India vs Pakistan / ଭାରତ-ପାକିସ୍ତାନ ମହାମୁକାବିଲା, ଭାରତ ଆଗରେ ୧୭୨ ରନର ଟାର୍ଗେଟ

Key Points
ଏସିଆ କପ୍-୨୦୨୫ । ଭାରତ-ପାକିସ୍ତାନ ମହାମୁକାବିଲା । ନିର୍ଦ୍ଧାରିତ ୨୦ ଓଭରରେ ୧୭୧ ରନ୍ କଲା ପାକିସ୍ତାନ । ଭାରତ ସାମ୍ନାରେ ୧୭୨ରନର ବିଜୟ ଲକ୍ଷ୍ୟ ।
ଏସିଆ କପ୍-୨୦୨୫ ସୁପର-୪ରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ୍ କରିଥିଲା । ତେବେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୭୨ ରନ୍ କରିବା ଆବଶ୍ୟକ । ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ ସର୍ବାଧିକ ୫୮ ରନ କରିଥିଲେ । ସେହିପରି ଭାରତ ପକ୍ଷରୁ ଶିବମ ଦୁବେ ୨ଟି ଓ୍ବିକେଟ ନେଇଥିବା ବେଳେ କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।
Innings Break!
— BCCI (@BCCI) September 21, 2025
We've been given a target of 172 runs to chase.
Scorecard - https://t.co/XXdOskvd5M #AsiaCup2025 #Super4 pic.twitter.com/e9iphwUVNi
ସୂଚନା ଅନୁସାରେ, ଆଜିର ମ୍ୟାଚରେ ଭାରତ ଖରାପ ଫିଲ୍ଡି ପ୍ରଦର୍ଶନ କରିଥିଲା । ପ୍ରଥମ ଇନିଂସରେ ପ୍ରାୟ ୪ଟି କ୍ୟାଚ୍ ହାତଛଡ଼ା କରିଥିଲା ଭାରତ । ଯାହାଫଳରେ ପାକିସ୍ତାନ ୧୭୧ ରନର କରିପାରିଥିଲା । ତେବେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୭୨ ରନ ହାସଲ କରିବାକୁ ପଡ଼ିବ । ଯଦି ଭାରତର ବ୍ୟାଟିଂ ଲାଇନ୍ କଥା କହିବା ତାହାଲେ ସମସ୍ତ ବ୍ୟାଟ୍ସମ୍ୟାନ୍ ଦମଦାର ଫର୍ମରେ ଅଛନ୍ତି । ୧୭୨ ରନର ଟାର୍ଗେଟ ଅତି ସହଜରେ ଭାରତ ହାସଲ କରିପାରେ ବୋଲି ଆଶା କରାଯାଉଛି ।
📱 Get Argus News App
✨Related Topics
Explore more stories