Aryaman Birla RCB / IPLରେ ୩୦ ଲକ୍ଷରେ ବିକ୍ରି ହୋଇଥିଲେ, ଏବେ ୧୬ ହଜାର କୋଟିରେ RCBକୁ କିଣିଲେ...
·5 months ago·2 min read

Key Points
RCB ପାଇଁ ନୂଆ ଯୁଗ
ଆର୍ଯ୍ୟମାନ ବିର୍ଲା ହେଲେ ଅଧ୍ୟକ୍ଷ
ଖେଳାଳିରୁ କିଣିଲେ ଆଇପିଏଲ ଟିମ୍
ଆର୍ଯ୍ୟମାନ ବିର୍ଲା ହେଲେ ଅଧ୍ୟକ୍ଷ
ଖେଳାଳିରୁ କିଣିଲେ ଆଇପିଏଲ ଟିମ୍
IPL ସିଜିନ୍-୧୯ ପୂର୍ବରୁ RCBକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଆଇପିଏଲର ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାଲିକ ପରିବର୍ତ୍ତନ କରିଛି । ୧୬ ହଜାର ୭୦୬ କୋଟି ମୂଲ୍ୟରେ ବିକ୍ରି ହୋଇଛି ଆରସିବି । ଆଉ ଏବେ RCBର ନୂଆ ମାଲିକ ଏମିତି ଜଣେ ବ୍ୟକ୍ତି ହୋଇଛନ୍ତି, ଯିଏ ଥରେ ଆଇପିଏଲ ନିଲାମରେ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲେ । ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା । କିନ୍ତୁ ଆଇପିଏଲର ଗୋଟିଏ ବି ମ୍ୟାଚ୍ ସେ ଖେଳିନାହାନ୍ତି । ଏହି ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ଆର୍ଯ୍ୟମାନ ବିକ୍ରମ ବିର୍ଲା । ଯାହାଙ୍କର ଖେଳାଳିରୁ ଅଧ୍ୟକ୍ଷ ହେବା ଯାତ୍ରା ସହଜ ନଥିଲା ।
ସୂଚନା ଅନୁସାରେ, RCBକୁ ଆଦିତ୍ୟ ବିର୍ଲା ଗ୍ରୁପ୍, ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍, ବ୍ଲାକଷ୍ଟୋନର ପରପେଚୁଆଲ୍ ପ୍ରାଇଭେଟ୍ ଇକ୍ୱିଟି ଷ୍ଟ୍ରାଟେଜି ଏବଂ ବୋଲ୍ଟ ଭେଞ୍ଚର୍ସ ମିଳିତ ଭାବରେ ଅଧିଗ୍ରହଣ କରିଛନ୍ତି । ସେମାନେ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ ସହିତ ୧୬,୭୦୬ କୋଟିରେ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି । ତେବେ ଆସନ୍ତୁ ଜାଣିବା RCBର
ନୂତନ ମାଲିକ ଆର୍ଯ୍ୟମାନ ବିର୍ଲା କିଏ ?
ନୂତନ ମାଲିକାନା ଅଧୀନରେ ଆଦିତ୍ୟ ବିର୍ଲା ଗ୍ରୁପର ନିର୍ଦ୍ଦେଶକ ଆର୍ଯ୍ୟମାନ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ । ଟାଇମ୍ସ ଗ୍ରୁପ୍ ର ସତ୍ୟାନ ଗଜୱାନି ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ ।
ଆର୍ଯ୍ୟମାନ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲାଙ୍କ ପୁଅ । ସେ ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ । ସେ RCBର ଅଧିନାୟକ ରଜତ ପାଟିଦାର ଏବଂ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ସହିତ ଡ୍ରେସିଂ ରୁମ୍ ସେୟାର କରିଥିଲେ । ଆର୍ଯ୍ୟମାନ ନଭେମ୍ବର ୨୦୧୭ରେ ଓଡ଼ିଶା ବିପକ୍ଷରେ ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ । ଏହି ମ୍ୟାଚ୍ରେ ସେ ପାଟିଦାରଙ୍କ ସହିତ ଇନିଂସ ଓପନ କରିଥିଲେ, ଆଉ ମାତ୍ର ୬ ରନ୍ କରି ରନ୍ଆଉଟ୍ ହୋଇଥିଲେ । ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟର ପ୍ରାୟ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା । ସେ ତାଙ୍କର ଶେଷ ମ୍ୟାଚ୍ ଜାନୁଆରୀ ୨୦୧୯ରେ ଆନ୍ଧ୍ର ବିପକ୍ଷରେ ଖେଳିଥିଲେ । ସେ ନଅଟି ମ୍ୟାଚରେ ୪୧୪ ରନ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ରହିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆର୍ଯ୍ୟମାନ ସେପ୍ଟେମ୍ବର ୨୦୧୮ରେ ହାଇଦ୍ରାବାଦ ବିପକ୍ଷରେ ତାଙ୍କର ଲିଷ୍ଟ ଏ ଡେବ୍ୟୁ କରିଥିଲେ। ଲିଷ୍ଟ ଏ କ୍ୟାରିୟରରେ ସେ ତାଙ୍କର ଶେଷ ମ୍ୟାଚ୍ ସୌରାଷ୍ଟ୍ର ବିପକ୍ଷରେ ଖେଳିଥିଲେ । ସେ IPL ୨୦୧୮ ମେଗା ନିଲାମରେ ଅଂଶଗ୍ରହଣ କରିଥିଲେ ଏବଂ ରାଜସ୍ଥାନ ରୟାଲ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା, କିନ୍ତୁ ସେ ଗୋଟିଏ ବି ମ୍ୟାଚ୍ ଖେଳି ନଥିଲେ । ୨୦୨୦ ସିଜିନ୍ ପୂର୍ବରୁ ରାଜସ୍ଥାନ ତାଙ୍କୁ ରିଲିଜ୍ କରିଥିଲା । ଏହା ପରଠୁ ସେ କେବେ କ୍ରିକେଟ୍ ଫିଲ୍ଡକୁ ଫେରିନଥିଲେ । ଆଉ ଏବେ ସେ ଆରସିବିକୁ କିଣି ଆଇପିଏଲରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।
Related Topics
Explore more stories