FIFA World Cup / ୭ ମିନିଟ୍ରେ ବଦଳିଗଲା ଖେଳ; ଇଂଲଣ୍ଡକୁ ସେମିରେ ଦ୍ଵିତୀୟଥର ହରାଇ ଆର୍ଜେଣ୍ଟିନା ଫାଇନାଲ୍ରେ
·1 hour ago·2 min read

Key Points
ଇଂଲଣ୍ଡକୁ ହରାଇ ଫିଫା ବିଶ୍ଵକପ୍ ଫାଇନାଲରେ ଆର୍ଜେଣ୍ଟିନା
୨-୧ ଗୋଲ୍ରେ ଇଂଲଣ୍ଡକୁ ହରାଇ ଫାଇନାଲ୍ରେ ପହଞ୍ଚିଲା
ସପ୍ତମଥର ପାଇଁ ଫିଫା ବିଶ୍ଵକପ୍ ଫାଇନାଲ୍ ଖେଳିବ ଆର୍ଜେଣ୍ଟିନା
ରବିବାର ଫାଇନାଲ୍ରେ ସ୍ପେନକୁ ଭେଟିବ ଆର୍ଜେଣ୍ଟିନା

ନୂଆଦିଲ୍ଲୀ: ଫୁଟବଲ୍ ଇତିହାସର ସବୁଠୁ ବଡ଼ ପ୍ରତିଦ୍ଵନ୍ଦ୍ଵିତାରେ ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଲେଖା ଯାଇଛି । ଫିଫା ବିଶ୍ଵକପ୍ ୨୦୨୬ର ଦ୍ଵିତୀୟ ସେମି ଫାଇନାଲ୍ରେ ଲିୟୋନେଲ୍ ମେସିଙ୍କ ନେତୃତ୍ଵାଧିନ ଆର୍ଜେଣ୍ଟିନା ଇଂଲଣ୍ଡର ବିଶ୍ଵକପ୍ ସ୍ଵପ୍ନକୁ ଭାଙ୍ଗି ଦେଇ ଦ୍ଵିତୀୟଥର ଫାଇନାଲ୍ରେ ସ୍ଥାନ ପକ୍କା କରିଛି ।
ଖେଳର ଗୋଟିଏ ସମୟରେ ଲାଗୁଥିଲା, ଇଂଲଣ୍ଡ ନିଶ୍ଚୟ ଫାଇନାଲକୁ ଯିବ । କିନ୍ତୁ ମ୍ୟାଚ୍ର ଶେଷ ୭ ମିନିଟ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ସାବ୍ୟସ୍ତ କରିଥିଲା ସେ ହିଁ ଚାମ୍ପିଅନ୍ ଅଟେ । ଲିୟୋନେଲ ମେସିଙ୍କ ଯାଦୁ ବଳରେ ଆର୍ଜେଣ୍ଟିନା, ଇଂଲଣ୍ଡକୁ ୨-୧ରେ ହରାଇ ଫାଇନାଲ୍ରେ ପହଞ୍ଚିଛି । ରବିବାର ନ୍ୟୁ ଜର୍ସିରେ ଆର୍ଜେଣ୍ଟିନା ବିପକ୍ଷରେ ସ୍ପେନ୍ ଟ୍ରଫି ପାଇଁ ଲଢ଼ିବ ।
ଏଥିସହ ପଢ଼ନ୍ତୁ: ଫିଫା ବିଶ୍ୱକପରୁ ବାଦ ପଡ଼ିଲା ଫ୍ରାନ୍ସ
ମର୍ସିଡିଜ୍-ବେଞ୍ଜ ଷ୍ଟାଡିୟମ୍ରେ ମ୍ୟାଚ୍ ଆରମ୍ଭରୁ ଆର୍ଜେଣ୍ଟିନା-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମାର୍ଦ୍ଧରେ ଅଧିକାଂଶ ଫାଉଲ୍ ଦେଖିବାକ ମିଳିଥିଲା । ତିନି ମିନିଟରେ ଏଞ୍ଜୋ ଫର୍ଣ୍ଣାଡେଜଙ୍କ ଗୋଟିଏ ଫାଉଲ୍ ପରେ ପଡ଼ିଆରେ ଝଗଡ଼ା ଦେଖିବାକୁ ମିଳିଥିଲା ।
