India World Champion / ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ଭାରତ ରଚିଲା ଇତିହାସ

Key Points
ଅହମଦାବାଦ: ଭାରତ ଜିତିଲା, ଇତିହାସ ଲେଖିଲା । ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ଭାରତ, ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ହାତେଇଛି । ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ୨୫୬ ରନ୍ର ପିଛା କରି ୧୫୯ ରନ୍ରେ ସୀମିତ ରହିଛି । ଏହି ବିଜୟ ସହ ଭାରତ ଲଗାତାର ଦ୍ଵିତୀୟ ଥର ଜିତିଛି ବିଶ୍ଵକପ୍ ଟ୍ରଫି ।
ଏହା ପୂର୍ବରୁ ଭାରତ ୨୦୦୭, ୨୦୨୪ରେ ଜିତିଥିଲା ବିଶ୍ଵକପ୍ । ଏବେ ୨୦୨୬ରେ ଭାରତ ତୃତୀୟଥର ପାଇଁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଚାମ୍ପିଅନ୍ ହୋଇଛି ।ଅହମଦାବାଦରେ ଖେଳା ଯାଇଥିବା ମୁକାବିଲାରେ ଭାରତ ପାୱାର ପ୍ଲେରେ ବିସ୍ଫୋରକ ବ୍ୟାଟିଂ କରି ୯୨ ରନ୍ ସ୍କୋର କରିଥିଲା । ଆରମ୍ଭରୁ ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନ ବିସ୍ଫୋରକ ବ୍ୟାଟିଂ କରିଥିଲେ ।
ଏଥିସହ ପଢ଼ନ୍ତୁ: ତୃତୀୟଥର ପାଇଁ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଚାମ୍ପିଅନ୍; ଲେଖିଲା ୩ ଇତିହାସ
୨୦ ଓଭରରେ ଭାରତ ୫ ୱିକେଟ ହରାଇ ୨୫୫ ରନ୍ କରିଥିଲା । ନ୍ୟୁଜିଲାଣ୍ଡକୁ ଦେଇଥିଲା ୨୫୬ ରନ୍ର ବିଜୟ ଲକ୍ଷ୍ୟ । ୨୫୬ ରନ୍ର ପିଛା କରି ନ୍ୟୁଜିଲାଣ୍ଡ ୧୫୯ ରନ୍ରେ ଅଲଆଉଟ୍ ହୋଇ ଯାଇଛି । ଫଳରେ ଭାରତ ଫାଇନାଲ୍ ମ୍ୟାଚ୍କୁ ୬ ବଲ୍ ବାକି ଥାଇ ୯୬ ରନ୍ରେ ଜିତି ନେଇ ଚାମ୍ପିଅନ୍ ହୋଇଛି ।
ଭାରତ ପକ୍ଷରୁ ଓପନର୍ ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ର ପାଳି ଖେଳିଛନ୍ତି । ୪୬ ବଲ୍ରେ ସଞ୍ଜୁ ୮ଟି ଛକା, ୫ଟି ଚଉକା ସହ ୮୯ ରନ୍ କରିଛନ୍ତି । ସେହିଭଳି ଅଭିଷେକ ଶର୍ମା ୨୧ ବଲ୍ରେ ୩ଟି ଛକା, ୬ଟି ଚଉକା ସହାୟତାରେ ୫୨ ରନ୍, ଇଶାନ କିଷନ ୨୫ ବଲ୍ରେ ୪ଟି ଛକା, ୪ଟା ଚଉକା ସହାୟତାରେ ୫୪ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍ରେ ୧୮ ରନ୍, ଶିବମ ଦୁବେ ୮ ବଲ୍ରେ ୨ ଛକା, ୩ ଚଉକା ସହାୟତାରେ ଅପରାଜିତ ୨୬ ରନ୍ କରିଛନ୍ତି ।
ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସେଇଫର୍ଟ ସର୍ବାଧିକ ୫୨ ରନ୍ କରିଥିବା ବେଲେ ଅଧିନାୟକ ମିଚେଲ୍ ସେଣ୍ଟନର୍ ୪୩ ରନ୍ କରିଛନ୍ତି । ଭାରତ ପକ୍ଷରୁ ଜଶପ୍ରୀତ ବୁମ୍ରା ୪ଟି ୱିକେଟ୍ ନେଇଥିବା ବେଲେ ଅକ୍ଷର ପଟେଲ ୩ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା, ଅଭିଷେକ ଶର୍ମା ଓ ବଋଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
ଏଥିସହ ପଢ଼ନ୍ତୁ: T20 ବିଶ୍ଵକପ୍ ଫାଇନାଲ୍ ପୂର୍ବରୁ ବଡ଼ ଖୁଲାସା; ଜଣାପଡ଼ିଲା କିଏ କାଟୁଛି କାହା ନାଁ...
ତୃତୀୟଥର ପାଇଁ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଜିତିଛି । ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଆଉ ଏକ ବିଶ୍ଵକପ୍ ଟ୍ରଫି ହାତେଇବା ସହ ୩ଟି ଇତିହାସ ରଚିଛି ।
ପ୍ରଥମ ଦଳ ଭାବେ ଭାରତ ତୃତୀୟଥର ବିଶ୍ଵକପ୍ ଜିତିଛି । ଏହା ପୂର୍ବରୁ ଭାରତ ୨୦୦୭, ୨୦୨୪ରେ ଜିତିଥିଲା ବିଶ୍ଵକପ୍ । ୨୦୦୭ରେ ଏମ୍ ଏସ୍ ଧୋନୀଙ୍କ ଅଧିନାୟକତ୍ଵ, ୨୦୨୪ରେ ରୋହିତ ଶର୍ମାଙ୍କ ଅଧିନାୟତ୍ଵରେ ଭାରତ ବିଶ୍ଵକପ୍ ଜିତିଥିଲା । ଏବେ ସୂର୍ଯ୍ୟକୁମାର ଟ୍ରଫି ଭେଟି ଦେଇଛନ୍ତି ।
ପ୍ରଥମ ଦଳ ଭାବେ ଭାରତ ଲଗାତାର ଦ୍ଵିତୀୟଥର ଟ୍ରଫି ହାତେଇଛି । ପ୍ରଥମ ଦଳ ଭାବେ ଭାରତ ଘରୋଇ ମୈଦାନରେ ଜିତିଛି ଟି-ଟ୍ଵେଣ୍ଟି ବିଶ୍ଵକପ୍ ଟ୍ରଫି । ୨୦୨୪ ପରେ ୨୦୨୬ରେ ଭାରତ ଚାମ୍ପିଅନ୍ ହୋଇ ଏହି ସଫଳତା ହାସଲ କରିଛି ।
📱 Get Argus News App
✨Related Topics
Explore more stories