Videos
|
Sports

Bhuvneshwar Comeback / ୨୦୨୭ ଦିନିକିଆ ବିଶ୍ବକପ୍‌ ଖେଳିବେ ଭୁବନେଶ୍ବର କୁମାର, ଅଶ୍ବିନ କଲେ ବଡ଼ ଭବିଷ୍ୟବାଣୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୨୦୨୭ ଦିନିକିଆ ବିଶ୍ବକପ୍‌ ଖେଳିବେ ଭୁବନେଶ୍ବର କୁମାର, ଅଶ୍ବିନ କଲେ ବଡ଼ ଭବିଷ୍ୟବାଣୀ
Bhuvneshwar Comeback

Key Points

ଅଶ୍ୱିନ କଲେ ବଡ଼ ଭବିଷ୍ୟବାଣୀ
୨୦୨୭ WC ପାଇଁ ଭୁବି ପ୍ରସ୍ତୁତ ?
ବିଶ୍ବକପ୍‌ର ପ୍ରଥମ ବଲ୍ ବୋଲିଂ କରିବେ ଭୁବନେଶ୍ବର !

୪ ବର୍ଷର ଅପେକ୍ଷାର ହେଲା ଅନ୍ତ । ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ବର କୁମାର । ଯେଉଁ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୨୨ ନଭେମ୍ବରରେ ଶେଷ ଥର ଭାରତ ପାଇଁ ଖେଳିଥିଲେ, ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ହେବ ତାଙ୍କର ଗ୍ରାଣ୍ଡ କମବ୍ୟାକ୍ । ଭାରତ ଖୁବଶୀଘ୍ର ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହି ଗସ୍ତରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଟି-୨୦ ଦଳ ଘୋଷଣା ହୋଇସାରିଛି । ଦଳରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ।

ଦୀର୍ଘ ୪ ବର୍ଷ ପରେ ଭୁବନେଶ୍ୱରଙ୍କୁ ଭାରତୀୟ ଟି-୨୦ ଦଳରେ ସ୍ଥାନ ମିଳିଛି । ୨୦୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ନିଜର ଚମତ୍କାର ପ୍ରଦର୍ଶନ ଓ କଠିନ ପରିଶ୍ରମ ବଳରେ ଭୁବନେଶ୍ବର ପୁଣିଥରେ ଜାତୀୟ ଦଳକୁ ଫେରିଛନ୍ତି ।

ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଯଦି ଭୁବନେଶ୍ୱର ଭଲ ବୋଲିଂ କରନ୍ତି, ତେବେ ତାଙ୍କ ପାଇଁ ଦିନିକିଆ ଦଳର ଦ୍ୱାର ମଧ୍ୟ ଖୋଲିପାରେ । ଏହାରି ମଧ୍ୟରେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭୁବନେଶ୍ୱରଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି ।

ଭୁବୀଙ୍କୁ ନେଇ ଅଶ୍ୱିନଙ୍କ ବଡ଼ ଦାବି

ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଭୁବନେଶ୍ୱର କୁମାରଙ୍କ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଆଲୋଚନା କରିଛନ୍ତି ଅଶ୍ୱିନ । ସେ ଭୁବୀଙ୍କ ପ୍ରଶଂସା କରିବା ସହ କହିଛନ୍ତି ଯେ ଏହି ପ୍ରତ୍ୟାବର୍ତ୍ତନ ପଛରେ ତାଙ୍କର ବହୁତ ପରିଶ୍ରମ ରହିଛି । ଅଶ୍ୱିନଙ୍କ ମତରେ, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ ଭୁବନେଶ୍ୱର ଭଲ ପ୍ରଦର୍ଶନ କଲେ ତାଙ୍କୁ ପୁଣି ଦିନିକିଆ ଦଳରେ ସାମିଲ କରିବା ପାଇଁ ଦାବି ଉଠିପାରେ । ଚୟନକର୍ତ୍ତାଙ୍କ ନଜର ମଧ୍ୟ ତାଙ୍କ ଉପରେ ରହିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଶ୍ୱିନ କହିଛନ୍ତି, “ଯଦି ଭୁବନେଶ୍ୱର ଭଲ ପ୍ରଦର୍ଶନ କରନ୍ତି, ତେବେ ସମସ୍ତେ ତାଙ୍କୁ ପୁଣି ଦିନିକିଆ ଦଳରେ ଦେଖିବାକୁ ଚାହିଁବେ । ସେ ଯଦି ବଲ୍‌କୁ ସୁଇଂ କରାଇପାରନ୍ତି ଏବଂ ଫିଟନେସ୍‌ ଠିକ୍‌ ରଖିପାରନ୍ତି, ତେବେ ତାଙ୍କୁ ଦିନିକିଆ ଦଳକୁ ଫେରିବାରୁ କେହି ରୋକିପାରିବେ ନାହିଁ ।” ଏହା ସହ ଅଶ୍ୱିନ ଆହୁରି ବଡ଼ ଦାବି କରି କହିଛନ୍ତି ଯେ ଆସନ୍ତା ବର୍ଷର ଦିନିକିଆ ବିଶ୍ୱକପ୍‌ରେ ଜସପ୍ରୀତ ବୁମରାହ ଏବଂ ଭୁବନେଶ୍ୱର କୁମାର ଏକାଠି ଭାରତୀୟ ଦଳରେ ଥାଇପାରନ୍ତି । ଏପରିକି ବିଶ୍ୱକପ୍‌ର ପ୍ରଥମ ବଲ୍‌ ଭୁବନେଶ୍ୱର ବୋଲିଂ କରିପାରନ୍ତି ବୋଲି ଅଶ୍ୱିନ କହିଛନ୍ତି ।

ଫିଟନେସ୍‌ ରହିବ ଭୁବୀଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର କୁମାରଙ୍କ କ୍ୟାରିୟରରେ ଆଘାତ ଏକ ବଡ଼ ସମସ୍ୟା । ଗତ କିଛି ବର୍ଷରେ ସେ ନିଜ ଫିଟନେସ୍‌ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଆଇପିଏଲ୍‌ରେ ମଧ୍ୟ ସେ ଲଗାତାର ଭଲ ପ୍ରଦର୍ଶନ କରିଛନ୍ତି । ଅଶ୍ୱିନଙ୍କ ମତରେ, ଭୁବୀଙ୍କ ପାଖରେ ଅସାଧାରଣ ବୋଲିଂ କୌଶଳ ରହିଛି । କିନ୍ତୁ ଆଗକୁ ମଧ୍ୟ ତାଙ୍କୁ ଫିଟନେସ୍‌ ବଜାୟ ରଖିବାକୁ ପଡ଼ିବ । ଯଦି ସେ ଫିଟ୍‌ ରହି ନିଜର ସୁଇଂ ବୋଲିଂର ଜଲୱା ଦେଖାଇପାରନ୍ତି, ତେବେ ଭାରତୀୟ ଦିନିକିଆ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଅସମ୍ଭବ ନୁହେଁ ।
ଭୁବନେଶ୍ୱର କୁମାର ଏପର୍ଯ୍ୟନ୍ତ ଭାରତ ପାଇଁ ୧୨୧ଟି ଦିନିକିଆ ମ୍ୟାଚ୍‌ ଖେଳି ୧୪୧ଟି ୱିକେଟ୍‌ ନେଇଛନ୍ତି । ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।