Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup Trophy / ଭାରତକୁ କେମିତି ମିଳିବ ଏସିଆ କପ୍‌ -୨୦୨୫ ଟ୍ରଫି ? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଭାରତକୁ କେମିତି ମିଳିବ ଏସିଆ କପ୍‌ -୨୦୨୫ ଟ୍ରଫି ? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌

Key Points

ଏସିଆ କପ୍‌ ବିଜୟକୁ ମାସେ ପୂରିଲା । ହେଲା ଏପର୍ଯ୍ୟନ୍ତ ଭାରତକୁ ମିଳିଲାନି ଟ୍ରଫି । ଆଉ ଏବେ ଏହାକୁ ନେଇ ଆସିଲା ବଡ଼ ଅପଡେଟ୍ ।
୨୦୨୫ ଏସିଆ କପ୍ ଶେଷ ହେବାର ଗୋଟିଏ ମାସ ପୂରିଗଲାଣି । ସେପ୍ଟେମ୍ବର ୨୯ ତାରିଖରେ ଭାରତୀୟ କ୍ରିକେଟ୍ ଦଳ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ୨୦୨୫ ଏସିଆ କପ୍ ଜିତିଥିଲା । ଏସିଆ କପ୍ ଜିତିବା ପରେ ଟିମ୍ ଇଣ୍ଡିଆ ପିସିବି ଓ ଏସିସି ମୁଖ୍ୟ ମୋହସିନ୍‌ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ । ଆଉ ସେବେଠାରୁ ଭାରତ ଟ୍ରଫି ଗ୍ରହଣ କରିନାହିଁ । କାରଣ ମୋହସିନ୍ ନକଭି ଏବେ ଟ୍ରଫି ହସ୍ତାନ୍ତର କରିବାରେ ଅଟଳ ଅଛନ୍ତି । ତେବେ ଏବେ ପ୍ରଶ୍ନ ଉଠୁଛି ଏସିଆ କପ୍ ଟ୍ରଫି ଭାରତରେ କିପରି ଆସିବ ? ଟ୍ରଫି ଆଣିବା ପାଇଁ BCCI ପୂର୍ବରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିସାରିଛି । ଆଉ ବର୍ତ୍ତମାନର ସମୟରେ ଯେଉଁ ଅପଡେଟ୍‌ ସାମ୍ନାକୁ ଆସିଛି ତାହା ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ମୁହଁରେ ଖୁସି ଆଣିଦେବ ।

ରିପୋର୍ଟ ଅନୁସାରେ, BCCI ଏବେ ଟ୍ରଫି ବିବାଦକୁ ନେଇ ICC ନିକଟରେ ଫେରାଦ ହେବାକୁ ଯୋଜନା କରୁଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, BCCI ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ICC ବୈଠକରେ ଏସିଆ କପ୍ ଟ୍ରଫି ବିବାଦ ପ୍ରସଙ୍ଗ ଉଠାଇବ । ICC ବୈଠକ ନଭେମ୍ବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ବୈଠକରେ ଅନ୍ୟ ଦେଶମାନେ ଭାରତକୁ ସମର୍ଥନ କରିବେ ବୋଲି ମଧ୍ୟ ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: ବର୍ଷା ଧୋଇଦେଲା କାନବେରା ଟି-୨୦, ମାତ୍ର ୫୮ ବଲ୍‌ର ହୋଇପାରିଲା ଖେଳ


ପୂର୍ବରୁ ୩୦ ସେପ୍ଟେମ୍ବର ACCର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମୋହସିନ ନକଭିଙ୍କ କାର୍ଯ୍ୟର ଦୃଢ଼ ବିରୋଧ କରିଥିଲେ । ରାଜୀବ ଶୁକ୍ଲା କହିଥିଲେ ଯେ ଏସିଆ କପ୍ ଟ୍ରଫି କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଏବଂ ଟିମ୍ ଇଣ୍ଡିଆ ଏହାର ପ୍ରକୃତ ହକଦାର ।

ଟ୍ରଫି ଚୋର ମୋହସିନ ନକଭି ନିଜ ଜିଦ୍‌ରେ ଅଟଳ

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ PCB ମୁଖ୍ୟ ଏବଂ ACC ସଭାପତି ମୋହସିନ ନକଭି କହିଥିଲେ ଯେ ୨୦୨୫ ଏସିଆ କପ୍ ଟ୍ରଫି ACC କାର୍ଯ୍ୟାଳୟରେ ଅଛି । ଜଣେ BCCI ଅଧିକାରୀ କିମ୍ବା ଟିମ୍ ଇଣ୍ଡିଆ ଖେଳାଳି ତାଙ୍କ ହାତରୁ ଟ୍ରଫି ନେଇଯିବା ଉଚିତ । କିନ୍ତୁ BCCI ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା । ବର୍ତ୍ତମାନ ଏସିଆ କପ୍ ଟ୍ରଫି ଦୁବାଇର ଏସିଆନ୍ କ୍ରିକେଟ୍ ପରିଷଦ କାର୍ଯ୍ୟାଳୟରେ ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Asia Cup 2025 Trophy Dispute: BCCI to Raise Issue at ICC Meeting | Argus News