Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India A vs Bangladesh A / ଆଜି ଭାରତ ‘A’ vs ବାଂଲାଦେଶ ‘A’ ସେମିଫାଇନାଲ – ଜିତିଲେ ପାକିସ୍ତାନ ସହ ଫାଇନାଲ!

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଆଜି ଭାରତ ‘A’ vs ବାଂଲାଦେଶ ‘A’ ସେମିଫାଇନାଲ – ଜିତିଲେ ପାକିସ୍ତାନ ସହ ଫାଇନାଲ!

Key Points

ଏସିଆ କପ୍‌ ରାଇଜିଂ ଷ୍ଟାର ଟୁର୍ଣ୍ଣାମେଣ୍ଟ । ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ A -ବାଂଲାଦେଶ A। ଜିତିଲେ ପାକିସ୍ତାନ ହୋଇପାରେ ଫାଇନାଲ !
ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଶୁକ୍ରବାର ଖେଳାଯିବ । ଭାରତ A ଏବଂ ବାଂଲାଦେଶ A ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ । ତେବେ ଏହି ମ୍ୟାଚ୍‌ କ୍ରିକେଟ ପ୍ରେମୀଙ୍କ ନଜର ଭାରତ 'A'ର ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ । ଯିଏ ଏହି ପୂରା ଟୁର୍ଣ୍ଣାମେଣ୍ଟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ଖେଳାଳି ଭାବରେ ପ୍ରମାଣିତ ହୋଇଛନ୍ତି । ୨୦୧ ରନ ସହିତ ସୂର୍ଯ୍ୟବଂଶୀ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଏବଂ ପ୍ରାୟ ଏକାକୀ ଭାରତର ବ୍ୟାଟିଂକୁ ନିୟନ୍ତ୍ରଣ କରିଛନ୍ତି ।

ଭାରତ A ର ଟପ୍ ଅର୍ଡର ଉପରେ ଚାପ ବୃଦ୍ଧି

ଭାରତ A ର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଏବେ ବି ଫର୍ମ ସହ ସଂଘର୍ଷ କରୁଛନ୍ତି । ଅଧିନାୟକ ଜିତେଶ ଶର୍ମା, ନମନ ଧୀର, ପ୍ରିୟାଂଶ ଆର୍ଯ୍ୟ ଏବଂ ନେହାଲ ୱାଧେରା ଏପର୍ଯ୍ୟନ୍ତ ଦଳ ଆଶା କରିଥିବା ପ୍ରଦର୍ଶନ ଦେଇନାହାଁନ୍ତି । ତେଣୁ ସେମିଫାଇନାଲ ଭଳି ବଡ଼ ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବେ । ଦଳକୁ ପ୍ରଥମରୁ ଭଲ ଆରମ୍ଭ କରିବାକୁ ପଡ଼ିବ ନଚେତ୍‌ ବାଂଲାଦେଶର ବୋଲରମାନେ ଭାରତ ଉପରେ ଭାରି ପଡ଼ିପାରନ୍ତି ।

ବାଂଲାଦେଶ ବୋଲରମାନେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି

ବାଂଲାଦେଶର ପେସର ରିପନ ମଣ୍ଡଳ ଏବଂ ବାମହାତୀ ସ୍ପିନର ରକିବୁଲ ହାସନ ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିପାରନ୍ତି । ସୂର୍ଯ୍ୟବଂଶୀଙ୍କ ସମେତ ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ସେମାନଙ୍କ ବିପକ୍ଷରେ ବହୁତ ସତର୍କତାର ସହିତ ଖେଳିବାକୁ ପଡ଼ିବ ।

ଭାରତର ବୋଲିଂ ଏପର୍ଯ୍ୟନ୍ତ ଶକ୍ତିଶାଳୀ ରହିଛି

ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ଏ'ର ବୋଲିଂ ୟୁନିଟ୍ ଦମଦାର ପ୍ରଦର୍ଶନ ଜରି ରଖିଛି । ବାମହାତୀ ଦ୍ରୁତ ବୋଲର ଗୁରଜପାନିତ୍ ସିଂହ ତିନୋଟି ମ୍ୟାଚ୍‌ରେ ପାଞ୍ଚଟି ୱିକେଟ୍ ନେଇ ଦଳର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ବାମହାତୀ ସ୍ପିନର୍ ହର୍ଷ ଦୁବେ ଏବଂ ଲେଗ୍‌-ସ୍ପିନର ସୁୟାଶ ଶର୍ମାଙ୍କ ପୂର୍ଣ୍ଣ ସମର୍ଥନ ମିଳୁଛି ।

ଯଦି ଭାରତ 'A' ଏବଂ ପାକିସ୍ତାନ 'A' ଉଭୟ ସେମାନଙ୍କର ସେମିଫାଇନାଲ ମ୍ୟାଚରେ ବିଜୟ ଲାଭ କରନ୍ତି ତେବେ ନଭେମ୍ବର ୨୩ ତାରିଖରେ ଦୋହାରେ ଅନୁଷ୍ଠିତ ଫାଇନାଲରେ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମୁହାମୁହିଁ ହେବେ । ପାକିସ୍ତାନ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଥିଲା । ତେଣୁ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରି ଏହି ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India A vs Bangladesh A: Semifinal Clash at Asia Cup 2025 | Argus News