Videos
|
Sports

Team India Coach / ‘ଟିମ୍ ଇଣ୍ଡିଆର କୋଚ୍ ହେଲେ ପତ୍ନୀ ଦେଇଦେବେ ଛାଡ଼ପତ୍ର’, ଜାଣନ୍ତୁ କାହିଁକି ଏମିତି କହିଲେ ଆଶିଷ ନେହେରା

Santosh Kumar Sahoo
Browse all articles by Santosh Kumar Sahoo
·56 mins ago·3 min read
‘ଟିମ୍ ଇଣ୍ଡିଆର କୋଚ୍ ହେଲେ ପତ୍ନୀ ଦେଇଦେବେ ଛାଡ଼ପତ୍ର’, ଜାଣନ୍ତୁ କାହିଁକି ଏମିତି କହିଲେ ଆଶିଷ ନେହେରା
Asish Nehra

Key Points

ଟିମ୍ ଇଣ୍ଡିଆର କୋଚ୍ ହେବେ କି ନେହେରା ?
କହିଲେ- ‘ପତ୍ନୀ ଦେଇଦେବେ ଛାଡ଼ପତ୍ର !’
ଜାଣନ୍ତୁ କାହିଁକି ଏମିତି କହିଲେ ନେହେରା
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରା ନିଜର ମଜାଦାର ଅନ୍ଦାଜ ପାଇଁ ବେଶ୍ ପରିଚିତ । ସେ କେବଳ ନିଜ ବୋଲିଂ ପାଇଁ ନୁହେଁ ବରଂ ନଜର କୋଚିଂ ପାଇଁ ବେଶ୍‌ ପରିଚିତ । IPL ରେ ଗୁଜରାଟ ଟାଇଟନ୍ସର କୋଚ୍ ଭାବେ ମଧ୍ୟ ତାଙ୍କର ଯାତ୍ରା ଖୁବ୍ ସଫଳ ରହିଛି । ଗୁଜରାଟ ଟାଇଟନ୍ସକୁ ପ୍ରଥମ ସିଜିନ୍‌ରେ ହିଁ ନେହେରା ଚାମ୍ପିୟନ୍ କରାଇଥିଲେ ।

ତେବେ ନିକଟରେ ଆଶିଷ ନେହରାଙ୍କୁ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହେବା ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା । ଆଉ ଏହି ପ୍ରଶ୍ନରେ ନେହେରା ଯେଉଁ ଉତ୍ତର ଦେଇଛନ୍ତି ତାହା ଶୁଣି ସମସ୍ତେ ହସିହସି ବେଦମ ହୋଇଛନ୍ତି । ମଜାଳିଆ ଢଙ୍ଗରେ ନେହେରା କହିଛନ୍ତି, ଟିମ୍ ଇଣ୍ଡିଆର କୋଚ୍ ହେବା ପୂର୍ବରୁ ଘରର ‘ହାଇ କମିଶନ୍’ ଅର୍ଥାତ୍ ପତ୍ନୀଙ୍କ ଅନୁମତି ନେବାକୁ ପଡ଼ିବ, ନହେଲେ ହୋଇପାରେ ଛାଡ଼ପତ୍ର ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୩ରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ ପୂର୍ବରୁ କୋଲକାତାରେ ଆୟୋଜିତ ସିଏବିର ବାର୍ଷିକ ପୁରସ୍କାର ସମାରୋହରେ ଆଶିଷ ନେହେରା ଯୋଗ ଦେଇଥିଲେ । ସେଠାରେ ତାଙ୍କୁ ପଚରାଯାଇଥିଲା ଯେ, ଭବିଷ୍ୟତରେ ସେ ଟିମ୍ ଇଣ୍ଡିଆକୁ କୋଚିଂ ଦେବାକୁ ଚାହିଁବେ କି ?
ଏହାର ଉତ୍ତରରେ ନେହେରା ହସି ହସି କହିଥିଲେ ଯେ, ଏବେ ଏନେଇ କିଛି କହିବା ବହୁତ କଷ୍ଟକର। ପ୍ରଥମେ ତାଙ୍କୁ ଘରର ‘ହାଇ କମିଶନ୍’ ଅର୍ଥାତ୍ ତାଙ୍କ ପତ୍ନୀଙ୍କୁ ପଚାରିବାକୁ ପଡ଼ିବ । ନହେଲେ ତାଙ୍କର ଛାଡ଼ପତ୍ର ହୋଇପାରେ ବୋଲି ସେ ମଜାରେ କହିଥିଲେ ।

କାହିଁକି ନେହେରାଙ୍କୁ ଲାଗୁଛି ଇଣ୍ଟରନ୍ୟାସନାଲ୍ କୋଚିଂ କଷ୍ଟକର ?

