IND vs PAK / ଫାଇନାଲ ପୂର୍ବରୁ ପାକ୍ ଖେଳାଳିଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ICC ଶୁଣାଇଲା ଏମିତି ସଜ୍ଜା...

Key Points
ପାକିସ୍ତାନୀ ଖେଳାଳିଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ICC । ଅଭଦ୍ର ଆଚରଣ କରି ଫସିଗଲେ ପାକ୍ କ୍ରିକେଟର ।
ଏସିଆ କପ୍-୨୦୨୫ ଫାଇନାଲ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା । ପାକିସ୍ତାନର ଦୁଇ କ୍ରିକେଟରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି । କ୍ରିକେଟ ପଡ଼ିଆରେ ଅଭଦ୍ର ଆଚରଣ ପାଇଁ ପାକିସ୍ତାନ ଦ୍ରୁତ ବୋଲର ହାରିସ୍ ରୈଫଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଆର୍ନ୍ତଜାତୀୟ କ୍ରିକେଟ ପରିଷଦ । ମ୍ୟାଚ୍ ଫି'ର ୩୦ ପ୍ରତିଶତ କାଟିବାକୁ ଆଇସିସି ନିଷ୍ପତ୍ତି ନେଇଛି । ସେହିପରି ବିବାଦୀୟ ଗନ୍ ସେଲିବ୍ରେସନ୍ ପାଇଁ ପାକିସ୍ତାନର ଓପନର୍ ବ୍ୟାଟ୍ସମ୍ୟାନ୍ ସାହବଜାଦା ଫରହାନଙ୍କୁ କଡ଼ା ଚେତାବନୀ ଦେଇଛି ଆଇସିସି ।
ଅଧିକ ପଢ଼ନ୍ତୁ: 'ଆମେ ଭାରତକୁ ବି ହରାଇ ପାରିବୁ...', ଫାଇନାଲ ପୂର୍ବରୁ ପାକିସ୍ତାନ କ୍ୟାପଟେନଙ୍କ ଚ୍ୟାଲେଞ୍ଜ
ସୂଚନା ଅନୁସାରେ ଏସିଆ କପ୍-୨୦୨୫ରେ ନିଜର ବିବାଦୀୟ ସେଲିବ୍ରେସନ୍ ପାଇଁ ଚର୍ଚ୍ଚାରେ ଥିଲେ ଦୁଇ ପାକିସ୍ତାନ କ୍ରିକେଟର ସାହିବଜାଦା ଫରହାନ ଓ ହାରିସ୍ ରୈଫ୍ । ଫରହାନ ସୁପର-୪ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ପଡ଼ିଆ ମଝିରେ ଗନ୍ ସେଲିବ୍ରେସନ୍ କରିଥିଲେ । ସେହିପରି ହାରିସ୍ ରୌଫ୍ ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ଶୁଭମନ ଗିଲଙ୍କୁ ଗାଳି ଦେଇଥିଲେ ଏବଂ ଆପତ୍ତିଜନକ ଇଙ୍ଗିତ ମଧ୍ୟ କରିଥିଲେ । ଏହି ଦୁଇ ପାକ୍ କ୍ରିକେଟରଙ୍କ ଏଭଳି ଔଦ୍ଧତ୍ୟ ସେଲିବ୍ରେସନ୍ ପାଇଁ ବିସିସିଆଇ ICC ନିକଟରେ ଅଭିଯୋଗ ଦାଖଲ କରିଥିଲା । ଆଉ ଏବେ ଏହି ଦୁଇ ପାକିସ୍ତାନ କ୍ରିକେଟରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛି ଆଇସିସି ।
📱 Get Argus News App
✨ସେପଟେ ୪୧ ବର୍ଷ ପରେ ପ୍ରଥମ ଥର ଏସିଆ କପ୍-୨୦୨୫ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ୨୮ ସେପ୍ଟେମ୍ବରରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୨୫ ସେପ୍ଟେମ୍ବରରେ ଏସିଆ କପର ସୁପର-୪ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଫାଇନାଲରେ ପ୍ରବେଶ କରିବା ପରେ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ଏକ ବଡ଼ ବୟାନ ଦେଇଛନ୍ତି । ସେ ଭାରତୀୟ ଦଳକୁ ଚେତାବନୀ ଦେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ।
ମ୍ୟାଚ୍ ପରେ ପ୍ରେସ୍ କନଫରେନ୍ସରେ ସଲମାନ ଅଲି ଆଗା କହିଛନ୍ତି, ଯଦି ଆମେ ଏହିପରି ଏକ ମ୍ୟାଚ୍ ଜିତିପାରିବା, ତେବେ ଆମେ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦଳ । ଆମ ଦଳର ପ୍ରତ୍ୟେକ ଖେଳାଳି ଭଲ ଖେଳ ପ୍ରଦର୍ଶନ କରିଥିଲେ । ତଥାପି, ଆମକୁ ଆମର ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ, ଆମକୁ ଏହା ଉପରେ କାମ କରିବାକୁ ପଡ଼ିବ । ଆମେ ଜାଣିଛୁ ଯେ ଫାଇନାଲରେ ଆମକୁ କ'ଣ କରିବାକୁ ପଡିବ ଏବଂ ଆମେ ରବିବାର ଆମର ସର୍ବୋତ୍ତମ ପ୍ରଦର୍ଶନ କରିବୁ।"
Related Topics
Explore more stories