Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଦଳାଚକଟାରେ ମୃତ୍ୟୁବରଣ କରିଥିବା ୧୧ଜଣଙ୍କ ପରିବାରକୁ ୨୫ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେଲା ଆରସିବି

Ritu Das
Browse all articles by Ritu Das
·10 months ago·2 min read
ଦଳାଚକଟାରେ ମୃତ୍ୟୁବରଣ କରିଥିବା ୧୧ଜଣଙ୍କ ପରିବାରକୁ ୨୫ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେଲା ଆରସିବି

Key Points

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଶନିବାର ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଶନିବାର ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛି। ଟ୍ରଫି ଜିତିବା ପରେ ଖୁସି ମନାଇବା ପା‌ଇଁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏବେ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଭିଡ଼ ବଢ଼ିବାରୁ ଦଳାଚକଟାରେ ୧୧ଜଣ ମୃତ୍ୟୁବରଣ କରିଥିଲେ। ଏବେ ମୃତ୍ୟୁବରଣ କରିଥିବା ପ୍ରଶଂସକମାନଙ୍କୁ ସହାୟତା ପ୍ରଦାନ କରିବାକୁ ଆରସିବି ଘୋଷଣା କରିଛି। ମୃତ ୧୧ ଜଣ ପ୍ରଶଂସକଙ୍କ ପରିବାରକୁ ଆରସିବି ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା କହିଛି। ୪ ଜୁନ୍ ୨୦୨୫ରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟାରେ ୧୧ଜଣଙ୍କ ଜୀବନ ଯାଇଥିଲା।


୪ ଜୁନ୍ ୨୦୨୫ରେ ଆରସିବିର ଆଇପିଏଲ୍ ୨୦୨୫ ଟାଇଟଲ୍ ବିଜୟର ଉତ୍ସବ ପାଳନ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଆରସିବି ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛି ଯେ, "୪ ଜୁନ୍ ୨୦୨୫ରେ ଆମର ହୃଦୟ ଭାଙ୍ଗି ଯାଇଥିଲା। ଆମେ ଆରସିବି ପରିବାରର ୧୧ଜଣ ସଦସ୍ୟଙ୍କୁ ହରାଇଥିଲୁ। ସେମାନେ ଆମର ଅଂଶ ଥିଲେ। ସେମାନେ ଆମର ସହର, ଆମ ସମ୍ପ୍ରଦାୟ ଏବଂ ଆମ ଦଳକୁ ଅନନ୍ୟ କରିବାର ଅଂଶ ଥିଲେ। ସେମାନଙ୍କ ଅନୁପସ୍ଥିତି ଆମ ସମସ୍ତଙ୍କ ସ୍ମୃତିରେ ପ୍ରତିଧ୍ୱନିତ ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେମାନେ ଛାଡିଯାଇଥିବା ଶୂନ୍ୟସ୍ଥାନକୁ କୌଣସି ଖେଳ କେବେ ପୂରଣ କରିପାରିବ ନାହିଁ। ପ୍ରଥମ ପଦକ୍ଷେପ ସ୍ୱରୂପ, ଆରସିବି ସେମାନଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି। କେବଳ ଆର୍ଥିକ ସହାୟତା ନୁହେଁ ବରଂ ସେମାନଙ୍କର ଯତ୍ନ ନେବାର ପ୍ରତିଶ୍ରୁତି ମଧ୍ୟ ଦେଇଛି।" ଉଲ୍ଲେଖଯୋଗ୍ୟ, ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୫ର ଫାଇନାଲରେ ଆରସିବି, ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ପ୍ରଥମ ଆଇପିଏଲ ଟାଇଟଲ ଜିତିଥିଲା। ଏହି ବିଜୟ ସହିତ ୧୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଏହି ଖୁସିକୁ ପାଳନ କରିବା ପାଇଁ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଆରସିବି। ଏଥିରେ ସାମିଲ ହେବା ପାଇଁ ହଜାର ହଜାର ପ୍ରଶଂସକ ଆ‌ସିଥିଲେ। ସଂଖ୍ୟା ନିୟନ୍ତ୍ରଣ ବାହାରକୁ ଯିବାରୁ ଦଳାଚକଟା ହୋଇଥିଲା ଏବଂ ୧୧ଜଣଙ୍କର ମୃତ୍ୟୁ ‌ହୋଇଥିଲା।


ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର ...

Sponsored
RCB Extends ₹25 Lakh Aid to Families of 11 stampede Tragedy Victims | Argus News