ICC World Cup Format / ବଦଳିଗଲା ODI ଓ ଟି-୨୦ ବିଶ୍ୱକପ୍ ଫର୍ମାଟ୍, ଏଥର ୩ଟି ପର୍ଯ୍ୟାୟରେ ହେବ ଦିନିକିଆ ବିଶ୍ବକପ୍
·7 hours ago·2 min read

Key Points
କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଅପଡେଟ୍
ଏଥର ୩ ପର୍ଯ୍ୟାୟରେ ହେବ ODI ବିଶ୍ୱକପ୍
ICC ଆଣିଲା ନୂଆ ନିୟମ
ଏଥର ୩ ପର୍ଯ୍ୟାୟରେ ହେବ ODI ବିଶ୍ୱକପ୍
ICC ଆଣିଲା ନୂଆ ନିୟମ
କ୍ରିକେଟ୍ର ଦୁଇଟି ବଡ଼ ମହାକୁମ୍ଭରେ ଆସିବ ବଡ଼ ପରିବର୍ତ୍ତନ । ଦିନିକିଆ ବିଶ୍ୱକପ୍ରୁ ଆରମ୍ଭ କରି ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ନୂଆ ଫର୍ମାଟ୍କୁ ମଞ୍ଜୁରୀ ଦେଇଛି ଆଇସିସି । ଏବେ ପ୍ରତ୍ୟେକ ମ୍ୟାଚ୍କୁ ଅଧିକ ରୋମାଞ୍ଚକର ଓ ଗୁରୁତ୍ୱପୂର୍ଣ୍ଣ କରିବା ଲକ୍ଷ୍ୟରେ ବିଶ୍ୱ କ୍ରିକେଟ୍ରେ ଆସିବାକୁ ଯାଉଛି ନୂଆ ଯୁଗ ।
ପୁରୁଷ ଦିନିକିଆ ବିଶ୍ବକପ୍ ଓ ଟି-୨୦ ବିଶ୍ବକପ୍ ଫର୍ମାଟରେ ପ୍ରମୁଖ ପରିବର୍ତ୍ତନକୁ ଅନୁମୋଦନ କରିଛି ICC । ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟିର ସୁପାରିଶକୁ ଅନୁମୋଦନ କରି ICC ର ବାର୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ICC କହିଛି ଯେ ଏହି ପରିବର୍ତ୍ତନଗୁଡ଼ିକ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ୍କୁ ଅଧିକ ପ୍ରତିଯୋଗିତାମୂଳକ, ଅଧିକ ଅର୍ଥପୂର୍ଣ୍ଣ ଏବଂ ଅଧିକ ରୋମାଞ୍ଚକର କରିବା ଲକ୍ଷ୍ୟ ରଖିଛି । ନୂତନ ଫର୍ମାଟ୍ ଉଦଘାଟନୀ ମ୍ୟାଚ୍ଠାରୁ ଫାଇନାଲ୍ ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚ୍ର ଗୁରୁତ୍ୱକୁ ବୃଦ୍ଧି କରିବ ।
ଯଦିଓ ICC ପୁରୁଷ କ୍ରିକେଟ୍ ଦିନିକିଆ ବିଶ୍ୱକପ୍ରେ ୧୪ ଦଳ ଅଂଶ ଗ୍ରହଣ କରିବ କିନ୍ତୁ ଟୁର୍ଣ୍ଣାମେଣ୍ଟର ଫର୍ମାଟ୍ ପୂର୍ବ ଫର୍ମାଟଠାରୁ ଭିନ୍ନ ରହିବ । ଏଥିରେ ଫାଇନାଲ୍ ପର୍ଯ୍ୟନ୍ତ ଏକ ତିନି-ପର୍ଯ୍ୟାୟ ପ୍ରତିଯୋଗିତା ରହିବ । ପ୍ରଥମ ପର୍ଯ୍ୟାୟରେ ରାଙ୍କିଂର ୧୨, ୧୩ ଓ ୧୪ ନମ୍ବର ଦଳ ମଧ୍ୟରେ ‘ସୁପର ସିରିଜ୍’ ଖେଳାଯିବ । ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦଳ ମୁଖ୍ୟ ପର୍ଯ୍ୟାୟକୁ ଯିବେ ।
