Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

R Ashwin Retirement: ଅବସର ନେଲେ ଅଶ୍ବିନ...କହିଲେ, IPL କ୍ରିକେଟର୍ ଭାବେ ମୋର ସମୟ ଆଜି ଶେଷ ହେଉଛି

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
R Ashwin Retirement: ଅବସର ନେଲେ ଅଶ୍ବିନ...କହିଲେ, IPL କ୍ରିକେଟର୍ ଭାବେ ମୋର ସମୟ ଆଜି ଶେଷ ହେଉଛି

Key Points

IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା । ଏକ୍ସ ପୋଷ୍ଟରେ ଅବସର ନେଇ ଘୋଷଣା କଲେ ଅଶ୍ବିନ୍‌ । IPL କ୍ରିକେଟର୍ ଭାବେ ମୋର ସମୟ ଆଜି ଶେଷ ହେଉଛି ।

IPLରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ୍ । ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି । ସେ ଏକ ପୋଷ୍ଟ କରି ଲେଖିଛନ୍ତି, ଆଜିଠୁ ମୋର ଆଇପିଏଲ କ୍ୟାରିୟର ଶେଷ ହେଉଛି । ୧୬ ବର୍ଷର ଆଇପିଏଲ କ୍ୟାରିୟରରେ, ଅଶ୍ୱିନ୍ ମୋଟ ୨୨୧ ମ୍ୟାଚ୍ ଖେଳିଛନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ୫ଟି ଦଳ ପାଇଁ ପ୍ରତିନିଧିତ୍ୱ କରିଥିଲେ । ପୂର୍ବରୁ ଡିସେମ୍ବର ୨୦୨୪ରେ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି । ଆର୍ ଅଶ୍ୱିନ୍‌ ୨୦୦୯ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ଡେବ୍ୟୁ କରିଥିଲେ । ଏହା ପରେ ସେ ରାଇଜିଂ ପୁଣେ ସୁପରଜିଆଣ୍ଟସ, ପଞ୍ଜାବ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ତା'ପରେ ରାଜସ୍ଥାନ ରୟାଲ୍ସ ପାଇଁ ମଧ୍ୟ ଖେଳିଛନ୍ତି । ସେ ଗତ ସିଜିନରେ (ଆଇପିଏଲ ୨୦୨୫) ଚେନ୍ନାଇ ସୁପର କିଙ୍ଗ୍ସକୁ ଫେରିଥିଲେ ।


ଆଇପିଏଲରୁ ଅବସର ଘୋଷଣା କରି ଅଶ୍ୱିନ ସୋସିଆଲ ମିଡିଆରେ ଲେଖିଛନ୍ତି, "ବିଶେଷ ଦିନ ଏବଂ ଏକ ବିଶେଷ ଆରମ୍ଭ । କୁହାଯାଏ ଯେ ପ୍ରତ୍ୟେକ ଶେଷର ଏକ ନୂତନ ଆରମ୍ଭ ଅଛି, ଆଇପିଏଲ କ୍ରିକେଟର ଭାବରେ ମୋର ସମୟ ଆଜି ଶେଷ ହେଉଛି, କିନ୍ତୁ ବିଭିନ୍ନ ଲିଗରେ ଖେଳର ଅନୁସନ୍ଧାନକାରୀ ଭାବରେ ମୋର ସମୟ ଆଜି ଆରମ୍ଭ ହେଉଛି।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Ashwin 🇮🇳 (@ashwinravi99) August 27, 2025


ସେହିପରି ଅଶ୍ୱିନ ତାଙ୍କର ସମସ୍ତ ଲିଗକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଯେଉଁ ଟିମମାନଙ୍କ ପାଇଁ ସେ ଆଇପିଏଲରେ ଖେଳିଥିଲେ। ସେ ଲେଖିଛନ୍ତି, "ମୁଁ ସମସ୍ତ ଫ୍ରାଞ୍ଚାଇଜିଗୁଡ଼ିକୁ ଏତେ ବର୍ଷର ସୁନ୍ଦର ସ୍ମୃତି ଏବଂ ସମ୍ପର୍କ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି। ଏବଂ ଏପର୍ଯ୍ୟନ୍ତ ସେମାନେ ମୋତେ ଯାହା ଦେଇଛନ୍ତି ସେଥିପାଇଁ ବିସିସିଆଇ ଏବଂ ଆଇପିଏଲକୁ ବହୁତ ବହୁତ ଧନ୍ୟବାଦ। ଆଗକୁ ଯାହା ଅଛି ତାହା ଉପଭୋଗ କରିବାକୁ ଏବଂ ଏହାର ପୂର୍ଣ୍ଣ ଲାଭ ଉଠାଇବାକୁ ଅପେକ୍ଷା କରୁଛି।"


ଅଶ୍ୱିନ ଆଇପିଏଲରେ ୫ଟି ଦଳ ପାଇଁ ଖେଳିଛନ୍ତି। ତାଙ୍କର ଆଇପିଏଲ ଯାତ୍ରା ୨୦୦୯ ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଆରମ୍ଭ ହୋଇଥିଲା ଏବଂ ସେ ସେହି ଫ୍ରାଞ୍ଚାଇଜି ପାଇଁ ଶେଷ ସିଜନ ମଧ୍ୟ ଖେଳିଥିଲେ । ସେ ଆଇପିଏଲରେ ମୋଟ ୨୨୧ ମ୍ୟାଚରେ ୧୮୭ ୱିକେଟ୍ ନେଇଥିଲେ।

Sponsored
Ravichandran Ashwin Announces Retirement from IPL After 16 Seasons | Argus News