Asia Cup / ବାଂଲାଦେଶକୁ ହରାଇ ଏସିଆ କପ୍ ଫାଇନାଲରେ ଭାରତ, ୨୮ ତାରିଖରେ ହେବ ଟାଇଟଲ ପାଇଁ ଲଢ଼େଇ

Key Points
ଏସିଆ କପ୍-୨୦୨୫ । ବାଂଲାଦେଶ ବିପକ୍ଷରେ ଭାରତର ବଡ଼ ବିଜୟ । ପ୍ରଥମ ଦଳ ଭାବେ ଫାଇନାଲର ପ୍ରବେଶ କଲା ଟିମ୍ ଇଣ୍ଡିଆ ।
ଏସିଆ କପ୍-୨୦୨୫ରେ ନିଜ ଦବଦବା ଜାରି ରଖିଛି ଟିମ୍ ଇଣ୍ଡିଆ । ବୁଧବାର ଏସିଆ କପର ସୁପର-୪ରେ ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୪୧ ରନରେ ପରାସ୍ତ କରିଛି । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଭାରତ ଏସିଆ କପ୍ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।
ବୁଧବାର ସୁପର-୪ର ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିଥିଲା ଭାରତ । ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୬୮ ରନ୍ କରିପାରିଥିଲା । ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଭାରତ । ଶୁବମନ ଗିଲ୍ ଓ ଅଭିଷେକ ଶର୍ମା ପାଓ୍ବାର ପ୍ଲେରେ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ । କିନ୍ତୁ ଅଭିଷେକ ଶର୍ମା ରନ୍ ଆଉଟ ହେବା ପରେ ଦଳର ସ୍କୋରରେ ବ୍ରେକ୍ ଲାଗିଥିଲା । ଭାରତ ନିର୍ଦ୍ଧାରିତ ଓଭରରେ ମାତ୍ର ୧୬୮ ରନ୍ କରିପାରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୭୫ ରନ୍ କରିଥିଲେ ।
ଅଧିକ ପଢ଼ନ୍ତୁ: ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରବୀନ୍ଦ୍ର ଜାଡେଜା ଉପ-ଅଧିନାୟକ
📱 Get Argus News App
✨୧୬୯ ରନର ଲକ୍ଷ୍ୟ ପିଛା କରି, ବାଂଲାଦେଶର ଆରମ୍ଭ ଖରାପ ଥିଲା । କାରଣ ତାନଜିଦ ହାସନ ମାତ୍ର ଏକ ରନ କରି ଆଉଟ ହୋଇଥିଲେ । ସୈଫ ହାସନ ଗୋଟିଏ ପାର୍ଶ୍ୱରେ ଦୃଢ଼ ଭାବରେ ୬୯ ରନର ଲଢ଼ୁଆ ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ, ପରଭେଜ ହୋସେନ ଏକମାତ୍ର ବାଂଲାଦେଶୀ ବ୍ୟାଟସମ୍ୟାନ ଥିଲେ ଯିଏ ଦୁଇ ଅଙ୍କରେ ପହଞ୍ଚିଥିଲେ । ପରଭେଜ ୨୧ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ଅନ୍ୟ କୌଣସି ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ସାମ୍ନାରେ ଅଧିକ ସମୟ କ୍ରିଜରେ ରହିପାରିନଥିଲେ । ଯାହାଫଳରେ ଭାରତ ଏହି ମ୍ୟାଚକୁ ୪୧ ରନରେ ବିଜୟ ଲାଭ କରିଛି ।
ବାଂଲାଦେଶ ବିପକ୍ଷରେ ବଡ଼ ବିଜୟ ପରେ ଭାରତ ପ୍ରଥମ ଦଳ ଭାବେ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍ ଇତିହାସରେ ଭାରତ ୧୧ ଥର ପାଇଁ ଫାଇନାଲରେ ପହଞ୍ଚିଥିବା ବେଳେ ୮ ଥର ଚମ୍ପିଆନ୍ ହୋଇଛି । ସେହିପରି ବାଂଲାଦେଶ ବିପକ୍ଷରେ ଭାରତର ବିଜୟ ସହ ଶ୍ରୀଲଙ୍କା ଫାଇନାଲ ରେସରୁ ଆଉଟ୍ ହୋଇଯାଇଛି । ସେପଟେ ଆଜି ଏସିଆ କପ୍ ସୁପର-୪ରେ ମୁହାଁମୁହିଁ ହେବେ ବାଂଲାଦେଶ-ପାକିସ୍ତାନ । ଏହି ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍ । କାହିଁକି ନା ହି ମାଚ୍ ଯେଉଁଦଳ ଜିତିବ ସେହି ଦଳ ଫାଇନାଲରେ ପ୍ରବେଶ କରିବ। ଏପରିସ୍ଥିତିରେ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଏକ ପ୍ରକାର ସେମିଫାଇନାଲ ସଦୃଶ ।
ଯଦି ଏହି ଟୁର୍ଣ୍ଣାମେଣ୍ଟ କଥା କହିବା ତାହାଲେ ପୂର୍ବରୁ ଭାରତ-ପାକିସ୍ତାନ ଦୁଇ ଥର ମୁହାଁମୁହିଁ ହୋଇସାରିଛନ୍ତି । ଆଉ ଦଇ ଥର ଭାରତ ପାକିସ୍ତାନକୁ ପରାସ୍ତ ମଧ୍ୟ କରିଛି । ଆଉ ଯଦି ଆଜିର ମ୍ୟାଚରେ ପାକିସ୍ତାନ ବିଜୟଲାଭ କରେ ତେବେ ପୁଣି ଥରେ ଫାଇନାଲରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଆଉ ପୂର୍ବ ପରି ଭାରତ ପୁଣି ଥରେ ପକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଟାଇଟଲ ହାତେଇବାକୁ ଚେଷ୍ଟା କରିବ ।
Related Topics
Explore more stories