ପରବର୍ତ୍ତୀ ପର୍ଯ୍ୟାୟରେ ୧୨ଟି ଦଳକୁ ଦୁଇଟି ଗ୍ରୁପ୍ରେ କରାଯିବ । ପ୍ରତ୍ୟେକ ଗ୍ରୁପ୍ରୁ ଶୀର୍ଷ ୩ଟି ଦଳ ସହ ଦୁଇ ଗ୍ରୁପ୍ର ସର୍ବଶ୍ରେଷ୍ଠ ରାଙ୍କ୍ ଥିବା ଆଉ ଗୋଟିଏ ଦଳ ‘ସୁପର-୭’ ପର୍ଯ୍ୟାୟକୁ ଯିବ । ସୁପର-୭ ପର୍ଯ୍ୟାୟରୁ ଶ୍ରେଷ୍ଠ ଚାରିଟି ଦଳ ସେମି-ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ।
ସୁପର-୭ ପର୍ଯ୍ୟାୟରେ ସାତଟି ଦଳ ପରସ୍ପର ବିରୋଧରେ ରାଉଣ୍ଡ-ରବିନ୍ ଫର୍ମାଟରେ ମ୍ୟାଚ୍ ଖେଳିବେ । ଏହି ପର୍ଯ୍ୟାୟର ପଏଣ୍ଟ ଟେବୁଲ୍ର ଶୀର୍ଷ ୪ଟି ଦଳ ସେମିଫାଇନାଲ୍କୁ ଯିବେ । ପରେ ପ୍ରଥମ ସ୍ଥାନରେ ଥିବା ଦଳ ଚତୁର୍ଥ ସ୍ଥାନର ଦଳ ସହ ଏବଂ ଦ୍ୱିତୀୟ ସ୍ଥାନର ଦଳ ତୃତୀୟ ସ୍ଥାନର ଦଳ ସହ ସେମିଫାଇନାଲ୍ ଖେଳିବେ । ବିଜେତା ଦୁଇ ଦଳ ଫାଇନାଲ୍ରେ ମୁହାଁମୁହିଁ ହେବେ ।
ଆଇସିସିର ମତ ଅନୁଯାୟୀ, ଏହି ନୂଆ ଫର୍ମାଟ୍ ଦ୍ୱାରା ବିଶ୍ୱକପ୍ର ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକ ମଧ୍ୟ ନକ୍ଆଉଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ହେବ । ଦଳଗୁଡ଼ିକ ପାଇଁ ସ୍ଲୋ ଆରମ୍ଭ କରିବାର ସୁଯୋଗ କମିଯିବ ଏବଂ ଉଦୀୟମାନ କ୍ରିକେଟ୍ ଦଳମାନଙ୍କୁ ବଡ଼ ମଞ୍ଚରେ ନିଜକୁ ପ୍ରମାଣ କରିବାର ଅଧିକ ସୁଯୋଗ ମିଳିବ ।
ଟି-୨୦ ବିଶ୍ବକପ୍ ଫର୍ମାଟରେ ପରିବର୍ତ୍ତନ
ଏହା ସହ ଆଇସିସି ଟି-୨୦ ବିଶ୍ୱକପ୍ର ଫର୍ମାଟ୍ରେ ମଧ୍ୟ ପରିବର୍ତ୍ତନ କରିଛି । ୨୦୨୬ ଟି-୨୦ ବିଶ୍ୱକପ୍ରେ ଉଦୀୟମାନ ଦଳମାନଙ୍କ ଭଲ ପ୍ରଦର୍ଶନକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ଫର୍ମାଟ୍ରେ ପ୍ରଥମ ପର୍ଯ୍ୟାୟରେ ୫ଟି ଗ୍ରୁପ୍ ରହିବ ଏବଂ ପ୍ରତ୍ୟେକ ଗ୍ରୁପ୍ରେ ୪ଟି ଦଳ ରହିବେ । ପ୍ରତ୍ୟେକ ଗ୍ରୁପ୍ରୁ ଶୀର୍ଷ ଦୁଇଟି ଦଳ ‘ସୁପର-୧୦’ ପର୍ଯ୍ୟାୟକୁ ଯିବେ ।
ସୁପର-୧୦ରେ ୧୦ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ । ପ୍ରତ୍ୟେକ ଗ୍ରୁପ୍ରେ ପାଞ୍ଚଟି ଦଳ ରହିବେ । ଉଭୟ ଗ୍ରୁପ୍ର ଶୀର୍ଷ ଦଳ ସିଧାସଳଖ ସେମିଫାଇନାଲ୍କୁ ଯିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନର ଦଳଗୁଡ଼ିକ ଏଲିମିନେଟର୍ ମ୍ୟାଚ୍ ଖେଳି ଅନ୍ୟ ଦୁଇଟି ସେମିଫାଇନାଲ୍ ସ୍ଥାନ ପାଇଁ ଲଢ଼ିବେ । ଆଇସିସିର ଆଶା ଯେ, ଏହି ନୂଆ ବ୍ୟବସ୍ଥା ଦ୍ୱାରା ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟନ୍ତ ଯୋଗ୍ୟତା ଲଢ଼େଇ ଜାରି ରହିବ ଏବଂ ପ୍ରତ୍ୟେକ ମ୍ୟାଚ୍ର ରୋମାଞ୍ଚ ବଢ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories