Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବାଂଲାଦେଶକୁ ୧୧ ରନ୍‌ରେ ହରାଇଲା ପାକିସ୍ତାନ, ଫାଇନାଲ୍‌ରେ ଭାରତ ସହ ମୁକାବିଲା

Sports

Asia Cup / ବାଂଲାଦେଶକୁ ୧୧ ରନ୍‌ରେ ହରାଇଲା ପାକିସ୍ତାନ, ଫାଇନାଲ୍‌ରେ ଭାରତ ସହ ମୁକାବିଲା

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବାଂଲାଦେଶକୁ ୧୧ ରନ୍‌ରେ ହରାଇଲା ପାକିସ୍ତାନ, ଫାଇନାଲ୍‌ରେ ଭାରତ ସହ ମୁକାବିଲା

Key Points

ଏସିଆ କପ୍‌ର ଫାଇନାଲ୍‌ରେ ପ୍ରଥମଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ । ଏହି ମୁକାବିଲା ସେପ୍ଟେମ୍ବର ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ ।

ଦୁବାଇ: ଏସିଆ କପ୍‌ର ଫାଇନାଲ୍‌ରେ ପ୍ରଥମଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ । ଏହି ମୁକାବିଲା ସେପ୍ଟେମ୍ବର ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ । ଗୁରୁବାର ପାକିସ୍ତାନ-ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ସୁପର୍-୪ ମ୍ୟାଚ୍‌କୁ ପାକିସ୍ତାନ ୧୧ ରନ୍‌ରେ ଜିତି ନେବା ସହ ଫାଇନାଲ୍‌ରେ ପହଞ୍ଚିଛି ।


ଗୁରୁବାର ଦୁବାଇରେ ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ଖେଳା ଯାଇଥିଲା । ପାକିସ୍ତାନ ଦେଇଥିବା ୧୩୬ ରନ୍‌ର ଟାର୍ଗେଟ୍‌ର ପିଛା କରି ୨୦ ଓଭର୍‌ରେ ୯ ୱିକେଟ୍ ହରାଇ ବାଂଲାଦେଶ ୧୨୪ ରନ୍‌ରେ ଅଟକି ଥିଲା । ଫଳରେ ପାକିସ୍ତାନ ୧୧ ରନ୍‌ରେ ମ୍ୟାଚ୍ ଜିତିବା ସହ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ।


ଏଥିସହ ପଢ଼ନ୍ତୁ: ଭଲ ନାହିଁ ପାକିସ୍ତାନ ଫର୍ମ, ଫିଲ୍ଡିଂ ବି ଢିଲା..


ବାଂଲାଦେଶ ପକ୍ଷରୁ ଶାମିମ ହୋସେନ୍ ସର୍ବାଧିକ ୩୦ ରନ୍ କରିଥିବା ବେଳେ ଅଧିନାୟକ ଜାକେର ଅଲୀ ୫ ରନ୍ କରି ଆଉଟ୍ ହୋଇଥିଲେ । ଶାମିମଙ୍କୁ ଛାଡ଼ିଦେଲେ କୌଣସି ଖେଳାଳି ୨୦ ରନ୍ ମଧ୍ୟ କରିପାରି ନଥିଲେ । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି ଓ ହରିସ ରାଊ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସାଏମ ଆୟୁବ ୨ଟି ଓ ମହମ୍ମଦ ନୱାଜ ଗୋଟିଏ ସଫଳତା ପାଇଥିଲେ ।


ଟସ୍ ହାରି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରିଥିଲା । ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୫ ରନ୍ କରିବାରେ ସକ୍ଷମ ହୋଇଥିଲା ପାକିସ୍ତାନ ଦଳ । ଯାହାକି ଟି-ଟ୍ଵେଣ୍ଟିରେ ବାଂଲାଦେଶ ବିପକ୍ଷରେ ପାକିସ୍ତାନର ସବୁଠୁ କମ ସ୍କୋର୍ । ପାକିସ୍ତାନ ପକ୍ଷରୁ ମହମ୍ମଦ ହାରିସ ୩୧ ରନ୍ କରିଥିବା ବେଳେ ଦଳ ୪୯ ରନ୍‌ରେ ୫ଟି ୱିକେଟ୍ ହରାଇଥିଲା । ବାଂଲାଦେଶ ପକ୍ଷରୁ ତସ୍କିନ୍ ଅହମଦ ୩ଟି, ମେହଦୀ ହସନ ଓ ରିଷାଦ ହୁସୈନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ବିଦେଶୀ ଔଷଧ ଉପରେ ୧୦୦ ପ୍ରତିଶତ ଟିକସ ଲଗାଇଲେ ଟ୍ରମ୍ପ, ଭାରତ ଉପରେ କ'ଣ ରହିବ ପ୍ରଭାବ ?


ତେବେ ଏସିଆ କପ୍‌ ଫାଇନାଲ୍ ମୁକାବିଲା ଇତିହାସ ରଚିବାକୁ ଯାଉଛି । କାରଣ ୪୧ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତ ଓ ପାକିସ୍ତାନ ଟ୍ରଫି ପାଇଁ ଲଢ଼ିବେ । ଆଉ ଦୁବାଇରେ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ସୋସିଆଲ୍ ମିଡିଆରେ ବେଶ ଉତ୍ସାହ ରହିଛି । ମ୍ୟାଚ୍‌ର ୭୨ ଘଣ୍ଟା ପୂର୍ବରୁ ଟ୍ରେଣ୍ଡ କରିବାରେ ଲାଗିଛି ।


ଏସିଆ କପ୍‌ରେ ରେକର୍ଡ


ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ସୁଦ୍ଧା ଏସିଆ କପ୍‌ରେ ୧୮ଟି ମୁକାବିଲା ଖେଳା ଯାଇଛି । ଯେଉଁଥିରୁ ଭାରତ ୧୦ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ୬ଟିରେ ବିଜୟୀ ହୋଇଛି । ୨ଟି ମ୍ୟାଚ୍ ଡ୍ର ରହିଥିଲା ।


ଆଉ ୨୦୨୫ ଏସିଆ କପ୍‌ରେ ରେକର୍ଡ ଭାରତ ପକ୍ଷରେ ରହିଛି । କାରଣ ଗ୍ରୁପ୍ ଷ୍ଟେଜ୍ ସହ ସୁପର୍-୪ରେ ଭାରତ ପାକିସ୍ତାନକୁ ହରାଇଛି । ଆଉ ଏବେ ୨ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ-ପାକିସ୍ତାନ ଫାଇନାଲ୍ ମୁକାବିଲାକୁ ନେଇ କ୍ରେଜ୍ ଦେଖିବାକୁ ମିଳିଲାଣି ।

Related Topics

Explore more stories

Painting
Sponsored
Asia Cup 2025 Final: India vs Pakistan to Clash in Dubai on September 28 | Argus News | Argus News