Asia Cup Final / ଆଜି ଏସିଆ କପ୍ ଫାଇନାଲ , ଟିମ ଇଣ୍ଡିଆର ବିଜୟ ପାଇଁ ଚାରିଆଡେ ଚାଲିଛି ପୂଜାର୍ଚ୍ଚନା

Key Points
ଭାରତୀୟ ଦଳର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ପ୍ରଶଂସକ। କାନପୁରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠି କ୍ରିକେଟ୍ ପ୍ରେମୀ ଭାରତୀୟ ଦଳର ବିଜୟ ପାଇଁ ହୋମ କରିଛନ୍ତି । ଭାରତର ଷ୍ଟାର କ୍ରିକେଟରଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଛନ୍ତି।
ଟିମ୍ ଇଣ୍ଡିଆର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପ୍ରାର୍ଥନା । ଦେଶର ବିଭିନ୍ନ ସ୍ଥାନରେ ଆଜିର ଭାରତ - ପାକିସ୍ତାନ ଏସିଆ କପ୍ ଫାଇନାଲକୁ ନେଇ ଜୋରଦାର ଉତ୍ସାହ। ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ପ୍ରଶଂସକ। କାନପୁରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠି କ୍ରିକେଟ୍ ପ୍ରେମୀ ଭାରତୀୟ ଦଳର ବିଜୟ ପାଇଁ ହୋମ କରିଛନ୍ତି । ଭାରତର ଷ୍ଟାର କ୍ରିକେଟରଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଛନ୍ତି। ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଭାରତୀୟ ଦଳ ଏଥର ଫାଇନାଲରେ ପାକିସ୍ତାନକୁ ହରାଇବ ବୋଲି ସମସ୍ତେ ଆଶା ରଖିଛନ୍ତି।
୪୧ ବର୍ଷରେ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଚଳିତ ଏସିଆ କପରେ ପୂର୍ବରୁ ଦୁଇ ଥର ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଗ୍ରୁପ୍ ପର୍ଯ୍ୟାୟରେ ଓ ସୁପର-୪ରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପରସ୍ପରକୁ ଭେଟିଥିଲେ । ଆଉ ଉଭୟ ମ୍ୟାଚରେ ଭାରତ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା । ଫାଇନାଲ ମ୍ୟାଚରେ ମଧ୍ୟ ଭାରତ ପାକିସ୍ତାନକୁ ହରାଇ ନବମ ଥର ପାଇଁ ଟାଇଟଲ ଜିତିବାକୁ ଚେଷ୍ଟା କରିବ । ସେପଟେ ପାକିସ୍ତାନ ଫାଇନାଲ ମ୍ୟାଚକୁ ଜିତି ଦୁଇ ଥର ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।
#WATCH | Uttar Pradesh: People offer prayers in Prayagraj for Team India's victory. India to take on Pakistan for its Asia Cup 2025 final today in Dubai. pic.twitter.com/FhfcfvMJyZ
— ANI (@ANI) September 28, 2025
#WATCH | Uttar Pradesh: People perform hawan and pooja in Varanasi for Team India's victory. India to take on Pakistan for its Asia Cup 2025 final today in Dubai. pic.twitter.com/aCUZnH6G38
— ANI (@ANI) September 28, 2025
📱 Get Argus News App
✨କିନ୍ତୁ ଚଳିତ ଏସିଆ କପରେ ଅପରାଜେୟ ରହିଥିବା ଭାରତକୁ ହରାଇବା ଏତେ ସହଜ ନୁହେଁ । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଓ ବୋଲର ଦମଦାର ଫର୍ମରେ ଅଛନ୍ତି । ବିଶେଷ କରି ଓପନର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ପାକିସ୍ତାନୀ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ସେହିପରି କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ ଜାଲ ବୁଝିବାରେ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଛନ୍ତି । ଅନ୍ୟପଟେ ଚଳିତ ଏସିଆ କପରେ ପାକିସ୍ତାନ ଖେଳ କମ୍ ବିବାଦ ପାଇଁ ବେଶ୍ ଚର୍ଚ୍ଚାରେ ରହିଛି । ତେବେ ଏହି ମ୍ୟାଚର ନୋ ହ୍ୟାଣ୍ଡସେକ୍ ବିବାଦ ପୁଣି ଦେଖିବାକୁ ମିଳିବ । କିନ୍ତୁ ଏଥର କାହାଣୀ ଟିକେ ଭିନ୍ନ ହୋଇପାରେ ।
ଅଧିକ ପଢନ୍ତୁ : ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ନବମ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ମଧ୍ୟରେ ନୋ ହ୍ୟାଣ୍ଡସେକ୍ ପାର୍ଟ-୩ ତ ନିଶ୍ଚିତ ଭାବେ ଦେଖିବାକୁ ମିଳିବ । କିନ୍ତୁ ଭାରତୀୟ ଦଳ କେବଳ ପାକିସ୍ତାନ ଦଳକୁ ନୁହେଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)ର ଅଧ୍ୟକ୍ଷ ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC) ର ସଭାପତି ମୋହସିନ୍ ନକଭିଙ୍କୁ ମଧ୍ୟ ଅଣଦେଖା କରିପାରେ ।
ସେପ୍ଟେମ୍ବର ୨୮ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପରେ ପୁରସ୍କାର ପ୍ରଦାନ ଉତ୍ସବରେ ପିସିବି ମୁଖ୍ୟ ମୋହସିନ୍ ନକଭି ନିଶ୍ଚିତ ଭାବେ ଉପସ୍ଥିତ ରହିବେ । ସେ ବିଜେତା ଦଳକୁ ଟ୍ରଫି ମଧ୍ୟ ପ୍ରଦାନ କରିବେ ।
Related Topics
Explore more stories