Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup 2025: ଆଜିଠୁ ଆରମ୍ଭ ଏସିଆ କପ୍-୨୦୨୫, ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
Asia Cup 2025: ଆଜିଠୁ ଆରମ୍ଭ ଏସିଆ କପ୍-୨୦୨୫, ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର

Key Points

ଦୁବାଇରେ ଆଜି ଏସିଆ କପ୍‌ ଓପନିଂ ମ୍ୟାଚ ଅନୁଷ୍ଠିତ ହେବ। ୧୦ ତାରିଖରେ ୟୁଏଇ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ଏସିଆ କପ୍‌ ରେ ଭାରତ ସର୍ବାଧିକ ୮ ଥର ଚମ୍ପିଆନ ହୋଇଛି ।

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୫ । ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ସମସ୍ତ ମ୍ୟାଚ୍ ଆବୁଧାବି ଓ ଦୁବାଇରେ ଖେଳାଯିବ । ଦୁବାଇରେ ଆଜି ଓପନିଂ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ ।
ଭାରତ ସେପ୍ଟେମ୍ବର ୧୦ ତାରିଖରେ ଏସିଆ କପରେ ତା'ର ଅଭିଯାନ ଆରମ୍ଭ କରିବ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ୟୁଏଇ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ । ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଥିବା ୮ ଦଳ ଅଭ୍ୟାସ ଜୋରଦାର କରିଛନ୍ତି । ଭାରତ ସର୍ବାଧିକ ୮ ଥର ଚମ୍ପିଆନ ହୋଇଥିବା ବେଳେ ଚଳିତ ଥର କେମିତି ପ୍ରଦର୍ଶନ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।


ବିସିସିଆଇ ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଥିଲା । କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ପାଇଁ ପରସ୍ପର ମାଟିରେ କ୍ରିକେଟ୍ ଖେଳିବାକୁ ମନା କରିଥିଲେ । ଯାହାଫଳରେ ଏସିଆ କପ୍ ଭେନ୍ୟୁ ପରିବର୍ତ୍ତନ କରିବାକୁ ପଡ଼ିଲା । ଏହି କାରଣରୁ, ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ୟୁଏଇରେ ଅନୁଷ୍ଠିତ ହେବ ।


ଟୁର୍ଣ୍ଣାମେଣ୍ଟର ଇତିହାସ କ'ଣ କହେ?


ପ୍ରଥମ ଏସିଆ କପ୍ ୧୯୮୪ ରେ ଭାରତ, ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ୨୦୦୮ ମସିହାରୁ ନିୟମିତ ଭାବରେ ଅନୁଷ୍ଠିତ ହୋଇଆସୁଛି । ୨୦୨୩ରେ ଭାରତ ଶ୍ରୀଲଙ୍କାକୁ ହରାଇ ଅଷ୍ଟମ ଥର ପାଇଁ ଟାଇଟଲ୍ ଜିତିଥିଲା । ଏଥର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ହେବ, ଯାହା ଇତିହାସରେ କେବଳ ତୃତୀୟ ଥର ପାଇଁ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଥମ ଥର ପାଇଁ ଆଠଟି ଦଳ ଏସିଆ କପରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ପ୍ରବେଶ କରିଛନ୍ତି। ଯେତେବେଳେ ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ହଂକଂ ଏସିସି ପୁରୁଷ ପ୍ରିମିୟର କପ୍ ମାଧ୍ୟମରେ ପ୍ରବେଶ କରିଛନ୍ତି । ଯାହା ଏସିଆରେ ଆସୋସିଏଟ୍ ଦେଶମାନଙ୍କ ମଧ୍ୟରେ ଖେଳାଯାଉଥିବା ଏକ ଟୁର୍ଣ୍ଣାମେଣ୍ଟ ।


ଏଥର ଫର୍ମାଟ୍ କିପରି?


ଆଠଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଉଭୟ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ 'ସୁପର ଫୋର୍' ପାଇଁ ଯୋଗ୍ୟତା ଅର୍ଜନ କରିବେ । ତା'ପରେ ଶ୍ରେଷ୍ଠ ଦୁଇଟି ଦଳ ୨୮ ସେପ୍ଟେମ୍ବରରେ ଫାଇନାଲ୍ ଖେଳିବେ ।


ଗ୍ରୁପ୍ A: ଭାରତ, ପାକିସ୍ତାନ, ଓମାନ, UAE
ଗ୍ରୁପ୍ B: ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ହଂକଂ

Sponsored
Asia Cup 2025 Begins Today – All Eyes on India vs Pakistan Clash | Argus News