Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Arjun Tendulkar IPL / ଶେଷ ମ୍ୟାଚ୍‌ରେ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଲା ସୁଯୋଗ, LSG ପାଇଁ କଲେ ଡେବ୍ୟୁ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଶେଷ ମ୍ୟାଚ୍‌ରେ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଲା ସୁଯୋଗ, LSG ପାଇଁ କଲେ ଡେବ୍ୟୁ
Arjun Tendulkar

Key Points

ଶେଷ ମ୍ୟାଚ୍‌ରେ ଅର୍ଜୁନ ତେନ୍ଦୁଲକରଙ୍କ ଡେବ୍ୟୁ
LSG ପାଇଁ ମିଳିଲା ବଡ଼ ସୁଯୋଗ
ଶେଷରେ IPL 2026 ରେ ଖେଳିବା ପାଇଁ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ସୁଯୋଗ ମିଳିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଡେବ୍ୟୁ କରିଛନ୍ତି ଅର୍ଜୁନ । ସେ ଏପର୍ଯ୍ୟନ୍ତ ଚଳିତ ସିଜିନରେ ଗୋଟିଏ ବି ମ୍ୟାଚ୍‌ ଖେଳିନଥିଲେ । କିନ୍ତୁ ସିଜିନ୍‌ର ଶେଷ ମ୍ୟାଚ୍‌ରେ ଅର୍ଜୁନଙ୍କୁ ପ୍ଲେଇଂ ଇଲେଭେନ୍‌ରେ ଖେଳିବାର ସୁଯୋଗ ଦେଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୩୦ ଲକ୍ଷରେ ଦଳରେ ସାମିଲ କରିଥିଲା ।



ଲକ୍ଷ୍ନୌର ଦଳ ପୂର୍ବରୁ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । LSG ଏବେ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି । ଲକ୍ଷ୍ନୌ ଗତ କିଛି ମ୍ୟାଚ୍‌ରେ ବେଞ୍ଚଷ୍ଟ୍ରେନ୍ଥଙ୍କୁ ପ୍ଲେଇଂ ଇଲେଭେନରେ ଖେଳିବାର ସୁଯୋଗ ଦେଉଛି । ଏହି କ୍ରମରେ ଶେଷ ଲିଗ୍‌ରେ ମ୍ୟାଚ୍‌ରେ ଅର୍ଜୁନଙ୍କୁ ଖେଳିବାର ସୁଯୋଗ ମିଳିଛି । ଅର୍ଜୁନ ପୂର୍ବରୁ ମୁମ୍ବାଇ ପାଇଁ ଖେଳି ଏହି ମ୍ୟାଚ୍ ରେ ଲକ୍ଷ୍ନୌ ପାଇଁ ଡେବ୍ୟୁ କରୁଛନ୍ତି ।



ଅର୍ଜୁନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ, ଯେଉଁଠାରେ ସେ ତାଙ୍କର IPL ଡେବ୍ୟୁ କରିଥିଲେ। ଅର୍ଜୁନଙ୍କୁ IPL 2026 ପୂର୍ବରୁ ଟ୍ରେଡ୍‌ ମାଧ୍ୟମରେ ଲକ୍ଷ୍ନୌ ଦଳରେ ସାମିଲ ହୋଇଥିଲେ । ସେ ଏପର୍ଯ୍ୟନ୍ତ IPL ରେ ଛଅଟି ମ୍ୟାଚ୍ ଖେଳିଛନ୍ତି, ତିନିଟି ୱିକେଟ ନେଇଛନ୍ତି ଏବଂ ୧୩ ରନ କରିଛନ୍ତି । 

ସେପଟେ କର ବା ମର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌ର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରିବ। ପ୍ଲେଅଫ୍‌ ଆଶାକୁ ଉଜ୍ଜୀବିତ ରଖିବା ପାଇଁ ପଞ୍ଜାବକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍‌ ଜିତିବାକୁ ପଡିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arjun Tendulkar Makes LSG Debut In IPL 2026 | Argus News