Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

No Handshake / ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏଥର ସଲମାନଙ୍କ ସହ ହାତ ମିଳାଇବେ ତ ସୂର୍ଯ୍ୟକୁମାର ?

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏଥର ସଲମାନଙ୍କ ସହ ହାତ ମିଳାଇବେ ତ ସୂର୍ଯ୍ୟକୁମାର ?

Key Points

ଏସିଆ କପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେବେ ଏଥର ଦେଖିବାକୁ ମିଳିବ କି ନୋ ହ୍ୟାଣ୍ଡସେକ୍ ପାର୍ଟ-୨ !

ରୋଚକ ହେବାକୁ ଯାଉଛି ଏସିଆ କପ୍-୨୦୨୫ । ଚଳିତ ଏସିଆ କପରେ ଖେଳ କମ୍ ବିବାଦ ଅଧିକ ଦେଖିବାକୁ ମିଳୁଛି । ଗତ ରବିବାରଠୁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ହ୍ୟାଣ୍ଡସେକ୍ ବିବାଦ ଏପର୍ଯ୍ୟନ୍ତ ଥମିନାହିଁ । ଆଉ ଏହାରି ମଧ୍ୟରେ ରବିବାର ପୁଣି ଥରେ ଏହିଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମୁହାଁମୁହିଁ ହେବାକୁ ଯାଉଛନ୍ତି ।


ରବିବାର ଏସିଆ କପ୍ ୨୦୨୫ର ସୁପର-୪ ମ୍ୟାଚରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବ । ରାତି ୮ଟାରେ ଖେଳାଯିବ । ତେବେ ପୂର୍ବ ମ୍ୟାଚରେ ଭାରତୀୟ ଖେଳାଳି ପାକିସ୍ତାନ କ୍ରିକେଟରଙ୍କ ସହ ହତ ମିଶାଇ ନଥିବାରୁ ବିବାଦ ସୃଷ୍ଟି କରିଥିଲା । ଆଉ ଏବେ ରବିବାର ହେବାକୁ ଥିବା ମ୍ୟାଚରେ କ’ଣ ହେବ ତାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସେହି ମ୍ୟାଚରେ ‘ନୋ ହ୍ୟାଣ୍ଡସେକ୍ ପାର୍ଟ-୨’ ଦେଖିବାକୁ ମିଳିବ କି ? ନା ପରିସ୍ଥିତି ସ୍ବାଭାବିକ ରହିବ ? ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ପ୍ରତି ଯେଉଁ ମନୋଭାବ ଦେଖାଇଥିଲେ ତାହା ଏବେ ମଧ୍ୟ ପରିଲକ୍ଷିତ ହେବ କି ? ସେହିପର ମ୍ୟାଚ୍ ଶେଷ ହେବା ପରେ ଉଭୟ ଦେଶର ଖେଳାଳିମାନେ ହାତ ମିଳାଇବେ ତ ଏଭଳି କିଛି ପ୍ରଶ୍ନ ଏବେ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମରୁଛି ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ୧୪ ସେପ୍ଟେମ୍ବରର ମ୍ୟାଚ୍ ପରେ ପାକିସ୍ତାନ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଏସିଆ କପରୁ ବାହାର କରିବାକୁ ଦାବି କରିଥିଲା । କାରଣ PCB (ପାକିସ୍ତାନ କ୍ରିକେଟ୍ ବୋର୍ଡ) ବିଶ୍ୱାସ କରିଥିଲା ଯେ ଏହା ସବୁ ତାଙ୍କ ଯୋଗୁଁ ହୋଇଛି। ଏହା ପରେ, ପାକିସ୍ତାନ ୧୭ ସେପ୍ଟେମ୍ବରର ମ୍ୟାଚ୍ ପୂର୍ବରୁ ବହୁତ ନାଟକ ସୃଷ୍ଟି କରିଥିଲା, କିନ୍ତୁ ଶେଷରେ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲା।


ଆଉ ସବୁ ବାଦ ବିବାଦ ମଧ୍ୟରେ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ବର୍ତ୍ତମାନ, ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଉଭୟ ଦେଶର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ରାଜନୀତିଠାରୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ ଆଲୋଚନା ଜୋର ଧରିଛି । ଏପରି ପରିସ୍ଥିତିରେ, ଏହି ସୁପର ୪ ମ୍ୟାଚ୍ କେବଳ ରନ ଏବଂ ୱିକେଟର ଖେଳ ହେବ ନାହିଁ, ବରଂ ଉତ୍ତେଜନା ଏବଂ ତିକ୍ତତାର ପରୀକ୍ଷା ମଧ୍ୟ ।

Related Topics

Explore more stories

Sponsored
Asia Cup 2025: India vs Pakistan Super-4 Clash on Sunday | Argus News