Videos
|
Sports

Aryavir Sehwag Virat Kohli / ‘କେବଳ ସେହୱାଗ ନୁହେଁ, କୋହଲିଙ୍କ ଭଳି ବି ଖେଳିବି’, ଆର୍ଯ୍ୟବୀରଙ୍କ ଐତିହାସିକ ଇନିଂସ

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
‘କେବଳ ସେହୱାଗ ନୁହେଁ, କୋହଲିଙ୍କ ଭଳି ବି ଖେଳିବି’, ଆର୍ଯ୍ୟବୀରଙ୍କ ଐତିହାସିକ ଇନିଂସ
Aryavir Sehwag Virat Kohli

Key Points

ବାପା ସେହୱାଗଙ୍କ ନାଁ ରଖିଲେ ପୁଅ
୧୬୮ ବଲ୍‌ରେ ୧୬୦ ରନ୍‌ର ଧମାକା
ଶତକ ପରେ ଚୌକା-ଛକା ବର୍ଷା


କ୍ରିକେଟ୍ ମଇଦାନରେ ଯେତେବେଳେ କୌଣସି ମହାନ ଖେଳାଳିଙ୍କ ପୁଅ ପାଦ ଥାପନ୍ତି, ସେତେବେଳେ ତାଙ୍କୁ ନେଇ ତୁଳନା ହେବା ସ୍ୱାଭାବିକ । କିନ୍ତୁ ଭାରତର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ନିଜର ଦମ୍‌ଦାର ବ୍ୟାଟିଂ ଜରିଆରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାକୁ ପ୍ରସ୍ତୁତ ବୋଲି ପ୍ରମାଣ କରିଛନ୍ତି ।

ଅଣ୍ଡର-୧୯ ପୁରୁଷ ଏସିଆ କପ୍‌ ୨୦୨୬ର ଗ୍ରୁପ୍‌-ଏ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଆର୍ଯ୍ୟବୀର ଏକ ଚମତ୍କାର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଲ୍‌ ଆମେରତ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ସେ ୧୬୮ଟି ବଲ୍‌ରୁ ୧୬୦ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ ।

କୋହଲିଙ୍କ ଭଳି ଖେଳିବାକୁ ଚାହାନ୍ତି ଆର୍ଯ୍ୟବୀର

ଏହି ମ୍ୟାଚ୍‌ ପୂର୍ବରୁ ଆର୍ଯ୍ୟବୀରଙ୍କ ଏକ ବୟାନ ବେଶ୍‌ ଭାଇରାଲ ହୋଇଥିଲା । ଏକ ପ୍ରମୋସନାଲ୍‌ ଭିଡିଓରେ ତାଙ୍କୁ ଖେଳିବା ଶୈଳୀ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ, ସେ କେବଳ ନିଜ ବାପା ସେହୱାଗଙ୍କ ଶୈଳୀରେ ଖେଳିବାକୁ ଚାହାନ୍ତି ନାହିଁ, ବରଂ ବିରାଟ କୋହଲିଙ୍କ ଭଳି ଖେଳିବାକୁ ଚାହାନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୀରେନ୍ଦ୍ର ସେହୱାଗ ନିଜର ନିର୍ଭୀକ ଓ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ । ଅନ୍ୟପଟେ ବିରାଟ କୋହଲି ନିଜର ଫିଟନେସ୍‌, ନିରନ୍ତର ପ୍ରଦର୍ଶନ, ଚାପରେ ଖେଳିବାର ଦକ୍ଷତା ଏବଂ ଧୈର୍ଯ୍ୟ ପାଇଁ ବିଶ୍ୱବିଖ୍ୟାତ । ଆର୍ଯ୍ୟବୀରଙ୍କ ଏହି ଇନିଂସରେ ବାପା ସେହୱାଗଙ୍କ ଆକ୍ରମଣାତ୍ମକ ଶୈଳୀ ସହ କୋହଲିଙ୍କ ଭଳି ଧୈର୍ଯ୍ୟ ଓ ପରିପକ୍ୱତା ଦେଖିବାକୁ ମିଳିଥିଲା ।

୧୩୧ ବଲ୍‌ରେ ଶତକ, ପରେ ଚୌକା-ଛକା ବର୍ଷା

ୟୁଏଇ ବିପକ୍ଷ ଏହି ମ୍ୟାଚ୍‌ରେ ଆରମ୍ଭରୁ ପିଚ୍‌ରେ ରନ୍‌ କରିବା ସହଜ ନଥିଲା । ଏଭଳି ପରିସ୍ଥିତିରେ ୧୯ ବର୍ଷୀୟ ଓପନର୍‌ ଆର୍ଯ୍ୟବୀର ଧୈର୍ଯ୍ୟର ସହ ବ୍ୟାଟିଂ କରି ନିଜ ଇନିଂସର ମୂଳଦୁଆ ପକାଇଥିଲେ । ସେ ୧୩୧ଟି ବଲ୍‌ରେ ନିଜର ଶତକ ପୂରଣ କରିଥିଲେ ।

ଶତକ ପରେ ତାଙ୍କ ବ୍ୟାଟିଂର ଗତି ବଦଳି ଯାଇଥିଲା । ମଇଦାନର ଚାରିଆଡ଼କୁ ଚୌକା ଓ ଛକା ବର୍ଷା କରିଥିଲେ। ବିଶେଷ କରି ୩୭ତମ ଓଭରରେ ବୋଲର ଉଦ୍ଦିଶ ସୁରୀଙ୍କୁ ଟାର୍ଗେଟ୍‌ କରି ଦୁଇଟି ଛକା ଓ ଦୁଇଟି ଚୌକା ମାରିଥିଲେ । ଏହାପରେ ମଧ୍ୟ ତାଙ୍କ ଆକ୍ରମଣ ଜାରି ରହିଥିଲା ଏବଂ ସେ ୧୫୦ ରନ୍‌ ଅତିକ୍ରମ କରିଥିଲେ । ଶେଷରେ ୧୬୦ ରନ୍‌ରେ ଅପରାଜିତ ରହିଥିଲେ ।

ଭାରତର ୭୦ ରନ୍‌ରେ ବିଜୟ, ସେମିଫାଇନାଲ୍‌ରେ ଦଳ

ଆର୍ଯ୍ୟବୀରଙ୍କ ଏହି ଦମ୍‌ଦାର ଇନିଂସ ବଳରେ ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୦୯ ରନ୍‌ ସଂଗ୍ରହ କରିଥିଲା। ଜବାବରେ ୟୁଏଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୩୯ ରନ୍‌ କରିପାରିଥିଲା । ଫଳରେ ଭାରତ ୭୦ ରନ୍‌ରେ ଏହି ମ୍ୟାଚ୍‌ ଜିତି ଅଣ୍ଡର-୧୯ ଏସିଆ କପ୍‌ର ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛି । ଏବେ ସେମିଫାଇନାଲ୍‌ରେ ଭାରତର ମୁକାବିଲା ଗୁରୁବାର ଆଫଗାନିସ୍ତାନ ସହ ହେବ ।