Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup Final / ଏସିଆ କପ ଫାଇନାଲରେ ପୁଣି ହାଇଭୋଲଟେଜ ମୁକାବିଲା

Ritu Das
Browse all articles by Ritu Das
·9 months ago·3 min read
ଏସିଆ କପ ଫାଇନାଲରେ ପୁଣି ହାଇଭୋଲଟେଜ ମୁକାବିଲା

Key Points

୪୧ବର୍ଷରେ ପ୍ରଥମ ଥର ବଡ଼ ରାଇବଲେରି ମ୍ୟାଚ

ଏସିଆ କପ ଫାଇନାଲରେ ହାଇଭୋଲଟେଜ ମୁକାବିଲା

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ସେପଟେ ଫାଇନାଲ୍‌ ପୂର୍ବରୁ ଭାରତକୁ ଚ୍ୟାଲେଞ୍ଜ ଦେଲେ ପାକିସ୍ତାନ କ୍ୟାପଟେନ

୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳାଯାଇଥିଲା। ଏହା ପରେ ଏପର୍ଯ୍ୟନ୍ତ ଏସିଆ କପର ୧୭ଟି ସିଜିନ୍ ଅନୁଷ୍ଠିତ ହୋଇସାରିଛି। ୧୯୮୪ ରୁ ୨୦୨୫ ମଧ୍ୟରେ ୪୧ ବର୍ଷର ବ୍ୟବଧାନ ରହିଛି। କିନ୍ତୁ ଏହା ପ୍ରଥମ ଥର ହେବ ଯେତେବେଳେ ଭାରତ ଏବଂ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପର ସହ ମୁହାଁମୁହିଁ ହେବେ। ଏହାର ଅର୍ଥ ହେଉଛି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ହେବ।
୧୭ତମ ସଂସ୍କରଣରେ ପ୍ରଥମ ଥର ପାଇଁ ଏସିଆ କପର ଫାଇନାଲରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ।


ଭାରତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ୮ ଥର ବିଜୟୀ ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନ ଏହି କପ୍ ୨୦୦୦ ଓ ୨୦୧୨ ମସିହାରେ କେବଳ ଦୁଇଥର ଜିତିଛି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଯେ ଉଭୟ ଦେଶ କେବେ ଫାଇନାଲରେ ପରସ୍ପରର ସାମ୍ନା କରିନାହାନ୍ତି। ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟକୁ ୧୯୮୬, ୧୯୯୭, ୨୦୦୪, ୨୦୦୮, ୨୦୧୪, ୨୦୨୨ରେ ୬ ଥର ଜିତିଛି। ଭାରତୀୟ ଦଳ ଏସିଆ କପ୍ ବିଜେତାଙ୍କ ତାଲିକାରେ ଆଗରେ ରହିଛି। ତେବେ ଭାରତୀୟ ଦଳ ୧୯୯୭, ୨୦୦୪ ଏବଂ ୨୦୦୮ରେ ଫାଇନାଲରେ ପରାସ୍ତ ହୋଇଥିଲା। ଶ୍ରୀଲଙ୍କା ତିନିଥର ଫାଇନାଲରେ ଭାରତକୁ ପରାସ୍ତ କରିଥିଲା।



ସେପଟେ ଏସିଆ କପ ୨୦୨୫ର ସୁପର ଫୋର୍‌ ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ଏବଂ ପାକିସ୍ତାନ ସେପ୍ଟେମ୍ବର ୨୮ରେ ଏସିଆ କପ ଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ। ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଭାରତକୁ ଚ୍ୟାଲେଞ୍ଜ କରି କହିଛନ୍ତି, ତାଙ୍କ ଦଳ ଯେକୌଣସି ଦଳକୁ ପରାସ୍ତ କରିପାରିବ। ଏପରିକି ଭାରତକୁ ମଧ୍ୟ। ଭାରତକୁ ଆମେ କେବେବି ଷ୍ଟ୍ରଙ୍ଗ ଦଳ ବୋଲି ଭାବିନୁ। ଭାବୁଥିଲୁ ଯେବେ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳୁଥିଲେ।