ନେହେରା ଏହି ମଜାଦାର ବୟାନ ପଛରେ ଥିବା ଗମ୍ଭୀର କାରଣ ମଧ୍ୟ କହିଥିଲେ । ତାଙ୍କ ଅନୁସାରେ, ଇଣ୍ଟରନ୍ୟାସନାଲ୍ କ୍ରିକେଟ୍‌ରେ କୋଚ୍ ହେବାର ଅର୍ଥ ହେଉଛି ବର୍ଷର ପ୍ରାୟ ୮ରୁ ୯ ମାସ ଘର-ପରିବାରଠାରୁ ଦୂରରେ ରହି ଲଗାତାର ଯାତ୍ରା କରିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କ କହିବା ଅନୁସାରେ, ଏହି ଦାୟିତ୍ୱ ଆଦୌ ସହଜ ନୁହେଁ । ଇଣ୍ଟରନ୍ୟାସନାଲ୍ ସ୍ତରର କୋଚିଂରେ ଅନେକ ଚାପ ରହିଥାଏ । ଏଥିପାଇଁ ଅଧିକାଂଶ ବ୍ୟକ୍ତି ୩ରୁ ୪ ବର୍ଷରୁ ଅଧିକ ସମୟ ଏହି ପଦରେ ରହିପାରନ୍ତି ନାହିଁ ବୋଲି ନେହେରା କହିଛନ୍ତି ।

ଆଇପିଏଲ୍ ନା ନ୍ୟାସନାଲ୍ ଟିମ୍, କେଉଁଠି ଅଧିକ ଚାପ ?

ଗୁଜରାଟ ଟାଇଟନ୍ସକୁ ନିଜର କୋଚିଂରେ ଆଇପିଏଲ୍ ଚାମ୍ପିୟନ୍ କରାଇଥିବା ନେହେରାଙ୍କୁ ଯେତେବେଳେ ଆଇପିଏଲ୍ ଓ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍‌ର କୋଚିଂ ମଧ୍ୟରେ ତୁଳନା କରିବାକୁ କୁହାଯାଇଥିଲା, ସେ ଖୋଲାଖୋଲି ନିଜ ମତ ରଖିଥିଲେ ।

ନେହେରା କହିଥିଲେ ଯେ, କୌଣସି ଦେଶର ନ୍ୟାସନାଲ୍ ଟିମ୍‌ର କୋଚ୍ ହେବା ଅଧିକ କଷ୍ଟକର । ବର୍ଷର ପ୍ରାୟ ୯ ମାସ ଯାତ୍ରା କରିବା କୌଣସି ଛୋଟ କଥା ନୁହେଁ ।
ଗୁଜରାଟ ଟାଇଟନ୍ସ ବିଷୟରେ ନେହେରା କହିଥିଲେ ଯେ, ଲୋକେ ଯେତେବେଳେ ପଚାରନ୍ତି ସେ ଗୁଜରାଟ ପାଇଁ କାମ କରୁଛନ୍ତି କି, ସେ କହନ୍ତି ଏହା କେବଳ କାମ ନୁହେଁ, ଏହା ତାଙ୍କର ପ୍ୟାସନ୍ । ତାଙ୍କ ମତରେ, ଆଇପିଏଲ୍‌ରେ ୧୦ଟି ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ହୁଏ, କିନ୍ତୁ ନ୍ୟାସନାଲ୍ ଟିମ୍ ସମ୍ଭାଳିବା ଏକ ସମ୍ପୂର୍ଣ୍ଣ ଭିନ୍ନ ସ୍ତରର ଦାୟିତ୍ୱ ।

ଭବିଷ୍ୟତରେ ଟିମ୍ ଇଣ୍ଡିଆର କୋଚ୍ ହେବେ କି ନେହେରା ?

ଟିମ୍ ଇଣ୍ଡିଆର କୋଚ୍ ହେବାର ସମ୍ଭାବନା ସମ୍ପର୍କରେ ନେହେରା କହିଛନ୍ତି ଯେ, ଏହା ତାଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ସମ୍ମାନ ଓ ଗର୍ବର ବିଷୟ ହେବ । କିନ୍ତୁ ଏବେ ପର୍ଯ୍ୟନ୍ତ ସେ ଏନେଇ କୌଣସି ଯୋଜନା କରିନାହାନ୍ତି । ନେହେରା କହିଛନ୍ତି ଯେ, ସେ ବର୍ତ୍ତମାନ ନିଜ ଜୀବନ ଓ କାମରେ ବେଶ୍ ଖୁସି ଅଛନ୍ତି । ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳର କୋଚିଂ ଦାୟିତ୍ୱ ଗୌତମ ଗମ୍ଭୀରଙ୍କ ହାତରେ ରହିଛି ।