Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup Final / ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ନବମ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ନବମ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Key Points

ସୁପର ସନଡେରେ ସୁପର ମୁକାବିଲା । ଏସିଆ କପର ୪୧ ବର୍ଷ ଇତିହାସରେ ପ୍ରଥମ ଥର । ଆଜି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ ।

ରବିବାର ଖେଳାଯିବ ଏସିଆ କପ୍-୨୦୨୫ ଫାଇନାଲ । ୪୧ ବର୍ଷରେ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ ।


ଚଳିତ ଏସିଆ କପରେ ପୂର୍ବରୁ ଦୁଇ ଥର ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଗ୍ରୁପ୍ ପର୍ଯ୍ୟାୟରେ ଓ ସୁପର-୪ରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପରସ୍ପରକୁ ଭେଟିଥିଲେ । ଆଉ ଉଭୟ ମ୍ୟାଚରେ ଭାରତ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା । ଫାଇନାଲ ମ୍ୟାଚରେ ମଧ୍ୟ ଭାରତ ପାକିସ୍ତାନକୁ ହରାଇ ନବମ ଥର ପାଇଁ ଟାଇଟଲ ଜିତିବାକୁ ଚେଷ୍ଟା କରିବ । ସେପଟେ ପାକିସ୍ତାନ ଫାଇନାଲ ମ୍ୟାଚକୁ ଜିତି ଦୁଇ ଥର ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।


କିନ୍ତୁ ଚଳିତ ଏସିଆ କପରେ ଅପରାଜେୟ ରହିଥିବା ଭାରତକୁ ହରାଇବା ଏତେ ସହଜ ନୁହେଁ । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଓ ବୋଲର ଦମଦାର ଫର୍ମରେ ଅଛନ୍ତି । ବିଶେଷ କରି ଓପନର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ପାକିସ୍ତାନୀ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ସେହିପରି କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ ଜାଲ ବୁଝିବାରେ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ଫାଇନାଲ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କଲାନି ଭାରତ, ପ୍ରାକ୍ଟିସ୍ କରିବାକୁ ଆସିଲେନି ଖେଳାଳି
ଅନ୍ୟପଟେ ଚଳିତ ଏସିଆ କପରେ ପାକିସ୍ତାନ ଖେଳ କମ୍ ବିବାଦ ପାଇଁ ବେଶ୍ ଚର୍ଚ୍ଚାରେ ରହିଛି । ଆଉ ଏବେ ଫାଇନାଲ ଫାଇଟ୍ ପୂର୍ବରୁ ନୂଆ ନାଟକ କରିଛି ପାକିସ୍ତାନ । ଏହି ବିବାଦ ପାକିସ୍ତାନ ଖେଳାଳି ନୁହେଁ ବରଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭି ସୃଷ୍ଟି କରିଛନ୍ତି ।

ସେପ୍ଟେମ୍ବର ୨୧ ତାରିଖରେ ସୁପର-୪ ରାଉଣ୍ଡ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ସେହି ମ୍ୟାଚ୍‌ ସମୟରେ, ହାରିସ୍‌ ରୈଫ ୬-୦ ଏବଂ ଏକ ଯୁଦ୍ଧ ବିମାନ ଖସାଇବାର ଔଦ୍ଧତ ଇଙ୍ଗିତ କରିଥିଲେ । ସେହିପରି ସାହିବଜାଦା ଫରହାନ୍‌ ମଧ୍ୟ ଅର୍ଦ୍ଧଶତକ ହାସଲ କରିବା ପରେ ଗନ୍ ସେଲିବ୍ରେସନ୍ କରି ବିବାଦ ସୃଷ୍ଟି କରିଥିଲେ । ଏଭଳି ଅଭଦ୍ରାମୀ ପାଇଁ ବିସିସିଆଇ ହାରିସ୍ ରୈଫ ଓ ଫରହାନଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ ଦାଖଲ କରିଥିଲା ।


ଏହି ମାମଲାରେ ଆଇସିସି ହାରିସ୍‌ ରୈଫଙ୍କୁ ତାଙ୍କ ମ୍ୟାଚ୍‌ ଫି'‌ର ୩୦ ପ୍ରତିଶତ ଜରିମାନା ଲଗାଇଥିଲେ । ଅନ୍ୟପଟେ ସାହିବଜାଦା ଫରହାନ୍‌ଙ୍କୁ ଚେତାବନୀ ଦେଇଥିଲେ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପିସିବି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବରେ ହାରିସ୍‌ ରୈଫଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୋହସିନ୍ ନକଭିଙ୍କ ଏହି କାର୍ଯ୍ୟ ଏହା ସ୍ପଷ୍ଟ କରୁଛି ପଡ଼ିଆରେ ହାରିସ୍ ରୈଫ୍ କରିଥିବା ଅଭଦ୍ରାମୀକୁ ସେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି ।


ସମ୍ଭାବ୍ୟ ଦଳ ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ


ସମ୍ଭାବ୍ୟ ଦଳ ପାକିସ୍ତାନ: ସାହିବଜାଦା ଫରହାନ, ଫକର ଜମାନ, ସାଏମ୍ ଆୟୁବ, ସଲମାନ ଅଲି ଆଘା (ଅଧିନାୟକ), ହୁସେନ ତଲତ, ମହମ୍ମଦ ନଓ୍ବାଜ, ମହମ୍ମଦ ହାରିସ, ଫହିମ ଅଶରଫ, ସାହିନ ଆଫ୍ରିଦି, ହ୍ୟାରିସ ରୈଫ, ଅବରାର ଅହମ୍ମଦ

Related Topics

Explore more stories

Sponsored
India vs Pakistan Asia Cup 2025 Final: Ninth Title Hunt | Argus News