣେ ଲେଖିଛନ୍ତି, ଖରାପ ଫ୍ଲଡ୍ ଲାଇଟ୍ କାରଣରୁ କ୍ୟାଚ୍ ଧରୁଥିବା ରଚିନ ରବୀନ୍ଦ୍ର ବଲ୍କୁ ଦେଖି ପାରି ନଥିଲେ । ସେହିଭଳି ଆଉ ଜଣେ ଲେଖିଛନ୍ତି, ଏଭଳି ସ୍ଥିତିରେ ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍ ଲାଗି କିଭଳି ଆଇସିସି ଅନୁମତି ଦେଉଛି । ପାକିସ୍ତାନରୁ ଦୁବାଇକୁ ଚାମ୍ପିଅନ୍ସ ଟ୍ରଫି ସ୍ଥାନାନ୍ତର କରାଯାଉ । ତେବେ ଫ୍ଲଡ୍ ଲାଇଟ୍କୁ ନେଇ ଚିନ୍ତା ପ୍ରକଟ ହେଉଥିବା ବେଳେ ପିସିବି କୌଣସି ପ୍ରତିକ୍ରିୟା ରଖି ନାହିଁ ।
