Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Pakistan / ଟସ୍ ଜିତିଲା ଭାରତ, ବ୍ୟାଟିଂ କରିବ ପାକିସ୍ତାନ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଟସ୍ ଜିତିଲା ଭାରତ, ବ୍ୟାଟିଂ କରିବ ପାକିସ୍ତାନ

Key Points

ଏସିଆ କପରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ ଜିତିଲା ଭାରତ । ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ।

ଏସିଆ କପରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ ଶୋଚନୀୟ ପରାସ୍ତ କରିବା ପରେ ଏବେ ସୁପର-୪ରେ ପୁଣି ସାମ୍ନାସାମ୍ନି ହେଉଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ତେବେ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଏହି ମହାମୁକାବିଲରେ ଭାରତର ଚୁଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି ଟିମ୍ ଇଣ୍ଡିଆ । ଅର୍ଶଦୀପ ଓ ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମ୍ରା ସାମିଲ ହୋଇଛନ୍ତି ।


ଗତ ସେପ୍ଟେମ୍ବର ୧୪ରେ ଏହି ସମାନ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ତେବେ ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ତେବେ ମ୍ୟାଚ ପରେ କିନ୍ତୁ ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବହୁ ନାଟକ ମଧ୍ୟ କରିଥିଲା ପାକିସ୍ତାନ । ଏମିତିକି ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ନିକଟରେ ମ୍ୟାଚ୍ ରେଫରୀ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ ଅଭିଯୋଗ କରିଥିଲେ । କିନ୍ତୁ ଏସବୁ ଅଭିଯୋଗକୁ ପ୍ରତ୍ୟାଖାନ କରିଥିଲେ ଆଇସିସି । ତେବେ ଏସବୁ ମଧ୍ୟରେ ଆଜିର ମ୍ୟାଚଟି ବେଶ୍ ରୋଚକ ହେବାକୁ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ପ୍ଲେଇଂ-୧୧: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ୍ (ୱିକେଟକିପର), ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ

Related Topics

Explore more stories

Sponsored
Asia Cup 2025 Super-4: India vs Pakistan Clash, Bumrah & Varun Return to XI | Argus News