Dravid Sehwag Son / ଜଣେ ‘ହିଟ୍’, ଆଉ ଜଣେ ‘ଫ୍ଲପ୍’; ଟିମ୍ ଇଣ୍ଡିଆ ପାଇଁ କେମିତି ରହିଲା ସେହୱାଗ-ଦ୍ରାବିଡଙ୍କ ପୁଅଙ୍କ ପ୍ରଦର୍ଶନ ?
·1 hour ago·2 min read

Key Points
ଜଣେ ‘ହିଟ୍’, ଆଉ ଜଣେ ‘ଫ୍ଲପ୍’
ସେହୱାଗଙ୍କ ପୁଅ ଚମକିଲେ
ଦ୍ରାବିଡଙ୍କ ପୁଅ ନିରାଶ କଲେ !
ସେହୱାଗଙ୍କ ପୁଅ ଚମକିଲେ
ଦ୍ରାବିଡଙ୍କ ପୁଅ ନିରାଶ କଲେ !
କ୍ରିକେଟ୍ ମଇଦାନରେ ଯେତେବେଳେ ଦୁଇ ଲିଜେଣ୍ଡ କ୍ରିକେଟ୍ରଙ୍କ ପୁଅ ଏକାଠି ପଡ଼ିଆକୁ ଓହ୍ଲାନ୍ତି, ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ । ଭାରତ ଓ ଅଷ୍ଟ୍ରେଲିଆ ଅଣ୍ଡର-୧୯ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଅନ୍ଅଫିସିଆଲ୍ ଦିନିକିଆ ମ୍ୟାଚ୍ରେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବଂ ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ ।
ଉଭୟଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା । କିନ୍ତୁ ଏହି ମ୍ୟାଚ୍ରେ ଆର୍ଯ୍ୟବୀରଙ୍କ ବ୍ୟାଟ୍ରୁ ଭଲ ରନ୍ ଆସିଥିବା ବେଳେ ଅନଭ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ।
୪୭ ରନ୍ କରି ଚମକିଲେ ଆର୍ଯ୍ୟବୀର
ଭାରତୀୟ ଇନିଂସର ଓପନିଂ କରିଥିବା ଆର୍ଯ୍ୟବୀର ସେହୱାଗ ୪୮ଟି ବଲ୍ରୁ ୪୭ ରନ୍ର ଦମଦାର ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ୯ଟି ଚୌକା ରହିଥିଲା ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୯୭.୯୨ ଥିଲା । ଆର୍ଯ୍ୟବୀର ଅର୍ଦ୍ଧଶତକର ନିକଟରେ ପହଞ୍ଚିଥିଲେ, କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ । ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ସହ ମିଶି ସେ ଭାରତକୁ ଭଲ ଆରମ୍ଭ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ଏସୀୟ କ୍ରୀଡା 2026: କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କାକୁ ୧୪୭ ରନରେ ପରାସ୍ତ କରି ଇତିହାସ ରଚିଲା
ଅନଭ୍ୟ ଦ୍ରାବିଡ କରିପାରିଲେନି ବଡ଼ ସ୍କୋର
ଅନ୍ୟପଟେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅନଭ୍ୟ ଦ୍ରାବିଡଙ୍କ ପାଇଁ ଏହି ମ୍ୟାଚ୍ ବିଶେଷ ଭଲ ନଥିଲା । ସେ ୮ଟି ବଲ୍ରୁ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତର ୧୦୩ ରନ୍ର ବଡ଼ ବିଜୟ
ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଅଣ୍ଡର-୧୯ ସମ୍ମୁଖରେ ୩୪୨ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ୨୩୮ ରନ୍ରେ ଅଲଆଉଟ୍ ହୋଇଥିଲା । ଯାହା ଫଳରେ ଭାରତ ୧୦୩ ରନ୍ରେ ମ୍ୟାଚ୍ ଜିତିଥିଲା । ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ର ଅନ୍ଅଫିସିଆଲ୍ ଦିନିକିଆ ସିରିଜ୍ରେ ୨-୦ର ବିଜୟୀ ହୋଇଛି । ସିରିଜ୍ର ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୨୩ରେ ଖେଳାଯିବ ।
ସିରିଜ୍ର ପ୍ରଥମ ମ୍ୟାଚ୍ରେ କିନ୍ତୁ ଅନଭ୍ୟ ଦ୍ରାବିଡ ଆର୍ଯ୍ୟବୀରଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଥିଲେ । ଅନଭ୍ୟ ମାତ୍ର ୧୮ଟି ବଲ୍ରୁ ୩୮ ରନ୍ର ଦ୍ରୁତ ଇନିଂସ ଖେଳିଥିବା ବେଳେ ଆର୍ଯ୍ୟବୀର ୨୬ଟି ବଲ୍ରୁ ୨୮ ରନ୍ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ କିନ୍ତୁ ଚିତ୍ର ପୂରା ବଦଳି ଯାଇଥିଲା । ଆର୍ଯ୍ୟବୀର ୪୭ ରନ୍ର ଦମଦାର ଇନିଂସ ଖେଳି ନିଜ ଦକ୍ଷତାର ପରିଚୟ ଦେଇଥିବା ବେଳେ ଅନଭ୍ୟ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ ।

Related Topics
Explore more stories