Asia Cup Prize Money / ଏସିଆ କପ୍ ବିଜେତା ଦଳକୁ ମିଳିବ କେତେ ଟଙ୍କା ? ହାରିବା ଟିମକୁ ମିଳେ କେତେ ଟଙ୍କା...

Key Points
ଆଜି ଖେଳାଯିବ ଏସିଆ କପ୍ ଫାଇନାଲ । ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ଜାଣନ୍ତୁ ଏସିଆ କପ୍ ବିଜେତା ଟିମକୁ ମିଳିବ କେତେ ଟଙ୍କା...
ସେପ୍ଟେମ୍ବର ୨୮ରେ ଏସିଆ କପ୍-୨୦୨୫ ଫାଇନାଲ ମ୍ୟାଚ୍ ଖେଳାଯିବ । ଭାରତ-ପାକିସ୍ତାନ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚକୁ ଜିତି ନବମ ଥର ପାଇଁ ଏସିଆ କପ୍ ଟାଇଟଲ ଜିତିବାକୁ ଚେଷ୍ଟା କରିବ ଭାରତ । ତେବେ ଆପଣ ଜାଣନ୍ତି କି ଏସିଆ କପ୍ ଜିତୁଥିବା ଦଳକୁ ମିଳେ କେତେ ଟଙ୍କା...
୨୦୨୫ ଏସିଆ କପ୍ ପୁରସ୍କାର ରାଶି
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏଥର ଏସିଆ କପର ପୁରସ୍କାର ରାଶି ଯଥେଷ୍ଟ ବୃଦ୍ଧି କରାଯାଇଛି । ଭାରତ ବନାମ ପାକିସ୍ତାନ ଫାଇନାଲର ବିଜେତା ଦଳକୁ ୨.୬ କୋଟି ଟଙ୍କା ପୁରସ୍କାର ମିଳିବ । ସେହିପରି ରନର୍ସ ଅଫ୍ ଦଳକୁ ୧.୩ କୋଟି ଟଙ୍କା ମିଳିବ । ତେବେ ଏସିଆ କପ୍ ବିଜେତାଙ୍କୁ କେତେ ଟଙ୍କା ପୁରସ୍କାର ମିଳିବ ସେନେଇ ଏସୀ କ୍ରିକେଟ ପରିଷଦ ସ୍ପଷ୍ଟ କରିନାହିଁ । ତେବେ ୨୦୨୩ ଏସିଆ କପ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ପ୍ରାୟ ୧.୨୫ କୋଟି ଟଙ୍କା ମିଳିଥିଲା ।
ଅଧିକ ପଢ଼ନ୍ତୁ: ଫାଇନାଲ ଜିତିବା ପରେ ଟ୍ରଫି ନେବ ତ ଭାରତ ? ନା ପିସିବି ଅଧ୍ୟକ୍ଷଙ୍କୁ ଅଣଦେଖା କରିବେ ସୂର୍ଯ୍ୟକୁମାର
📱 Get Argus News App
✨
ଏହା ସହିତ, ସିରିଜର ଶ୍ରେଷ୍ଠ ଖେଳାଳିଙ୍କୁ ୧୨.୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ବର୍ତ୍ତମାନ, ଅଭିଷେକ ଶର୍ମା ଏବଂ କୁଲଦୀପ ଯାଦବଙ୍କ ଭଳି ଖେଳାଳି ସିରିଜର ଶ୍ରେଷ୍ଠ ଖେଳାଳି ପାଇଁ ଦୌଡ଼ରେ ଆଗୁଆ ଥିବା ଜଣାପଡ଼ିଛି ।
ବିଜେତା - ୨.୬ କୋଟି
ଧାବିକା - ୧.୩ କୋଟି
ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି - ୧୨.୫ ଲକ୍ଷ
୧୯୮୪ ମସିହାରୁ ଏସିଆ କପ୍ ଆରମ୍ଭ ହେବା ପରଠୁ, ଅର୍ଥାତ ୪୧ ବର୍ଷ ମଧ୍ୟରେ କେବେବି ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ହୋଇନାହିଁ । ଏହା ପ୍ରଥମ ଥର ହେବ ଯେତେବେଳେ ଭାରତ ଏବଂ ପାକିସ୍ତାନ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ।
ସୂଚନା ଅନୁସାରେ, ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ପରସ୍ପରକୁ ଦୁଇ ଥର ଭେଟିଛନ୍ତି । ସେପ୍ଟେମ୍ବର ୧୪ରେ ଗ୍ରୁପ ପର୍ଯ୍ୟାୟ ଓ ସେପ୍ଟେମ୍ବର ୨୧ରେ ସୁପର-୪ରେ ମୁହାଁମୁହିଁ ହୋଇଥିଲେ । ଆଉ ଉଭୟ ମ୍ୟାଚରେ ଭାରତ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା ।
ଉଭୟ ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ସମୟରେ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ସହ ହାତ ମିଳାଇ ନଥିଲେ। ମ୍ୟାଚ୍ ପରେ ମଧ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ ।
Related Topics
Explore more stories