Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଏସିଆ କପ୍‌ର ମ୍ୟାଚ୍ ଟାଇମିଂରେ ବଡ଼ ପରିବର୍ତ୍ତନ: ଏବେ ଏହି ସମୟରେ ଆରମ୍ଭ ହେବ

Ritu Das
Browse all articles by Ritu Das
·10 months ago·2 min read
ଏସିଆ କପ୍‌ର ମ୍ୟାଚ୍ ଟାଇମିଂରେ ବଡ଼ ପରିବର୍ତ୍ତନ: ଏବେ ଏହି ସମୟରେ ଆରମ୍ଭ ହେବ

Key Points

ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ୟୁଏଇ କ୍ରିକେଟ୍ ବୋର୍ଡ ଶନିବାର ମ୍ୟାଚ୍ ସମୟରେ କିଛିଟା ପରିବର୍ତ୍ତନ କରିଛି।

ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ୟୁଏଇ କ୍ରିକେଟ୍ ବୋର୍ଡ ଶନିବାର ମ୍ୟାଚ୍ ସମୟରେ କିଛିଟା ପରିବର୍ତ୍ତନ କରିଛି।ଏସିଆ କପ୍‌ର ୧୯ଟିରୁ ୧୮ଟି ମ୍ୟାଚ୍‌ ଆରମ୍ଭ ହେବାର ସମୟ ଅଧ ଘଣ୍ଟା ପଛକୁ କରି ଦିଆଯାଇଛି। ସଂଶୋଧିତ ସମୟ ଅନୁସାରେ ଏବେ ମ୍ୟାଚ୍ ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୩୦(ଭାରତୀୟ ସମୟ ରାତି ୮ଟା)ରେ ଆରମ୍ଭ ହେବ। ଏଥର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟ୍‌ରେ ଖେଳାଯିବ। ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁଏଇର ଦୁଇଟି ସହର ଦୁବାଇ ଓ ଆବୁଧାବିରେ ଖେଳାଯିବ। ସେପ୍ଟେମ୍ବରରେ ଯେବେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ସେହି ସମୟରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ ଏବଂ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବି ଗରମ ଅନୁଭୂତ ହୋଇପାରେ।


ଦଳାଚକଟାରେ ମୃତ୍ୟୁବରଣ କରିଥିବା ୧୧ଜଣଙ୍କ ପରିବାରକୁ ୨୫ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେଲା ଆରସିବି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏମିତି ଭୀଷଣ ଗରମରୁ ବଞ୍ଚିବା ପାଇଁ କ୍ରିକେଟ୍ ବୋର୍ଡ ମ୍ୟାଚ୍‌ ସମୟ ଆଉ ଟିକେ ଘୁଞ୍ଚାଇବାକୁ ପ୍ରସାରଣକାରୀଙ୍କୁ ଅନୁରୋଧ କରିଥିଲା। ଆଉ ପ୍ରସାରଣକର୍ତ୍ତା ଏଥିରେ ସହମତି ପ୍ରକାଶ କରିଛନ୍ତି। ଏବେ ସମସ୍ତ ଦିବାରାତ୍ର ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ୧୯ଟି ମ୍ୟାଚ୍‌ରୁ କେବଳ ଗୋଟିଏ ମ୍ୟାଚ୍‌ର ସମୟ ଅପରିବର୍ତ୍ତିତ ରହିଛି। ଏହି ମୁକାବିଲା ୟୁଏଇ ଓ ଓମାନ ମଧ୍ୟରେ ଖେଳାଯିବ। ସେପ୍ଟେମ୍ବର ୧୫ରେ ଆବୁଧାବିର ଜାୟଦ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ସ୍ଥାନୀୟ ସମୟ ଅନୁସାରେ ୬ଟା ୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ହଂକଂ। ସେପ୍ଟେମ୍ବର ୧୦ରେ ଭାରତ ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ସେପ୍ଟେମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁପ୍ରତୀକ୍ଷିତ ମୁକାବିଲା ଖେଳାଯିବ।

Sponsored
Asia Cup Match Timings Changed: New Start Time Announced | Argus News