Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / Super-4 ମ୍ୟାଚ୍ ପୂର୍ବରୁ ଭାରତକୁ ପ୍ରଶଂସାରେ ପୋତିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର

Sushanta Sahoo
Browse all articles by Sushanta Sahoo
·9 months ago·2 min read
Super-4 ମ୍ୟାଚ୍ ପୂର୍ବରୁ ଭାରତକୁ ପ୍ରଶଂସାରେ ପୋତିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର

Key Points

ଆଜି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ମଧ୍ୟରେ ମ୍ୟାଚ୍‌ ପାଇଁ ପାଣିପାଗ ଉଷ୍ମ ରହିଛି । ଏହାରି ଭିତରେ ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର ନିଜେ ଟିମ୍ ଇଣ୍ଡିଆର ପ୍ରଶଂସା କରିଛନ୍ତି । ଲାଇଭ୍ ଶୋରେ ଭାରତୀୟ ଦଳକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର ।

ଦୁବାଇ: ଏସିଆ କପ୍-୨୦୨୫ରେ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି ଭାରତୀୟ ଦଳ । ଏବେ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ ବି ମ୍ୟାଚ୍ ହାରି ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଖେଳିଥିବା ତିନୋଟି ଯାକ ମ୍ଯାଚ୍ ଜିତି ସୁପର୍-୪ରେ ପହଞ୍ଚିଛି । ଆଉ ଆଜି ରବିବାର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ । ଚଳିତ ସଂସ୍କରଣରେ ଭାରତ-ପାକିସ୍ତାନ ମ୍ୟାଚ୍‌ ବେଶ ବିବାଦୀୟ ରହିଥିଲା ।


ଆଉ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ମଧ୍ୟରେ ମ୍ୟାଚ୍‌ ପାଇଁ ପାଣିପାଗ ଉଷ୍ମ ରହିଛି । ଏହାରି ଭିତରେ ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର ନିଜେ ଟିମ୍ ଇଣ୍ଡିଆର ପ୍ରଶଂସା କରିଛନ୍ତି । ଲାଇଭ୍ ଶୋରେ ଭାରତୀୟ ଦଳକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର ।


ଲାଇଭ୍‌ ଶୋରେ ଭାରତର ପ୍ରଶଂସା


ଏସିଆ କପ୍‌ରେ ଭାରତ-ପାକିସ୍ତାନ ସୁପର୍-୪ ମ୍ୟାଚ ପୂର୍ବରୁ ପୂର୍ବତନ ପାକିସ୍ତାନ କ୍ରିକେଟର ବାଜିଦ ଖାନ ଏକ ଲାଇଭ୍ ଟିଭି ଶୋରେ ଭାରତୀୟ ଦଳର ପ୍ରଶଂସା କରିଛନ୍ତି । ବାଜିଦ ଖାନ କହିଛନ୍ତି, "ପାକିସ୍ତାନ ଠାରୁ ଭାରତ ଏକ ଭଲ ଦଳ । ମ୍ଯାଚ୍‌ରେ ପାକିସ୍ତାନ ପାଇଁ କୌଣସି ସୁଯୋଗ ନାହିଁ । ଭାରତ ବେଶ ଶକ୍ତିଶାଳୀ ଦଳ । ଯଦି ପାକିସ୍ତାନ, ଭାରତକୁ ହରାଇବ ତା ହେଲେ କୌଣସି ସରପ୍ରାଇଜ୍ ଏଲିମେଣ୍ଟ ଆଣିବାକୁ ପଡ଼ିବ ।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ସେହି ଷ୍ଟାଡିୟମ...ସେହି ରେଫରୀ, ପୁଣି ଭାରତ-ପାକ୍ ମ୍ୟାଚରେ ହେବ କି ହ୍ୟାଣ୍ଡସେକକୁ ନେଇ ବିବାଦ ?


ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ଷ୍ଟେଜ୍ ମୁକାବିଲା ଖେଳା ଯାଇଥିଲା । ଉକ୍ତ ମ୍ୟାଚରେ ପାକିସ୍ତାନ ଉପରେ ଭାରତୀୟ ଦଳର ଦବ୍‌ଦବା ରହିଥିଲା । ବ୍ୟାଟିଂ ହେଉ କି ବୋଲିଂ ସବୁଥିରେ ପାକିସ୍ତାନକୁ ମାତ୍ ଦେଇଥିଲା ଭାତୀୟ ଦଳ । ଭାରତକୁ ପାକିସ୍ତାନ ୧୨୮ ରନ୍‌ର ଟାର୍ଗେଟ୍ ଦେଇଥିବା ବେଳେ ଭାରତ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।


ସୁପର୍ ୪ ପାଇଁ ସମ୍ଭାବିତ ଭାରତୀୟ ଦଳ


ଅଭିଷେକ ଶର୍ମା, ଶୁଭମନ ଗିଲ୍‍, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଜିତେଶ ଶର୍ମା, ରିଙ୍କୁ ସିଂହ, ବଋଣ ଚକ୍ରବର୍ତ୍ତୀ ।

Related Topics

Explore more stories

Sponsored
Asia Cup 2025: Ex-Pakistan Cricketer Praises Team India Ahead of Super-4 Clash | Argus News | Argus News