ସଲମାନ ଅଲି ଆଗା ଆଉ ମଧ୍ୟ କହିଛନ୍ତି, ଆମେ ଭାରତକୁ ହରାଇ ଫାଇନାଲ ଜିତିଗଲେ ଆମେ ଏକ ସ୍ବତନ୍ତ୍ର ଦଳ ଭାବେ ନାଁ କରିବୁ। ଆମ ଦଳର ପ୍ରତ୍ୟେକ ଖେଳାଳି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ତଥାପି, ଆମକୁ ଆମର ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡିବ, କିନ୍ତୁ ଆମେ ଏହା ଉପରେ କାମ କରିବୁ। ଆମେ ଜାଣୁ ଯେ ଫାଇନାଲରେ ଆମକୁ କ’ଣ କରିବାକୁ ପଡିବ ଏବଂ ଆମେ ରବିବାର ଭାରତୀୟଙ୍କୁ ଅଲ ଆଉଟ କରିବୁ। ଆମ ଦଳର ଆତ୍ମବିଶ୍ୱାସ ଆମକୁ ଯେକୌଣସି ଦଳକୁ ଚ୍ୟାଲେଞ୍ଜ କରିବାର ଅଧିକାର ଦେଉଛି। ଭାରତ ଭଳି ଏକ ଶକ୍ତିଶାଳୀ ଦଳ ବିରୋଧରେ ମଧ୍ୟ ଆମେ ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଫାଇନାଲ ପୂର୍ବରୁ ପାକ୍ ଖେଳାଳିଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ICC ଶୁଣାଇଲା ଏମିତି ସଜ୍ଜା...


ପାକିସ୍ତାନର ବୋଲିଂ ସେମାନଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବିଶେଷକରି ଶାହିନ ଶାହ ଆଫ୍ରିଦି ଏକ ଚମତ୍କାର ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଥିଲେ। ଅଧିନାୟକ ସଲମାନ କହିଥିଲେ, ଶାହିନ ଜଣେ ସ୍ବତନ୍ତ୍ର ଖେଳାଳି। ସେ ଦଳକୁ ଯାହା ଆବଶ୍ୟକ ଥିଲା ତାହା କରିଥିଲେ। ଆମେ ପ୍ରାରମ୍ଭରେ ଆମର ବୋଲିଂ ଦ୍ୱାରା ଭଲ ଚାପ ସୃଷ୍ଟି କରିପାରିଥିଲୁ, ଯାହା କାରଣରୁ ଆମେ ମ୍ୟାଚ ଜିତିଥିଲୁ।
ଏହାର ଜବାବରେ ଗୌତମ ଗମ୍ଭୀର ମୁହଁତୋଡ଼ ଜବାବ ଦେଇଛନ୍ତି। ଗମ୍ଭୀରଙ୍କ ପ୍ରଶିକ୍ଷଣରେ, ଟିମ୍ ଇଣ୍ଡିଆ ଏହି ବର୍ଷ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା। ଏବଂ ଏବେ ଭାରତ ଆଉ ଏକ ଟାଇଟଲ ଠାରୁ ଗୋଟିଏ ପାଦ ଦୂରରେ ଅଛି। ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିବା ପରେ, ଗମ୍ଭୀର ସୋସିଆଲ ମିଡିଆରେ ଖେଳାଳିମାନଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, ଫାଇନାଲରେ ପ୍ରବେଶ କଲୁ ଆଉ ଜିତିବୁ ନିଶ୍ଚିତ।
ସୂର୍ଯ୍ୟ ବାହିନୀ ଏହି ସିରିଜରେ ଚମତ୍କାର ଖେଳୁଛନ୍ତି। ଗ୍ରୁପ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଜିତିବା ପରେ, ଦଳ ସୁପର ଫୋରରେ ପାକିସ୍ତାନ ଏବଂ ତା’ପରେ ବାଂଲାଦେଶକୁ ପରାସ୍ତ କରିଛି।


ଅଧିକ ପଢ଼ନ୍ତୁ କ୍ରୀଡ଼ା ସମ୍ପର୍କିତ ଖବର... 


ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ସହିତ ବହୁତ ଭଲ ଖେଳୁଛନ୍ତି। କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଭଲ ବୋଲିଂ କରୁଛନ୍ତି। ବୁମରାହ ଜଣେ ବିଶ୍ୱସ୍ତରୀୟ ବୋଲର, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ୍ ଦୁବେ ମଧ୍ୟ ଦଳ ପାଇଁ ବହୁତ important. ତେବେ ପାକିସ୍ତାନୀଙ୍କୁ ହରାଇବାକୁ ଭାରତୀୟ ଦଳ ପୁରା ଅପେକ୍ଷାରେ ରହିଛନ୍ତି।

Sponsored
Asia Cup 2025 Final: High-Voltage India vs Pakistan Clash Returns | Argus News | Argus News