ଲିୟୋନେଲ ମେସିଙ୍କୁ ଇଂଲଣ୍ଡ ଖେଳାଳି ଘେରି ରହିଥିଲେ । ଖୋଲାଖୋଲି ଖେଳିବାକୁ ସୁଯୋଗ ଦେଇ ନଥିଲେ । ଆର୍ଜେଣ୍ଟିନାର ମାର୍ଟିନେଜ ଓ ଇଂଲଣ୍ଡର ଇଲିୟଟ ଏଣ୍ଡରସନଙ୍କୁ ରେଫରୀ ୟେଲୋ କାର୍ଡ ଦେଇଥିଲେ । ସୀମିତ ସୁଯୋଗ ସତ୍ତ୍ଵେ ପ୍ରଥମାର୍ଦ୍ଧାରେ କେହି ଗୋଲ୍ କରିପାରି ନଥିଲେ ।
ଦ୍ଵିତୀୟାର୍ଦ୍ଧରେ ଖେଳ ବଦଳି ଯାଇଥିଲା । ୫୫ ମିନିଟରେ ଇଂଲଣ୍ଡର ମୋର୍ଗନ ରୋଜର୍ସ ଏକ ପାସ୍ ପାଇଥିଲେ । ଯେଉଁଥିରେ ଅନ୍ଥନୀ ଗାର୍ଡନ ବଲ୍କୁ ଗୋଲପୋଷ୍ଟରେ ପହଞ୍ଚାଇଥିଲେ । ଫଳରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଥିଲା । ଫଳରେ ଚାପକୁ ଆସି ଯାଇଥିଲା ଆର୍ଜେଣ୍ଟିନା । ଲାଗୁଥିଲା ଇଂଲଣ୍ଡର ବିଜୟ ନିଶ୍ଚିତ ।
୮୫ ମିନିଟ୍ର ମେସିଙ୍କ କମାଲ୍
ମ୍ୟାଚ୍ର ୮୫ ମିନିଟରେ ମେସି, ଇଂଲଣ୍ଡ ଖେଳାଳିଙ୍କୁ ଚକ୍ମା ଦେଇ ଏଞ୍ଜୋ ଫର୍ଣ୍ଣାଡେଜଙ୍କୁ ପାସ୍ ଦେଇଥିଲେ । ଫର୍ଣ୍ଣାଡେଜ ବକ୍ସର ଠିକ୍ ବାହାରେ ଏକ ବୁଲେଟ୍ ଶଟ୍ ଦେଇ ସ୍କୋର୍ ୧-୧ରେ ବରାବର କରିଥିଲେ ।
ଏଥିସହ ପଢ଼ନ୍ତୁ: ବଦଳିଗଲା ODI ଓ ଟି-୨୦ ବିଶ୍ୱକପ୍ ଫର୍ମାଟ୍, ଏଥର ୩ଟି ପର୍ଯ୍ୟାୟରେ ହେବ ଦିନିକିଆ ବିଶ୍ବକପ୍
ଏହାପରେ ମେସି ଆଉ ଏକ ସଠିକ୍ ପାସ୍ ଦେଇଥିଲେ । ଜିସେ ଲାଉତାରୋ ମାର୍ଟିନେଜ ତାହାକୁ ଗୋଲ୍ରେ ପରିଣତ କରିଥିଲେ । ଏଭଳି ଭାବେ ଅନ୍ତିମ ୭ ମିନିଟ୍ରେ ସ୍କୋର୍ ୧-୦ରୁ ୨-୧ରେ ପରିଣତ ହୋଇଥିଲା । ଆଉ ଆର୍ଜେଣ୍ଟିନା ପହଞ୍ଚିଥିଲା ଫାଇନାଲ୍ରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories