Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Arshdeep Singh YouTube channel / ଟିମ୍‌ ଇଣ୍ଡିଆରେ ମିଳିଲାନି ସ୍ଥାନ, ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ କଲେ ଅର୍ଶଦୀପ ସିଂ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଟିମ୍‌ ଇଣ୍ଡିଆରେ ମିଳିଲାନି ସ୍ଥାନ, ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ କଲେ ଅର୍ଶଦୀପ ସିଂ
Arshdeep Singh

Key Points

କାହିଁକି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଲେ ଅର୍ଶଦୀପ
ପ୍ରଥମ ଥର ପାଇଁ କହିଲେ କାରଣ...
ଦଳରୁ ବାଦ୍ ପଡ଼ିବା ପରେ ଖୋଲିଲି ଚ୍ୟାନେଲ୍
ଟିମ୍ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ଫିଲ୍ଡରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ମଜାଦାର ରିଲ୍ସ, ପରଦା ପଛର ଭିଡିଓକୁ ୟୁଟ୍ୟୁବ୍‌ ମାଧ୍ୟମରେ ଲକ୍ଷ ଲକ୍ଷ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅର୍ଶଦୀପ କାହିଁକି ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍‌ ଆରମ୍ଭ କଲେ ? ଏନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅର୍ଶଦୀପ ସିଂ ।

JioHotstarରେ ଏକ ସାକ୍ଷାତକାରରେ ଅର୍ଶଦୀପ କହିଥିଲେ ଯେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନଥିଲା । ଯାହାଫଳରେ ସେ ବିରକ୍ତି ଅନୁଭବ କରିଥିଲେ । ସ୍ପିନ୍‌ ଅନୁକୂଳ ପିଚ୍‌ ଯୋଗୁଁ ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚାରି ଜଣ ସ୍ପିନରଙ୍କୁ ଖେଳାଇଥିଲା । ଯାହା ଫଳରେ ଅର୍ଶଦୀପଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ମିଳିନଥିଲା ।

ଅର୍ଶଦୀପ କହିଥିଲେ, "ଯେତେବେଳେ ମୁଁ ଜାଣିଲି ଯେ ମୁଁ ପ୍ରଥମ ମ୍ୟାଚ୍ ଖେଳିବି ନାହିଁ, ମୁଁ ମୋ ରୁମରେ ବହୁତ ବୋର୍‌ ହେଉଥିଲି । ସେତେବେଳେ ମୁଁ ମୋର ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିଥିଲି । ଆଉ ଏବେ ଏହା ଏକ ଆଶୀର୍ବାଦ ପାଲିଟିଗଲା । ସେ ଆହୁରି କହିଛନ୍ତି, "ବେଳେବେଳେ ଆପଣଙ୍କୁ ଏହି ସ୍ତରରେ ଖେଳୁଥିବା ପାଇଁ କୃତଜ୍ଞ ହେବାକୁ ପଡିବ । ଯେତେବେଳେ ସୁଯୋଗ ଆସେ ସେତେବେଳେ ହାତଛଡ଼ା ନ କରିବା ଗୁରୁତ୍ବପୂର୍ଣ୍ଣ । ମୁଁ କଷ୍ଟକର ପରିସ୍ଥିତିରେ ବି ପଜିଟିଭିଟି ଖୋଜିଥାଏ । ଆଉ ସେହି ମାନସିକତା ହିଁ ମୋତେ ଆଗକୁ ବଢ଼ିବାକୁ ସାହାଯ୍ୟ କରେ ।''

ବିରାଟ କୋହଲିଙ୍କ ସହ ଏକ ରିଲ୍ସ ହେଉଛି ଭାଇରାଲ୍

ନିକଟରେ ବିରାଟ କୋହଲିଙ୍କ ସହିତ ତାଙ୍କର ଏକ ରିଲ୍ସ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଏହାକୁ ପ୍ରାୟ ୧.୩ ମିଲିୟନରୁ ଅଧିକ ଭ୍ୟୁ ମିଳିଛି । ଏହି ଭିଡିଓଟି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ ମ୍ୟାଚ୍‌ ପରେ ସୁଟ୍‌ କରାଯାଇଥିଲା । ଯେଉଁଥିରେ କୋହଲି କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ହାସଲ କରିବା ପରେ ତୃତୀୟ ଦିନିକିଆରେ ୬୫ ରନ୍ କରି ଅପରାଜିତ ରହିଥିଲେ ।



ଏହି ଭିଡିଓରେ ଅର୍ଶଦୀପ ମଜା କରି କହିଥିଲେ, "ପାଜି, ଆଜି ରନ୍‌ କମ୍ ଥିଲା ନଚେତ୍ ଆଜି ବି ଏକ ଶତକ ପକ୍କା ଥିଲା''।

କୋହଲି ତୁରନ୍ତ ଏକ ହାସ୍ୟରସପୂର୍ଣ୍ଣ ଜବାବ ଦେଇ କହିଲେ, "ଭଗବାନଙ୍କୁ ଧନ୍ୟବାଦ ଆମେ ଟସ୍ ଜିତିଛୁ, ନଚେତ୍ କାକରରେ ତୁମର ଶତକ ବି ପକ୍କା ଥିଲା । ଉଭୟଙ୍କ ମଧ୍ୟରେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ।

ସିରିଜରେ କୋହଲିଙ୍କ ଚମତ୍କାରିତା

ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ହାସଲ କରିଥିଲେ । ତୃତୀୟ ଦିନିକିଆରେ ମଧ୍ୟ ଦମଦାର ପ୍ରଦର୍ଶନ କରି ଅପରାଜିତ ୬୫ ରନ୍ କରିଥିଲେ । ସେହିପରି ଦିନିକିଆ ପରେ ଏବେ ଟି-୨୦ ସିରିଜ୍‌ରେ ମଧ୍ୟ ଅର୍ଶଦୀପ ସିଂ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Arshdeep Singh Starts YouTube Channel After Missing First Match in Champions Trophy | Argus News