Videos
|
Sports

No Handshake / ନୋ ହ୍ୟାଣ୍ଡଶେକ୍ ପାର୍ଟ-୨, ଆଜି ବି ପାକ୍ ଅଧିନାୟକଙ୍କ ସହ ହାତ ମିଳାଇଲେନି ସୂର୍ଯ୍ୟକୁମାର

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
ନୋ ହ୍ୟାଣ୍ଡଶେକ୍ ପାର୍ଟ-୨, ଆଜି ବି ପାକ୍ ଅଧିନାୟକଙ୍କ ସହ ହାତ ମିଳାଇଲେନି ସୂର୍ଯ୍ୟକୁମାର

Key Points

ଏସିଆ କପରେ ଭାରତ-ପାକିସ୍ତାନ ମୁକାବିଲା । ଆଜି ବି ହାତ ମିଳାଇଲେନି ସୂର୍ଯ୍ୟକୁମାର ଯାଦବ । 

ଆଜି ଏସିଆ କପରେ ଖେଳାଯାଉଛି ମହାମୁକାବିଲା । ଏସିଆ କପ୍-୨୦୨୫ ସୁପର-୪ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଆଜି ବି ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ସଲମାନ ଅଲି ଆଗାଙ୍କୁ ଅଣଦେଖା କରିଛନ୍ତି । ଟସ୍ ସମୟରେ ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ୍ କରିନାହାନ୍ତି ସୂର୍ଯ୍ୟକୁମାର ।


ସେପଟେ ଆଜିର ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଏହି ମହାମୁକାବିଲରେ ଭାରତର ଚୁଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି ଟିମ୍ ଇଣ୍ଡିଆ । ଅର୍ଶଦୀପ ଓ ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମ୍ରା ସାମିଲ ହୋଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ପ୍ଲେଇଂ-୧୧: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ୍ (ୱିକେଟକିପର), ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