Asia Cup Controversy / ଏସିଆ କପ୍ ବିବାଦରେ ICCର ଆକ୍ସନ: ହାରିସ ରୌଫ ୨ଟି ମ୍ୟାଚରୁ ସସପେଣ୍ଡ, ସୂର୍ଯ୍ୟଙ୍କ ଉପରେ ଜରିମାନା
·8 months ago·2 min read

Key Points
ଦୁବାଇରେ ମଙ୍ଗଳବାର ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ବୈଠକ। ଏଥିରେ ଏସିଆ କପ୍ ବିବାଦ ପ୍ରସଙ୍ଗ ଉଠିଛି।
ଦୁବାଇରେ ମଙ୍ଗଳବାର ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ବୈଠକ। ଏଥିରେ ଏସିଆ କପ୍ ବିବାଦ ପ୍ରସଙ୍ଗ ଉଠିଛି। ଅଭିଯୋଗ ଆଧାରରେ ଆଇସିସି ପାକିସ୍ତାନ ଖେଳାଳି ହାରିସ ରୌଫଙ୍କୁ ଦୁଇଟି ମ୍ୟାଚ୍ରୁ ବାସନ୍ଦ କରିଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ୩୦ ପ୍ରତିଶତ ମ୍ୟାଚ ଫି ଜରିମାନା ଲଗାଯାଇଛି। ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ସମେତ ୩ଟି ମୁକାବିଲା ଖେଳା ଯାଇଥିଲା। ଏହି ମୁକାବିଲା ଗୁଡ଼ିକରେ ଖେଳାଳିଙ୍କ ମଧ୍ୟରେ ତିକ୍ତତାର ମାହୋଲ ଥିଲା. ଏହା ଆଚାର ସଂହିତାର ଉଲ୍ଲଂଘନ କରିଥିବା କହିଛି ଆଇସିସି।
ଏହାସହ ପଢ଼ନ୍ତୁ: ପାକିସ୍ତାନୀ ଫ୍ୟାନ୍ସ ଗାଇଲେ ଭାରତର ଜାତୀୟ ସଙ୍ଗୀତ! ବିଶ୍ୱକପ୍ ବିଜୟର କଲେ ସେଲିବ୍ରେସନ୍
ଦୁବାଇରେ ଚାଲିଥିବା ବୈଠକରେ ଆଇସିସି ଆଚାର ସଂହିତା ଉଲ୍ଲଂଘନ ମାମଲାରେ ନିଜର ନିଷ୍ପତ୍ତି ଶୁଣାଇଛି। ଆଇସିସି କହିଛି ଯେ, ମୋଟ୍ ୫ ଖେଳାଳିଙ୍କ ବିରୋଧରେ ଅଲଗା ଅଲଗା ମ୍ୟାଚରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥିରେ ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ହାରିସ ରୌଫ ଓ ସାହିବଜାଦା ଫରହାନ ସାମିଲ୍। ଏହି ସବୁ ମାମଲା ୨୦୨୫ ସେପ୍ଟେମ୍ବରରେ ଖେଳା ଯାଇଥିବା ଏସିଆ କପର ତିନି ମ୍ୟାଚ୍ ସେପ୍ଟେମ୍ବର ୧୪, ୨୧ ଓ ୨୮ ସହ ଜଡ଼ିତ। ମାମଲାର ଶୁଣାଣି ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲ ଅଫ ମ୍ୟାଚ୍ ରେଫରିଜର ସଦସ୍ୟଙ୍କ ଦ୍ଵାରା କରାଯାଇଛି।
ଏହାସହ ପଢ଼ନ୍ତୁ: ଯେଉଁ ନଭେମ୍ବର ଆମକୁ କନ୍ଦେଇଥିଲା, ସେହି ନଭେମ୍ବରରେ ଆସିଲା ବିଶ୍ବକପ୍ ଟ୍ରଫି
ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ସେପ୍ଟେମ୍ବର ୧୪ ମ୍ୟାଚ୍ ପାଇଁ ହାରିସ ରୌଫଙ୍କୁ ଦୁଇଟି ଡିମେରିଟ୍ ପଏଣ୍ଟ ଦେଇଛି। ୨୪ ମାସ ମଧ୍ୟରେ ହାରିସଙ୍କ ମୋଟ ସଂଖ୍ୟା ଚାରି ଡିମେରିଟ୍ ପଏଣ୍ଟକୁ ବୃଦ୍ଧି ପାଇଛି ଏବଂ ତାଙ୍କୁ ଦୁଇଟି ମ୍ୟାଚ୍ରୁ ବାସନ୍ଦ କରାଯାଇଛି। ହାରିସ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ପାଇଁ ପାକିସ୍ତାନ ଦଳରୁ ବାହାରେ ରହିବେ। ସୂର୍ଯ୍ୟଙ୍କୁ ସେପ୍ଟେମ୍ବର ୧୪ ମ୍ୟାଚ୍ ପାଇଁ ମ୍ୟାଚ୍ ଫିର ୩୦% ଜରିମାନା କରାଯାଇଛି। ସୂର୍ଯ୍ୟ ଆଇସିସି ଆଚରଣ ସଂହିତାର ଧାରା ୨.୨୧ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ଖାତାରେ ଦୁଇଟି ଡିମେରିଟ୍ ପଏଣ୍ଟ ସାମିଲ୍ କରାଯାଇଛି। ପାକିସ୍ତାନର ସାହିବଜାଦା ଫରହାନଙ୍କୁ ମଧ୍ୟ ସମାନ ଧାରା ଅନୁଯାୟୀ ଜରିମାନା କରାଯାଇଥିଲା।
ଅର୍ଶଦୀପ ସିଂହ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ପର୍ଯ୍ୟାୟର ମ୍ୟାଚ୍ ସେପ୍ଟେମ୍ବର ୨୧ରେ ଖେଳାଯାଇଥିଲା। ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟ ମ୍ୟାଚ୍ର ବିବାଦ ଉପରେ ବିଚାର କରିଥିଲେ। ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ଉପରେ ଧାରା ୨.୬ ଅନୁଯାୟୀ ଅଭିଯୋଗ କରାଯାଇଥିଲା, ଯାହା ଅଶୋଭନୀୟ କିମ୍ବା ଆପତ୍ତିଜନକ ଇଙ୍ଗିତ ସହିତ ଜଡିତ। ତଦନ୍ତ ପରେ ଅର୍ଶଦୀପ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି।
ଯଶପ୍ରିତ ବୁମରାଙ୍କୁ ଚେତାବନୀ
ସେପ୍ଟେମ୍ବର ୨୮ ତାରିଖରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଦୁଇ ଖେଳାଳିଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଛି। ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରିତ ବୁମରା ଉପରେ ଧାରା ୨.୨୧ ଅନୁଯାୟୀ ଅଭିଯୋଗ କରାଯାଇଥିଲା ୱ ତାଙ୍କୁ ଏକ ଆନୁଷ୍ଠାନିକ ଚେତାବନୀ ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି।, ତେଣୁ ଆନୁଷ୍ଠାନିକ ଶୁଣାଣି ଆବଶ୍ୟକ ହୋଇନଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories