Ashwin Advice to Gill / ଗିଲ୍ଙ୍କୁ ଅଶ୍ବିନୀଙ୍କ ପରାମର୍ଶ, ନେଟ୍ ପ୍ରାକ୍ଟିସ୍ ନୁହେଁ...ଟସ୍ ପ୍ରାକ୍ଟିସ୍ କର
·8 months ago·2 min read

Key Points
ଶୁବମନ ଗିଲ୍ଙ୍କୁ ଅଶ୍ବିନୀଙ୍କ ପରାମର୍ଶ । ନେଟ୍ ପ୍ରାକ୍ଟିସ୍ ନୁହେଁ...ଟସ୍ ପ୍ରାକ୍ଟିସ୍ କର । ଜାଣନ୍ତୁ ଏମିତି କାହିଁକି କହିଲେ ଅଶ୍ବିନୀ।
ଗ୍ରାଉଣ୍ଡ ବଦଳିଛି । ଅଧିନାୟକ ବି ବଦଳିଛନ୍ତି । କିନ୍ତୁ ବଦଳିନି ଭାରତର ଭାଗ୍ୟ । ଲଗାତର ୧୮ଟି ମ୍ୟାଚ୍ରେ ଭାରତ ଟସ୍ ଜିତିପାରୁନି । ଭାରତୀୟ ODI ଦଳ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ଧାରା ଦେଇ ଗତି କରୁଛି । ଅକ୍ଟୋବର ୨୫ ତାରିଖରେ ଖେଳାଯାଇଥିବା ଭାରତ ବନାମ ଅଷ୍ଟ୍ରେଲିଆ ODI ମ୍ୟାଚ୍ରେ ଟସ୍ ହାରିବା ସହ ଟିମ୍ ଇଣ୍ଡିଆ ଲଗାତାର ୧୮ ତମ ଟସ୍ ହାରିଛି ।
ପୂର୍ବରୁ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ । ଏବେ ଶୁବମନ ଗିଲ୍ ଅଧିନାୟକ ଭାବରେ ତାଙ୍କର ପ୍ରଥମ ODI ସିରିଜ୍ ଖେଳୁଥିଲେ । କିନ୍ତୁ ସେ ବି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ତିନୋଟି ଦିନିକିଆ ମ୍ୟାଚ୍ରେ ଟସ୍ ହାରିଥିଲେ । ଆଉ ଏହାକୁ ନେଇ ଏବେ ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ୱିନ କହିଛନ୍ତି ଯେ ଗିଲ୍ଙ୍କୁ ନେଟ୍ ଅଭ୍ୟାସ ନୁହେଁ ବରଂ ଟସ୍ ଅଭ୍ୟାସ କରିବାକୁ ପଡ଼ିବ ।
ଜଣେ ପ୍ରସିଦ୍ଧ କ୍ରୀଡ଼ା ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ରବିଚନ୍ଦ୍ରନ୍ ଅଶ୍ୱିନ କହିଛନ୍ତି, "ଶୁବମନ ଗିଲ୍ ଅଷ୍ଟ୍ରେଲିଆ ସିରିଜ୍ରେ ତିନୋଟି ଟସ୍ ହାରିଛନ୍ତି । ଏହାକୁ ମିଶାଇ ଭାରତୀୟ ODI ଦଳ ଲଗାତାର ୧୮ ତମ ଟସ୍ ହାରିଛି। ଏତେ ଟସ୍ କିଏ ହାରିଛି ? ପ୍ରକୃତରେ ସେମାନଙ୍କୁ ନେଟ୍ ଅଭ୍ୟାସର ଆବଶ୍ୟକତା ନାହିଁ, ସେମାନଙ୍କୁ ଟସ୍ ଅଭ୍ୟାସ କରିବାକୁ ପଡିବ।"
ସୂଚନା ଅନୁସାରେ, ଶେଷ ଥର ପାଇଁ ଭାରତୀୟ ଦଳ ୨୦୨୩ ମସିହାରେ ଏକଦିବସୀୟ ମ୍ୟାଚ୍ରେ ଟସ୍ ଜିତିଥିଲା । ଏହା ୨୦୨୩ ଦିନିକିଆ ବିଶ୍ୱକପ୍ର ସେମିଫାଇନାଲ୍ ମ୍ୟାଚ୍ ଥିଲା । ଯେଉଁଥିରେ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତିଥିଲେ । ଏହା ପରଠାରୁ ପ୍ରାୟ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଭାରତୀୟ ଅଧିନାୟକଙ୍କ ଟସ୍ ହାରିବା ଧାରା ଅବିରତ ଜାରି ରହିଛି । ସିଡନୀ ଦିନିକିଆରେ ଭାରତ ଲଗାତାର ୧୮ତମ ଟସ୍ ହାରିଥିଲା । କିନ୍ତୁ ଭାରତ ଏହି ମ୍ୟାଚ୍କୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ ପାଇଁ ୯ ଓ୍ବିକେଟରେ ବିଜୟଲାଭ କରିଥିଲା ।
ଅଧିନାୟକ ଭାବରେ ଶୁବମନ ଗିଲଙ୍କ ଟସ୍ ବିଜୟ ପ୍ରତିଶତ ଶୂନ୍ୟ । ଇଂଲଣ୍ଡ ଗସ୍ତରେ ପ୍ରଥମ ଥର ପାଇଁ ଗିଲ୍ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ଟେଷ୍ଟ ସିରିଜ୍ ୨-୨ରେ ବରାବର ଥିଲା, କିନ୍ତୁ ଗିଲ୍ ସମସ୍ତ ପାଞ୍ଚଟି ମ୍ୟାଚ୍ରେ ଟସ୍ ହାରିଥିଲେ। ଆଉ ଏବେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଦିନିକିଆ ସିରିଜ୍ରେ ମଧ୍ୟ ସେ ସମସ୍ତ ତିନୋଟି ମ୍ୟାଚ୍ରେ ଟସ୍ ହାରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories