Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup 2025: ଯୁଦ୍ଧ ହେଉ କି କ୍ରିକେଟ୍, ସବୁଠି ଅଣ୍ଠେଇଲା ପାକିସ୍ତାନ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
Asia Cup 2025: ଯୁଦ୍ଧ ହେଉ କି କ୍ରିକେଟ୍, ସବୁଠି ଅଣ୍ଠେଇଲା ପାକିସ୍ତାନ

Key Points

ଭାରତ ଆଗରେ ଚିତପଟାଙ୍ଗ ହେଲା ପାକିସ୍ତାନ । ଏସିଆ କପରେ ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ ।


ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ଦୁବାଇରେ ଚାଲିଥିବା ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । ପାକିସ୍ତାନକୁ ୭ ୱିକଟରେ ହରାଇ ଏସିଆ କପରେ ବିଜୟ ଅଭିଯାନ ଜାରି ରଖିଛି ଟିମ୍ ଇଣ୍ଡିଆ । ଉଭୟେ ବୋଲିଂ ଓ ବ୍ୟାଟିଂରେ ଭାରତ ଆଗରେ ପାକିସ୍ତାନ ବହୁ ପଛରେ ପଡିଥିଲା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହନ ୪୦ ରନ କରିଥିବାବେଳେ ଶାହିନ ଆଫ୍ରିଦି ୩୩ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ୍ ହରାଇ ମାତ୍ର ୧୨୭ ରନ୍ କରିଥିଲା ।
ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି ଓ୍ବିକେଟ ନେଇଥିବାବେଳେ ବୁମରା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତି ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।


ବ୍ୟାଟିଂରେ ଭାରତ ପକ୍ଷରୁ ଅଭିଶେକ ଶର୍ମା ୩୧, ତିଲକ ବର୍ମା ୩୧, ଶୁବମନ ଗିଲ ୧୦ରନ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪୭, ଶିବମ ଦୁବେ ୧୦ ରନ କରିଥିଲେ । ତେବେ ଲଗାତାର ଦ୍ବିତୀୟ ମ୍ୟାଚରେ କୁଲଦୀପ ଯାଦବ ଆକ୍ରମଣାତ୍ମକ ବୋଲିଂ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି ।

Sponsored
India Crushes Pakistan by 7 Wickets in Asia Cup Clash | Argus News