World Cup Final / ମ୍ୟାଚ୍ ମଝିରେ ମିଚେଲଙ୍କୁ ବଲ୍ ଫିଙ୍ଗିଲେ ଅର୍ଶଦୀପ ଆଉ ତା'ପରେ...

Key Points
ମ୍ୟାଚ୍ ମଝିରେ ମିଚେଲଙ୍କୁ ବଲ୍ ଫିଙ୍ଗିଲେ ଅର୍ଶଦୀପ
ନ୍ୟୁଜିଲାଣ୍ଡ ଇନିଂସର ୧୧ତମ ଓଭର ଅର୍ଶଦୀପ ବୋଲିଂ କରିଥିଲେ
ପ୍ରଥମ ଓଭରରେ କେବଳ ୪ ରନ୍ ଦେଇଥିଲେ
ଫାଇନାଲ ମ୍ୟାଚ୍ ମଝିରେ ଡେରିଲ ମିଚେଲଙ୍କ ଉପରକୁ ବଲ୍ ଫିଙ୍ଗିଲେ ଅର୍ଶଦୀପ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ । ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ବିଜୟୀ ହୋଇଛି । ହେଲେ ଏହି ଟାଇଟଲ ମୁକାବିଲାରେ ଅର୍ଶଦୀପଙ୍କୁ ନେଇ ଚର୍ଚ୍ଚା । କାରଣ ଏହି ମ୍ୟାଚ ମଝିରେ ଅର୍ଶଦୀପ ସିଂହଙ୍କ ଡେରିଲ ମିଚେଙ୍କ ସହ ବିବାଦ ହୋଇଥିଲା ।
ସ୍ଥିତି ବିଗିଡ଼ିବାରୁ ଅମ୍ପାୟାର ଏବଂ କ୍ୟାପ୍ଟେନ ସୂର୍ଯ୍ୟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ୮ ଓଭରରେ ହିଁ ନ୍ୟୁଜିଲାଣ୍ଡର ୫ ଓ୍ବିକେଟର ପତନ ହୋଇଥିଲା । ଏହାରି ମଧ୍ୟରେ ଡେରିଲ ମିଚେଲ ଏବଂ କ୍ୟାପ୍ଟେନ ସେଣ୍ଟନର ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ତେବେ ନ୍ୟୁଜିଲାଣ୍ଡ ଇନିଂସର ୧୧ତମ ଓଭର ଅର୍ଶଦୀପ ବୋଲିଂ କରିଥିଲେ । ସେ ପ୍ରଥମ ଓଭରରେ କେବଳ ୪ ରନ୍ ଦେଇଥିଲେ । କିନ୍ତୁ ଏହି ଓଭରରେ ମିଚେଲ ତାଙ୍କୁ ଦୁଇ ଛକ୍କା ମାରିଥିଲେ ।
ତେବେ ଏହି ଓଭରର ୫ମ ବଲ୍ରେ ଅର୍ଶଦୀପ ସିଂହ ମିଚେଲଙ୍କୁ ବୋଲିଂ କରିଥିଲେ । ଯେଉଁଥିରେ କୌଣସି ରନ୍ ହୋଇନଥିଲା । ବଲ୍ ସିଧା ଅର୍ଶଦୀପଙ୍କ ହାତକୁ ଆସିଯାଇଥିଲା । କିନ୍ତୁ ଅର୍ଶଦୀପ ବିନା କାରଣରେ ବଲ ମିଚେଲଙ୍କ ଉପରକୁ ଫିଙ୍ଗିଥିଲେ ।
ଏଥିରେ ମିଚେଲ ମଧ୍ୟ ରାଗିଯାଇ ଅର୍ଶଦୀପଙ୍କ ପଛେ ପଛେ ରାଗ ମୁହଁରେ ହାତରେ ସଙ୍କେତ କରି ଆସିଥିଲେ । ଅବଶ୍ୟ ଅମ୍ପାୟାର ଏବଂ କ୍ୟାପ୍ଟେନ ସୂର୍ଯ୍ୟକୁମାର ମଝିରେ ହସ୍ତକ୍ଷେପ କରିଥିଲେ । ସୂର୍ଯ୍ୟକୁମାର ମିଚେଲଙ୍କୁ ବୁଝାଇଥିଲେ ଏବଂ ଅମ୍ପାୟାର ମଧ୍ୟ ଅର୍ଶଦୀପଙ୍କ ସହ କଥା ହୋଇଥିଲେ । ଏହାପରେ ମାମଲା ଥଣ୍ଡା ପଡ଼ିଥିଲା । ଓଭର ଶେଷ ହେବା ପରେ ଅର୍ଶଦୀପ ଏବଂ ମିଚେଲ ପରସ୍ପର ସହ ହାତ ମିଳାଇଥିଲେ ଆଉ କଥା ଶାନ୍ତ ହୋଇଥିଲା ।
ତୃତୀୟଥର ପାଇଁ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଜିତିଛି । ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଆଉ ଏକ ବିଶ୍ଵକପ୍ ଟ୍ରଫି ହାତେଇବା ସହ ୩ଟି ଇତିହାସ ରଚିଛି ।
ପ୍ରଥମ ଦଳ ଭାବେ ଭାରତ ତୃତୀୟଥର ବିଶ୍ଵକପ୍ ଜିତିଛି । ଏହା ପୂର୍ବରୁ ଭାରତ ୨୦୦୭, ୨୦୨୪ରେ ଜିତିଥିଲା ବିଶ୍ଵକପ୍ । ୨୦୦୭ରେ ଏମ୍ ଏସ୍ ଧୋନୀଙ୍କ ଅଧିନାୟକତ୍ଵ, ୨୦୨୪ରେ ରୋହିତ ଶର୍ମାଙ୍କ ଅଧିନାୟତ୍ଵରେ ଭାରତ ବିଶ୍ଵକପ୍ ଜିତିଥିଲା । ଏବେ ସୂର୍ଯ୍ୟକୁମାର ଟ୍ରଫି ଭେଟି ଦେଇଛନ୍ତି ।
ପ୍ରଥମ ଦଳ ଭାବେ ଭାରତ ଲଗାତାର ଦ୍ଵିତୀୟଥର ଟ୍ରଫି ହାତେଇଛି । ପ୍ରଥମ ଦଳ ଭାବେ ଭାରତ ଘରୋଇ ମୈଦାନରେ ଜିତିଛି ଟି-ଟ୍ଵେଣ୍ଟି ବିଶ୍ଵକପ୍ ଟ୍ରଫି । ୨୦୨୪ ପରେ ୨୦୨୬ରେ ଭାରତ ଚାମ୍ପିଅନ୍ ହୋଇ ଏହି ସଫଳତା ହାସଲ କରିଛି ।
ପଢନ୍ତୁ ଏହି ଖବର: ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ଭାରତ ରଚିଲା ଇତିହାସ
📱 Get Argus News App
✨Related Topics
Explore more stories