Asia Cup Final / ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ !

Key Points
ସୁପର-୪ରେ ଶ୍ରୀଲଙ୍କାକୁ ହରାଇଲା ପାକିସ୍ତାନ । ଏବେ ରୋଚକ ହେଲା ଏସିଆ କପ୍ ଫାଇନାଲ ସମୀକରଣ । ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ ।
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏସିଆ କପ୍ ୨୦୨୫ । ଆସନ୍ତା ରବିବାର ଦୁବାଇରେ ଖେଳାଯିବ ଗ୍ରାଣ୍ଡ ଫାଇନାଲ । ତେବେ ଫାଇନାଲ ମ୍ୟାଚ୍ ତାରିଖ ଯେତିକି ପାଖଉଛି, ଏସିଆ କପର ରୋମାଞ୍ଚ ସେତିକି ବଢ଼ିବାରେ ଲାଗୁଛି । ଆଉ ମଙ୍ଗଳବାର ଶ୍ରୀଲଙ୍କାକୁ ପାକିସ୍ତାନ ପରାସ୍ତ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି ।
ଏସିଆ କପ୍ ସୁପର-୪ରେ ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା । ବାଂଲାଦେଶ ମଧ୍ୟ ଶ୍ରୀଲଙ୍କାକୁ ହରାଇ ପ୍ରଥମ ସୁପର-୪ ମ୍ୟାଚ୍ ନିଜ ନାମରେ କରିଥିଲା । ସେହିପରି ମଙ୍ଗଳବାର ପାକିସ୍ତାନ ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ପରାସ୍ତ କରି ଫାଇନାଲ ଖେଳିବା ଆଶାକୁ ଉଜ୍ଜୀବିତ ରଖିଛି । ଏସିଆ କପ୍ ୨୦୨୫ ଫାଇନାଲ୍ ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାର ସମ୍ଭାବନା ଅଛି ।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାକିସ୍ତାନ ପାଇଁ କର ବା ମର ପରି ଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମାତ୍ର ୧୩୩ ରନ୍ କରିପାରିଥିଲା । ଜବାବରେ ପାକିସ୍ତାନ ୧୨ ବଲ ବାକି ଥାଇ ଏହି ମ୍ୟାଚକୁ ନିଜ ନାମରେ କରିଥିଲା । ତେବେ ପାକିସ୍ତାନର ଏହି ବିଜୟ ପରେ ପୁଣି ଥରେ ଏସିଆ କପ୍ ଫାଇନାଲରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେଉଥିବାର ଦେଖିବାକୁ ମିଳିପାରେ ।
ଯଦି ଭାରତ ବୁଧବାର ଦିନ ଖେଳାଯିବାକୁ ଥିବା ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରେ, ତେବେ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଯିବ ଏବଂ ଭାରତ ପ୍ରାୟ ନିଶ୍ଚିତ ଭାବରେ ଫାଇନାଲରେ ପହଞ୍ଚିବ । ଆଉ ଏହା ପରେ ଗୁରୁବାର ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ୍ ଉଭୟ ଦଳ ପାଇଁ ସେମିଫାଇନାଲ ସଦୃଶ ହେବ । ଅର୍ଥାତ ଯେଉଁ ଦଳ ବିଜୟ ଲାଭ କରି ସେହି ଦଳ ଫାଇନାଲରେ ନିଜ ସ୍ଥାନ ପକ୍କା କରିବ ।
📱 Get Argus News App
✨
ଅନ୍ୟପଟେ ଯଦି ବାଂଲାଦେଶ ଭାରତକୁ ପରାସ୍ତ କରେ, ତେବେ ସୁପର ଫୋର୍ ଦୌଡ଼ ଖୋଲା ରହିବ । ସମସ୍ତ ଦଳ ଫାଇନାଲରେ ପହଞ୍ଚିବାର ସୁଯୋଗ ପାଇବେ ।
ପାକିସ୍ତାନ ଶ୍ରୀଲଙ୍କାକୁ ଯେଉଁଭଳି ଭାବରେ ପରାସ୍ତ କରିଛି ତାହା ପୁଣି ଥରେ ଏସିଆ କପ୍କୁ ରୋମାଞ୍ଚକର କରିଛି। ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ବିଜୟ ଏହି ଏସିଆ କପ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ଥର ପାଇଁ ମୁହାଁମୁହିଁ ହେବାର ସମ୍ଭାବନା ଅଧିକ ବୋଲି ଅନୁମାନ କରାଯାଉଛି ।
Related Topics
Explore more stories